ରାଜପ୍ରସାଦ ବିଜେ:ମହାପ୍ରଭୁ ସୁସ୍ଥ ହେବା ଖବର ଜାଣିଲେ ଗଜପତି

ପୁରୀ ଅଫିସ, ୩୦ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ। ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା। ଫୁଲୁରୀ ତେଲ ଓ ଓଷୁଅ ଲାଗି ପରେ ଏକାଦଶୀରେ ଦଶମୂଳ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଦାରୁବିଗ୍ରହଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଛନ୍ତି। ଏହାସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି। ଏହାକୁ ରାଜପ୍ରସାଦ ବିଜେ କୁହାଯାଏ।
ଆଷାଢ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରସାଦକୁ ବିଜେ ହେବାର ପରମ୍ପରା ରହିଛି। ରବିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ। ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ପଡିଥିବା ରୂପାଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ କରି ରଖିଥିଲେ। ବେହେରଣ ଦ୍ୱାରରେ ଆସ୍ଥାନ ପଢିଆରୀ ପକାଇଥିବା ପାହାଡା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ। ଘଣ୍ଟ, ଛତା, କାହାଳୀ ସହ ଥାଳିଗୁଡ଼ିକୁ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ନେଇ ଯାଇଥିଲେ। ଶ୍ରୀନଅର ରାଜବାଟୀରେ ପଡିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ। ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଆସିଥିଲେ। ଏହାପରେ ଥାଳିଗୁଡ଼ିକୁ ସଂସ୍କାର କରି ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଲଗାଇଥିଲେ। ଗଜପତି ମହାରାଜା ଦଇତାପତିମାନଙ୍କୁ ଶାଢି ବନ୍ଧେଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ। ଦଇତାପତିମାନେ ଶାଢି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର ଘର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ ଠାକୁରଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ। ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେ ବିଷୟରେ ମଧ୍ୟ ଗଜପତି ଦଇତାପତିମାନଙ୍କ ସହ ଆଲୋଚନା କରିଥିଲେ।

ଆଜି ଘଣା ଲାଗି: ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସପ୍ତାବରଣ କାର୍ଯ୍ୟ ଚାଲିଛି। ସେଥିମଧ୍ୟରେ ରବିବାର ଘଣାକଟା ହୋଇଛି। ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଘଣାଲାଗି କରାଯିବ। ଘଣାଲାଗି କାର୍ଯ୍ୟ ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କର ମଙ୍ଗଳ ଆଳତି ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ୬ଟାରେ ଖଳି ବିଜେ ହୋଇ ରାତ୍ର ୧୦ଟା ସୁଦ୍ଧା ଘଣାଲାଗି ସରିବ। ଏହାପରେ ଜୟବିଜୟ ଦ୍ୱାର ଫିଟି ରାତ୍ର ସାଢେ ୧୦ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିବ।


All Right Reserved By Dharitri.Com

ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର...

ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକଙ୍କ ଅସଦାଚରଣ

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଟ୍ୟୁଶନ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି।...

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌: ସିଂହଦ୍ୱାରରେ ମହାଦୀପ ଦାନ, ରସଗୋଲା ଭୋଗ

ପୁରୀ ଅଫିସ, ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା...

୭୬୧ ଜଣଙ୍କ ସ୍ବାବ୍‌ ନମୁନା ସଂଗୃହୀତ

ରତ୍ନଗିରି, ୪।୫ (ଡି.ଏନ.ଏ.): ବରୀ ବ୍ଲକରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାମାଟିଆ ପଞ୍ଚାୟତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬୦ ଜଣଙ୍କ ସ୍ବାବ...

ଗଭୀର ନଳକୂଅ ଖନନ ଟଙ୍କା ମିଳିଲାନି: ବିଷପାନ କରିଥିବା ଚାଷୀଙ୍କୁ ନେଇ ୪ ଘଣ୍ଟା ଗଣଧାରଣା

କେସିଙ୍ଗା,୧୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତ ବାହାଦୂରପଦର ଗ୍ରାମର ଡମ୍ବରୁଧର ପୋଢ଼ (୪୦) ଜଳନିଧି ଯୋଜନାରେ ଗଭୀର ନଳକୂଅ ଖନନ କରିଥିଲେ।...

ଅଶୋକ ପରିଜା ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ରାଜ୍ୟ ସରକାରଙ୍କ ନୂଆ ଆଡ୍‌ଭୋକେଟ ଜେନେରାଲ (ଏଜି) ଭାବେ ନିଯୁକ୍ତି ପାଇଛନ୍ତି। ଫଳରେ...

ପୂଜାରେ ଟ୍ରେନ୍‌, ଷ୍ଟେଶନ ହେବ ଫେରିବାଲା ଶୂନ୍ୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଟ୍ରେନ ଏବଂ ଷ୍ଟେଶନ ପରିସରରେ ବୁଲା ବିକାଳି ଓ ଫେରିବାଲାଙ୍କ ପ୍ରାଦୁର୍ଭାବ ଦୂର ପାଇଁ ପୂର୍ବତଟ ରେଳପଥ ଦ୍ୱିତୀୟ ପର୍ଯ୍ୟାୟ ଚଢ଼ାଉ ଆରମ୍ଭ କରିଛି।...

ରାଜଧାନୀରେ ବନ୍ଦ ରହିବ କୋଚିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ବ୍ୟୁରୋ): କରୋନା ପାଇଁ ଶୁକ୍ରବାର ସିନେମା ହଲ୍‌, ସୁଇମିଂ ପୁଲ, ଜିମ୍‌ ସେଣ୍ଟରକୁ ବନ୍ଦ କରାଯାଇଥିବାବେଳେ ଶନିବାର ରାଜଧାନୀର ସମସ୍ତ କୋଚିଂ ସେଣ୍ଟର ଓ...

Leave a comment

Your email address will not be published. Required fields are marked *