Posted inଫୁରସତ

ମମତାମୟୀ ଏଲିଜାବେଥ

ଚେଷ୍ଟାକରି କେହି କାହାକୁ ସ୍ନେହ କିମ୍ବା ମମତା ଦେଇପାରେନା। ତାହା ସ୍ବତଃପ୍ରବୃତ୍ତ ଭାବରେ ହୃଦୟରୁ ହିଁ ଝରିଥାଏ। ସେମିତି ଜଣେ ମହିଳା ହେଉଛନ୍ତି ଏଲିଜାବେଥ ଲୟର୍ଡ଼। ସେ ଅନ୍ୟମାନଙ୍କ ପାଇଁ ସ୍ନେହର ଭଣ୍ଡାର। ବିଶେଷକରି ଦେଶକୁ ସୀମାନ୍ତରେ ଅହରହ ଜଗି ରହିଥିବା ସୈନ୍ୟଙ୍କ ପାଇଁ ସେ ଜଣେ ମମତାମୟୀ ମା’। ସେ ସବୁସମୟରେ ସୈନ୍ୟମାନଙ୍କୁ ଭେଟନ୍ତି। ଆଉ ସେମାନଙ୍କୁ ଆଲିଙ୍ଗନ କରି ସ୍ନେହ ଅଜାଡ଼ି ଦେଇଥାନ୍ତି। ବିଗତ ଏକ ଦଶନ୍ଧୀ ଧରି ସେ ଏହି କାମ କରି ଆସୁଛନ୍ତି। ଦିନେ ଏକ ଆର୍ମି ବାରାକ୍‌କୁ ବୁଲି ଯାଇଥିଲେ ସେ। ସେଠାରେ ଜଣେ ସୈନ୍ୟଙ୍କୁ ଆଲିଙ୍ଗନ କରିଥିଲେ। ପରେ ଜାଣିଲେ ଯେ, ସେହି ସୈନ୍ୟଜଣକ ଯୁଦ୍ଧକୁ ଯାଉଛନ୍ତି। ତାଙ୍କର ମମତା ତାଙ୍କୁ ଉତ୍ସାହିତ କରିଛି। ବାସ୍‌, ଏହାପରେ ସେ ଏହାକୁ ଏକ ମିଶନ ବୋଲି ଧରିନେଲେ। ଏବେ ସେ ହେଉଛନ୍ତି ସୈନ୍ୟମାନଙ୍କ ପାଇଁ ମମତାମୟୀ ମା’। ଏଥିପାଇଁ ତାଙ୍କୁ ବହୁ ସମ୍ମାନ ଓ ସ୍ବୀକୃତି ମିଳିଛି। ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାତ୍ର ଏଲିଜାବେଥ୍‌ କହନ୍ତି, ସୈନ୍ୟମାନଙ୍କୁ ଆଲିଙ୍ଗନ କରି ସେମାନଙ୍କୁ ମା’ର ସ୍ନେହ ଦେବା ହେଉଛି ତାଙ୍କ ପାଇଁ ସବୁଠୁ ବଡ଼ ଆନନ୍ଦ।


All Right Reserved By Dharitri.Com

ବର୍ଷାଦିନେ ଆଗ୍ରା ବୁଲିବାକୁ ଯାଉଛନ୍ତି କି…ତାଜମହଲ ଦୃଶ୍ୟ ସହ ଏସବୁ ଜିନିଷର ମଜା ନିଅନ୍ତୁ..

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ। କର୍ମବହୁଳ ଜୀବନରୁ ସମୟ ଟିକିଏ ମିଳିବା ମାତ୍ରେ ଅନେକେ ଦର୍ଶନୀୟ ସ୍ଥାନ ଭ୍ରମଣରେ ବାହାରିଥାନ୍ତି। ଏହିକ୍ରମରେ ରାଜଧାନୀ ଦିଲ୍ଲୀର...

ଡିଜିଟାଲ ଡ୍ରେସ୍‌, ଦାମ୍‌ ଶୁଣିଲେ ହେବେ ଚକିତ

ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍‌ ବି ଡିଜିଟାଲ ହୋଇଗଲାଣି। ଦାମ୍‌ ମଧ୍ୟ...

ପଶ୍ଚିମ ଓଡ଼ିଶାର ଧବଳେଶ୍ୱର ପୀଠ

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରଠାରୁ ଅଳ୍ପ ଦୂରରେ ଥିବା କୁମୁଡ଼ା ପାହାଡ଼ରେ ରହିଛି ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ। ଓଡ଼ିଶାରେ ଥିବା...

ମୃତ୍ୟୁ ପ୍ରମାଣ ପତ୍ର ମାଗିବାରୁ ମୃତଦେହ ସହ ବୀମା କାର୍ଯ୍ୟାଳୟ ପହଞ୍ଚିଲେ ପରିଜନ

କୌଣସି ବ୍ୟକ୍ତିଙ୍କର ଯଦି ବୀମା କରାଯାଇଥିବା ତେବେ ମୃତ୍ୟୁ ପରେ ପରିଜନ ଏହାର ପ୍ରମାଣ ଦେଇ ଲାଭ ରାଶି ଉଠାଇ ପାରିବେ। ହେଲେ ଦକ୍ଷିଣ ଆଫ୍ରିକାରେ...

ରକ୍ତତୀର୍ଥ ଇରମ

ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର...

ସାଧାରଣତନ୍ତ୍ର ଦିବସକୁ ନେଇ ମନ୍ତ୍ରୀଙ୍କ ଜ୍ଞାନ: ୧୯୮୫ରେ ଲାଗୁ ହୋଇଛି ଦେଶର ସମ୍ବିଧାନ

ପାଟନା,୨୬।୧: ଦେଶ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ବିହାରର ଜଣେ ମନ୍ତ୍ରୀଙ୍କ ଜ୍ଞାନ ଏବେ ଚର୍ଚ୍ଚାକୁ ଆସିଛି। ବିହାର ବିଧାନସଭାରେ...

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

Leave a comment

Your email address will not be published. Required fields are marked *