Posted inଜାତୀୟ

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ କୁମାର ଯାଦବଙ୍କ ଛେଳି ଚରୁଥିବା ସମୟରେ ତାଙ୍କ ପଡୋଶୀ ପ୍ରଭାତ ଯାଦବ ଛେଳିର ଗୋଡକୁ ବାଡେଇ ଛୋଟା କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟରାମ ଓ ତାଙ୍କ ମା’ ଥାନାରେ ପ୍ରଭାତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜୟରାମଙ୍କ କହିବା କଥା ହେଲା ପ୍ରଭାତ ବାରମ୍ବାର ପଶୁଙ୍କ ଉପରେ ଏଭଳି ଅତ୍ୟାଚାର କରି ଆସୁଛନ୍ତି। ଗତବର୍ଷ ମଧ୍ୟ ସେ ଏକ ଘୋଡ଼ାର ଗୋଡ଼ ଭାଙ୍ଗି ଦେଇଥିବା ଜୟରାମ କହିଛନ୍ତି। ଏହା ବ୍ୟତୀତ ତାଙ୍କ ଘର ନିକଟରେ ଥିବା ସରକାରୀ ସ୍ଥାନକୁ ପ୍ରଭାତ ଅକ୍ତିୟାର କରିବାକୁ ଚାହୁଁଥିବା ବେଳେ ଜୟରାମ ତାହାର ବିରୋଧ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By

ମଲା ମୂଷାକୁ ୧୦ ଘଣ୍ଟା ଧରି ଜଗି ବସିଲା ପୋଲିସ

ନୂଆଦିଲ୍ଲୀ, ୨୭।୫: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ମଲା ମୂଷା ପାଇଁ ପୋଲିସ ୧୦ ଘଣ୍ଟା କାଳ ପ୍ରହରା ଦେବା...

ବିଚାରପତିଙ୍କ ରାୟ ବି ଭୁଲ୍‌ ହୋଇପାରେ

ନୂଆଦିଲ୍ଲୀ,୪-୧୦(ପି.ଟି.):ଆଦୌ ଭୁଲ୍‌ ରାୟ ଦେଇ ନ ଥିବା କୌଣସି ବିଚାରପତି ଦାବି କରିପାରିବେ ନାହିଁ। ରାୟ ପ୍ରଦାନରେ ସେମାନଙ୍କର ବି ଭୁଲ୍‌ ହୋଇପାରେ ବୋଲି ସୁପ୍ରିମକୋର୍ଟ...

ଧରାପଡିଲେ ୮୧ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଉଥିବା ଯୁବକ

ନୂଆଦିଲ୍ଲୀ,୧୦।୯: ଅହମ୍ମଦାବାଦର ଜୟେଶ ପଟେଲ ନାମକ ଜଣେ ୩୨ ବର୍ଷୀୟ ଯୁବକ ନିଜକୁ ୮୧ବର୍ଷୀୟ ବୃଦ୍ଧ ବେଶରେ ସଜାଇ ସୋମବାର ଆମେରିକା ଯିବାକୁ ଚେଷ୍ଟା କରୁଥିବା...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

ପରୀକ୍ଷା ମୂଳକ ଉଡ଼ାଣ ବେଳେ ଡିଆର୍‌ଡିଓର ରୁସ୍ତମ୍‌-୨ୟୁଏବି ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ,୧୭।୯: କର୍ନାଟକରେ ମଙ୍ଗଳବାର ସକାଳ ୬ଟା ସମୟରେ ଡିଆର୍‌ଡିଓର ରୁସ୍ତମ୍‌-୨ ୟୁଏବି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମାନବ ବିହୀନ ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଉଥିବା ବେଳେ...

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ...

ଟଙ୍କା ମାଗିବାରୁ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ନିସ୍ତୁକ ପିଟିଲେ ପୋଲିସ ବାବୁ: ଏସ୍‌ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ନୋଏଡ଼ା,୨୩।୭: ଉତ୍ତରପ୍ରଦେଶରେ ସାଧାରଣ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ଏଠାରେ ଟଙ୍କା ମାଗିବାରୁ ଜଣେ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ଜଣେ ପୋଲିସ ବାବୁ ଏବଂ...

ପଞ୍ଚଭୂତରେ ବିଲୀନ ହେଲେ ସୁଷମା, ଝିଅ ଦେଲେ ମୁଖାଗ୍ନିି

ନୂଆଦିଲ୍ଲୀ,୭।୮: ବଧୂ ବେଶରେ ସଜେଇ ହୋଇ ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *