ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍‌ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି ତାକୁ ଦେଖିଲେ ଅନୁମାନ କରାଯାଉଛି କି ସେ ବଲିଉଡ୍‌ ଛାଡିଦେଇ ପାରନ୍ତି। ଉକ୍ତ ପୋଷ୍ଟରେ ସେ ଲେଖିଛନ୍ତି, ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ ମୁଁ ଭାବିଥିଲି ମୋ ଜୀବନର ଗତିପଥ ବଦଳି ଯାଇଛି। ଏଠି ମୁଁ ନିଜକୁ ଖାପଖୁଆଇ ଆହୁରି ଆଗକୁ ବଢିପାରିବି। ହେଲେ ଏହା ମୋର ଭୁଲ୍‌ ଧାରଣା ଥିଲା। କାରଣ ଏହି ସ୍ଥାନ ମୋ ପାଇଁ ଫିଟ୍‌ ନୁହେଁ। କୋରାନର ଉଦାହରଣ ଦେଇ ଜାଇରା କହିଛନ୍ତି ବଲିଉଡ୍‌ରେ ପ୍ରବେଶ କରିବା ପରେ ମୁଁ ଯେମିତି ଆଲ୍ଲାଙ୍କ ପାଖରୁ ଦୂରେଇ ଯାଉଛି। ତେଣୁ ମୋତେ ପୂର୍ବ ପରିଚୟକୁ ଫେରିଯିବାକୁ ପଡିବ। ପାଖାପାଖି ୬ ପୃଷ୍ଠାର ଏକ ଲମ୍ବା ପୋଷ୍ଟ ଏବେ ଜାଇରାଙ୍କ ପ୍ରଶଂସକଙ୍କୁ ଏକ ପ୍ରକାର ନିରାଶ କରିଛି। ତେବେ କେହି କେହି ଏହା ଜାଇରା କୌଣସି ଚାପଗ୍ରସ୍ତ ହୋଇ ପୋଷ୍ଟ କରିଛନ୍ତି ବୋଲି କହିଛନ୍ତି। ସତକୁ ସତ ଦଙ୍ଗଲ ଗର୍ଲ ବଲିଉଡ୍‌ ଛାଡୁଛନ୍ତି କି ନା ତାହା କେବଳ ସମୟ କହିବ। ନିକଟରେ ସେ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ ନଜର ଆସିବେ। ଏହାର ଶୁଟିଂ ସରିବା ପରେ ଜାଇରାଙ୍କ ଏଭଳି ପୋଷ୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି।


All Right Reserved By Dharitri.Com

ହରିପୁରରେ ଆଜିଠାରୁ ‘ମାୟାବିନୀ ମୌସୁମୀ’

ରାଜ୍ୟର ଅନ୍ୟତମ ଯାତ୍ରାକୁମ୍ଭ ଭାବରେ ପରିଚିତ ଯାଜପୁରସ୍ଥ ହରିପୁର କୁଞ୍ଜମେଳାରେ ଆରମ୍ଭ ହୋଇଯାଇଛି ଯାତ୍ରା ଫିଭର। ଜଲିଉଡ୍‌ର ଅନ୍ୟତମ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’...

ଆସିପାରେ ‘ତନୁ ଓ୍ବେଡସ୍‌ ମନୁ’ର ତୃତୀୟ ଭାଗ

ମୁମ୍ବାଇ: ବଲିଉଡ୍‌ ମୁଭି ‘ତନୁ ଓ୍ବେଡସ୍‌ ମନୁ’ର ଜବରଦସ୍ତ ରେସ୍‌ପନ୍ସ ପରେ ଏହାର ଦ୍ୱିତୀୟ ଭାଗ ଦେଖିବାକୁ ମିଳିଥିଲା। ଏବେ ଏହି ହିଟ୍‌ ଫିଲ୍ମର ତୃତୀୟ...

୨୨ ବର୍ଷ ତଳେ ଐଶ୍ୱର୍ଯ୍ୟା ଗାଇଥିବା ଏକ ଗୀତର ଭିଡିଓ ଭାଇରାଲ

ଆଜି ବି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ସମ୍ପର୍କରେ କିଛି ଗୋଟିଏ ଖବର ପ୍ରକାଶ ପାଇଲେ ଏହା ତୀବ୍ର...

‘ଆକ୍ସନ ଓ ଷ୍ଟଣ୍ଟ୍‌କୁ ମୁଁ ଭଲପାଏ’

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଫିଟ୍‌ ଆକ୍ଟର୍ସଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଦ୍ୟୁତ୍‌ ଜମଓ୍ବାଲ। ସେ ନିଜର ଆକ୍ସନ ଏବଂ ଷ୍ଟଣ୍ଟ ଜରିଆରେ ଦର୍ଶକଙ୍କ ମନରେ ଏକ...

ଯଲିଉଡ୍‌ରେ ରତି-ପ୍ରମିଳାଙ୍କ ସଫଳ ଯାତ୍ରା

ଯୋଡ଼ି ଗଢ଼ିବା ମଣିଷ ହାତରେ ନ ଥାଏ। ଥାଏ ବିଧାତାଙ୍କ ହାତରେ। ସେଇଥିପାଇଁ ତ ବର୍ଷ ପରେ ବର୍ଷ ସିନା ବିତି ଯାଉଥାଏ। ହେଲେ ଯୋଡ଼ିର...

ବଲିଉଡ୍‌ରେ ସଫଳତାର ସହ ୩୦ ବର୍ଷ ପୂରଣ କଲେ ଅଜୟ: ପ୍ରଥମ ସିନେମାରେ ଅକ୍ଷୟଙ୍କୁ କରିଥିଲେ ରିପ୍ଲେସ୍‌

ସିଂଘମ୍‌ ଷ୍ଟାର ଅଜୟ ଦେବ୍‌ଗନ୍‌ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସଫଳତାର ସହ ୩୦ ବର୍ଷ ପୂରଣ କରିଛନ୍ତି। ‘ତାନାଜୀ: ଦି ଅନସଙ୍ଗ ଓ୍ବାରିୟର’ ଅଜୟଙ୍କ କ୍ୟାରିୟରର ୧୦୦ତମ...

ବ୍ରେକ୍‌ଫାଷ୍ଟରୁ ଡିନର ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀଙ୍କ କ’ଣ ପସନ୍ଦ? ଜାଣନ୍ତୁ…

ସୁସ୍ଥ ଏବଂ ସୁନ୍ଦର ଚେହେରା ପାଇଁ ବଲିଉଡ୍‌ର ଅଭିନେତ୍ରୀମାନେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ଦୀପିକା ପାଦୁକୋନ୍‌ ହୁଅନ୍ତୁ କି ଆଲିଆ ଭଟ୍ଟ। ବ୍ରେକ୍‌ଫାଷ୍ଟରୁ...

କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍‌ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *