ଧଳାବାଘ ସମ୍ରାଟ ହାଡ଼ଜନିତ ରୋଗରେ ଆକ୍ରାନ୍ତ

ବାରଙ୍ଗ,୩୦ା୬(ଡି.ଏନ୍‌.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ଧଳାମହାବଳ ବାଘ ସମ୍ରାଟକୁ ଏବେ ଆଉ ଦର୍ଶକ ଦେଖିପାରିବେ ନାହିଁ। ଅସୁସ୍ଥ ଥିବା କାରଣରୁ ତାକୁ କିଛିଦିନ ପାଇଁ ବିଶ୍ରାମ ଦିଆଯିବ। ଏନକ୍ଲୋଜରର ପଛପଟ ବ୍ୟାକକ୍ରଲରେ ତାକୁ ରଖାଯିବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟରେ ତା’ର ଉନ୍ନତି ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି। ଗୁରୁବାର ଡାକ୍ତରଖାନାରେ ସମ୍ରାଟର ହୋଇଥିବା ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟିରୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

ଗତ ୩ ମାସ ହେବ ସମ୍ରାଟ ଛୋଟେଇ ଛୋଟେଇ ଚାଲୁଥିବାବେଳେ ତା’ର ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥ୍ୟରେ ଉନ୍ନତି ହୋଇ ନ ଥିଲା। ଗୁରୁବାର ଓୟୁଏଟି ସର୍ଜରୀ ବିଭାଗର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୫ଜଣିଆ ଦଳ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ରକ୍ତନମୁନା ସଂଗ୍ରହ କରିବାସହ ବାମପଛପଟର ୧୨ଟି ସ୍ଥାନରେ ଏକ୍ସରେ କରିଥିଲେ। ଏହି ଏକ୍ସରେ ରିପୋର୍ଟ ଶନିବାର ଓୟୁଏଟି ତରଫରୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଦେଖିବା ପରେ ସମ୍ରାଟ ଅଷ୍ଟିଓପୋରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛି। ଏହା ହାଡ଼ଜନିତ ରୋଗ ଅଟେ। ସଂକ୍ରମଣ ନ ହେଲେ ମଧ୍ୟ ପୂର୍ବଜଙ୍କଠାରେ ଏପରି ରୋଗଥିଲେ ତାହା ପିଲାଙ୍କଠାରେ ଦେଖାଯିବା ସମ୍ଭାବନା ରହିଥାଏ। ଏନକ୍ଲୋଜର ପଛ ବ୍ୟାକକ୍ରଲରେ ସମ୍ରାଟକୁ ରଖିବା ସହ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତା’ର ଚିକିତ୍ସା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।


All Right Reserved By Dharitri.Com

ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଙ୍ଗୀତ ସୁଧାକର ସ୍ମାରକୀ ସମ୍ମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଚଳିତବର୍ଷ ‘ନାଲ୍‌କୋ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପାଇବେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା। ସଙ୍ଗୀତ ସୁଧାକର...

କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ସମାରୋହ: ଓଡ଼ିଆରେ ‘ପଠନ ଆନ୍ଦୋଳନ’ ଆଜିର ଆବଶ୍ୟକତା

ଭୁବନେଶ୍ୱର,୩ା୭(ବ୍ୟୁରୋ): ‘ହ୍ୟାରି ପଟର୍‌’ ସିରିଜର ଲେଖିକା ଜେ.କେ. ରାଓଲିଂ ନିଜ ଲେଖା ମାଧ୍ୟମରେ ଯୁବ ପାଠକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ମଧ୍ୟରେ ପୁଣିଥରେ ବହି ପଢିବା...

‘ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ଇଂଲିଶ କୁହନ୍ତୁ ବୋଲି ଅଭିଭାବକ ଚାହୁଁଛନ୍ତି’

ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତଥାପି ଅଭିଭାବକମାନେ ନିଜ ପିଲାର ଉତ୍ତମ ଭବିଷ୍ୟତ ଗଢିବା...

ସେପ୍ଟେମ୍ବରରେ ଉତ୍ତର ରେଳପଥରେ ୪ଟ୍ରେନ ବାତିଲ

ଭୁବନେଶ୍ୱର, ୨୮-୮(ବ୍ୟୁରୋ)-ଉତ୍ତର ରେଳପଥରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁ ୪ଟି ଏକ୍ସପ୍ରେସକୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି।...

ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଓଡ଼ିଶା ଝିଅ ଚେଲ୍‌ସି

ଭୁବନେଶ୍ୱର, ୭ା୧୦(ବ୍ୟୁରୋ): ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ...

ବାଣୀବିହାର ଛକରେ ରହିପାରିବନି ବସ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ଏଥର ସାବାଡ ହେବେ ବସ୍‌ ଡ୍ରାଇଭର। ସେମାନେ ଆଉ ମନଇଚ୍ଛା ବାଣୀବିହାର ଛକରେ ନିୟମ ଉଲ୍ଲଂଘନ କରି ବସ୍‌ ରଖିପାରିବେ ନାହିଁ। ସେହିପରି...

ପୁଣି କୋହଳ ହେଲା ଗାଡ଼ି କାଗଜପତ୍ର ଯାଞ୍ଚ ନିୟମ: ଆଉ ତିନି ମାସ ଘୁଞ୍ଚିଲା ଡେଡ୍‌ଲାଇନ୍‌

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ପୁଣି ଘୁଞ୍ଚିଲା ଡେଡ୍‌ଲାଇନ୍‌। ଡିସେମ୍ବର ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ପାଇଁ ଯେଉଁ ଘୋଷଣା କରାଯାଇଥିଲା ତାହା ଘୁଞ୍ଚିଛି। ଏହାକୁ...

ନିର୍ବାଚନରେ ହାରିବି ଅଥବା ଜିତିବି ଜଣାନାହିଁ, ହେଲେ ଲୋକଙ୍କ ସେବା ଜାରି ରଖିବି: ଦାମ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଗୁରୁବାର ଭୋଟ ଗଣତି। ଏହା ପରେ କିଏ ଜିତିବ, କିଏ ହାରିବ ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା। ବିଭିନ୍ନ...

Leave a comment

Your email address will not be published. Required fields are marked *