ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି ଫିଲ୍ମ ‘ମାଲ ମହୁ ଜୀବନ ମାଟି : ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଅବଶ୍ୟ ଏହାପୂର୍ବରୁ ତାଙ୍କ ଅଭିନୀତ ଅନେକ ସିନେମାରେ ମିଳିଥିବା ଭିନ୍ନ ସ୍ବାଦର ରୋଲ୍‌ଗୁଡିକୁ ବେଶ୍‌ ସୁଚାରୁ ରୂପେ ତୁଲାଇଛନ୍ତି। ଅନ୍ୟପକ୍ଷରେ ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ତାଙ୍କୁ ମିଳିଛି ଏକ ମନଲାଖି ଭୂମିକା। ଏ ସମ୍ପର୍କରେ ସେ କହନ୍ତି, ‘ମନପସନ୍ଦର ରୋଲ୍‌ଟିଏ କିଏ ବା ନ ଚାହେଁ ? ପ୍ରଥମ କଥା ହେଲା ଏହି ଫିଲ୍ମର ଟାଇଟଲ ‘ଅଭିମାନ’ ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଯେଉଁ ଭୂମିକାଟି ମିଳିଛି ସେ ବିଷୟରେ ଏବେଠାରୁ କହିବି ନାହିଁ। ସେଥିରେ ଅନେକ କିଛି ସ୍ପେଶାଲ ରହିଛି। ଦର୍ଶକ ଯେତେବେଳେ ସିନେମାଟିକୁ ପରଦାରେ ଦେଖିବେ ସେ ବିଷୟରେ ଜାଣିପାରିବେ। ସିଦ୍ଧାର୍ଥ ମ୍ୟୁଜିକ୍‌ (ପୂର୍ବରୁ ସାର୍ଥକ ଫିଲ୍ମସ) ବ୍ୟାନରରେ ସୀତାରାମ ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରଯୋଜିତ ଏହା ହେଉଛି ୨୬ ତମ ଚଳଚ୍ଚିତ୍ର। ଖାସ୍‌ କଥା ହେଲା ଏଥିରେ ସବ୍ୟସାଚୀଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି ତାଙ୍କର ପପୁଲାର ଯୋଡି ଅର୍ଚ୍ଚିତା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି) ଏବଂ ସ୍ବର ସଂଯୋଜନା କରିଛନ୍ତି ବିକାଶ ଦାସ।


All Right Reserved By

ଖେଳାଳିଙ୍କ ଜର୍ସି ଉପରେ ମତ ଦେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ, ୧।୭: ବଲିଉଡ ଅଭିନେତ୍ରୀ ହ୍ୟୁମା କ୍ୟୁରେସୀ ଭାରତୀୟ କ୍ରିକେଟ ଦଳର ଜର୍ସି ଉପରେ ମତ ଦେଇ ଟ୍ରୋଲ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ...

ନିର୍ଦ୍ଦେଶକଙ୍କ କାନ୍ଧ ଉପରେ ପାଦ ରଖିଦେଲେ ଡିମ୍ପଲ

ମୁମ୍ବାଇ: ୮୦ ଦଶକର ଷ୍ଟାଇଲିସ ନାୟିକାଙ୍କ ମଧ୍ୟରେ ଡିମ୍ପଲ କାପାଡିଆ ସବୁଠୁ ଆଗରେ କହିଲେ କିଛି ଭୁଲ୍‌ ହେବନାହିଁ। ଆଉ ଆଜିବି ତାଙ୍କ ଷ୍ଟାଇଲ ଦେଖିଲେ...

ମଲାଇକାଙ୍କୁ ବୁଢି ବୋଲି କହିଲେ…

ମୁମ୍ବାଇ: ବଲିଉଡ୍‌ ଆଇଟମ୍‌ କୁଇନ୍‌ ମଲାଇକା ଆରୋରା ଖାଁ ଏବେ ତାଙ୍କ ରିଲେସନଶିପକୁ ନେଇ ବେଶ୍‌ ଚର୍ଚ୍ଚିତ। ତାଙ୍କଠାରୁ ବୟସରେ ସାନ ବଲିଉଡ୍‌ ନାୟକ ଅର୍ଜୁନ...

ଲାଲ୍‌ ଲେହେଙ୍ଗାରେ ସାରାଙ୍କ ଫଟୋଶୁଟ: ଫଟୋ ଦେଖି ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଜଗତରେ ପାଦ ଥାପିବା ଦିନଠାରୁ ସୈଫ ଲଳନା ସାରାଙ୍କ କ୍ରେଜ୍‌ କାହାଠାରୁ କମ୍‌ ନୁହେଁ। ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ରେ ତାଙ୍କର ଅଭିନୟକୁ...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

ମା’ଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡର ଭାଇଜାନ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ର ସଫଳତା ପରେ ଆଜିକାଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ପ୍ରତିଦିନ କିଛି ଫଟୋ ହେଉ କିମ୍ବା...

ଇନ୍‌ଷ୍ଟାଗ୍ରାମରେ କରୀନା ଶେୟାର କଲେ ବିନା ମେକ୍‌ଅପ୍‌ ଫଟୋ

କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ୟୁରୋପର ଟକ୍ସିନ୍‌ରେ ଗ୍ରୀଷ୍ମ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ...

ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *