୩୨୯ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା

ଧାମନଗର, ୨୮।୧୨(ଡି.ଏନ୍‌.ଏ):  ଭଦ୍ରକ ଜିଲା ଧାମନଗର ବ୍ଲକ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୮ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ଆସୋସିଏଶନ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ଚାଲିଥିବା ବିକ୍ଷୋଭ ଓ ଧାରଣା ମଙ୍ଗଳବାର ୩୭ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। କର୍ମୀ ଓ ସହାୟିକାମାନଙ୍କ ଆନ୍ଦୋଳନ ଚାଲିଥିବାରୁ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି। ରାଜଧାନୀଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକ ସଦର ମହକୁମାରେ କାର୍ଯ୍ୟ ବନ୍ଦ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ିଛି। ଧାମନଗର ବ୍ଲକ ଓ ଏନ୍‌ଏସିରେ ମୋଟ ୩୫୩ ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୦୧ କେନ୍ଦ୍ର ଓ ୫୨ ମିନି କେନ୍ଦ୍ର ଥିବାବେଳେ ପ୍ରାୟ ୧୦ ହଜାର ପାଖାପାଖି ଶିଶୁ ରହିଛନ୍ତି। ୨୪ ଅଙ୍ଗନଓ୍ବାଡି କେନ୍ଦ୍ର ଧାରଣାକୁ ସମର୍ଥନ ନ କରି କେନ୍ଦ୍ର ଖୋଲୁଥିବା ବେଳେ ୩୨୯ଟିରେ ତାଲା ଝୁଲୁଛି। ଏଭଳି ସ୍ଥିତିରେ ଶିଶୁମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେବା ସହ ସହାୟତା ପାଉଥିବା କିଶୋରୀ, ଗର୍ଭବତୀ ଓ ପ୍ରସୂତି ମହିଳାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମୀ ଓ ସହାୟିକାଙ୍କ ଅନୁପସ୍ଥିତିରେ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ନିକଟରେ ବ୍ଲକର ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ନେଇ ଛତୁଆ ବଣ୍ଟାଯିବା ଆରମ୍ଭ ହୋଇଥିଲେ ମଧ୍ୟ ଏହା କିନ୍ତୁ ସଫଳ ହୋଇପାରି ନାହିଁ।
ଏ ସମ୍ପର୍କରେ ଧାମନଗର ସିଡିପିଓ ନମିତା ଦାସ କହିଛନ୍ତି, ଅଙ୍ଗନଓ୍ବାଡି କର୍ମୀଙ୍କ ଆନ୍ଦୋଳନ ରାଜ୍ୟ ସମସ୍ୟା। ଆମେ ଛତୁଆ ବାଣ୍ଟିବାକୁ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଛୁ। ଅଣ୍ଡା ବାଣ୍ଟିବା ଦାୟିତ୍ୱ ନେବାକୁ ଗୋଷ୍ଠୀ ରାଜି ନ ହେବାରୁ ସରକାର ମଧ୍ୟ ମନା କରିଥିଲେ। ଧାମନଗର ବ୍ଲକ ଏବଂ ଭଦ୍ରକ ଜିଲା ଅଙ୍ଗନୱାଡି ସଂଘର ସମ୍ପାଦିକା ଜୟନ୍ତୀ ଜେନା କେନ୍ଦ୍ର ଅଚଳାବସ୍ଥାକୁ ନେଇ କୁହନ୍ତି, ସେମାନେ ଅଧିକାଂଶ ସରକାରୀ କାର୍ଯ୍ୟ କରୁଥିବା ବେଳେ ବର୍ଷ ବର୍ଷ ଧରି କର୍ମୀ ଅବହେଳାର ଶିକାର ହୋଇଚାଲିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ସରକାର କର୍ମୀ ଓ ସହାୟିକାଙ୍କ ଆବଶ୍ୟକ ଦାବିଗୁଡ଼ିକ ପୂରଣ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri