Posted inଜାତୀୟ

ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୦ା୬(ଆଇଏଏନ୍‌ଏସ୍‌): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍‌ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍‌ରେ ମୃତ ପେହଲୁଙ୍କ ନାଁ ଥିବା କୁହାଯାଉଥିବାବେଳେ ଏହାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଖଣ୍ଡନ କରିଛନ୍ତି।
୨୦୧୭ ଏପ୍ରିଲରେ ଗାଡ଼ିରେ ଗୋରୁ ବୋଝେଇ କରି ନେଉଥିବା ପେହଲୁ ଖାନ୍‌ଙ୍କୁ ଅଲଓ୍ବରଠାରେ ତଥାକଥିତ ଗୋରକ୍ଷକମାନେ ପିଟିପିଟି ମାରିଦେଇଥିଲେ। ପେହଲୁଙ୍କ ନାଁରେ ରାଜସ୍ଥାନ ପଶୁହତ୍ୟା ନିରାକରଣ ଓ ଚାଲାଣ ନିୟନ୍ତ୍ରଣ ଆଇନର ଧାରା ୬ରେ ଚାର୍ଜଶିଟ୍‌ ହୋଇଥିବାବେଳେ ତାଙ୍କ ପୁଅ ଇର୍ସାଦ ଓ ଅରିଫଙ୍କ ବିରୋଧରେ ଧାରା ୫, ୮ ଓ ୯ରେ ପୋଲିସ ଚାର୍ଜଶିଟ୍‌ ଦାଏର ହୋଇଥିବା ଖବର ପ୍ରକାଶ ପାଇଥିଲା। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହେବାର ୧୩ ଦିନ ପରେ ଗତବର୍ଷ ଡିସେମ୍ବର ୩୦ରେ ଏହି ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଭାଜପା ସରକାର ସମୟରେ ହୋଇଥିବା ତଦନ୍ତ ଆଧାରରେ ଉକ୍ତ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିବାରୁ ତଦନ୍ତରେ ତ୍ରୁଟି ଥିଲେ ତାହାର ପୁନଃତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ପୂର୍ବରୁ କହିଥିଲେ। ରାଜସ୍ଥାନ ପୋଲିସ ଗତ ଡିସେମ୍ବର ମାସରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ଙ୍କ ନାଁ ନ ଥିବା ପରେ ସେ କହିଛନ୍ତି। ଦେଶର ଯେକୌଣସି ସ୍ଥାନରେ ହେଉଥିବା ଭିଡ଼ ହିଂସାକୁ କଂଗ୍ରେସ ଦୃଢ଼ ବିରୋଧ କରେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପାଇଁ ତାଙ୍କ ସରକାର ଯଥେଷ୍ଟ ସତର୍କ ରହିଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।
୨୦୧୭ ଏପ୍ରିଲ ୧ରେ ପେହଲୁ ଓ ତାଙ୍କ ଦୁଇପୁଅ ଜୟପୁର ମେଳାରୁ ଏକ ଗାଡିରେ ଗୋରୁ ଆଣି ଘରକୁ ଫେରୁଥିବାବେଳେ ଅଲଓ୍ବର ନିକଟସ୍ଥ ଜୟପୁର-ଦିଲ୍ଲୀ ରାଜପଥରେ ନିଜକୁ ଗୋରକ୍ଷକ କହୁଥିବା କେତେଜଣ ସ୍ଥାନୀୟ ଲୋକ ତାଙ୍କୁ ଚୋରାବେପାରୀ କହି ମାଡ଼ ମାରିଥିଲେ। ଗୁରୁତର ପେହଲୁଙ୍କର ଏପ୍ରିଲ ୩ରେ ମୃତ୍ୟୁ ହୋଇଥିଲା। ତେବେ ଶନିବାର ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ରାଜସ୍ଥାନ ପୋଲିସ ପେହଲୁଙ୍କୁ ଜଣେ ଗୋରୁ ଚୋରାବେପାରୀ ବୋଲି ଅଭିଯୋଗ କରିଥିବା ଖବର ସାମନାକୁ ଆସିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପେହଲୁଙ୍କୁ ପିଟି ହତ୍ୟା କରିଥିବା ୮ ଅଭିଯୁକ୍ତ ଜାମିନରେ ଆସି ବାହାରେ ବୁଲୁଥିବାବେଳେ ପୋଲିସ ମୃତ ପେହଲୁଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିବାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଭାଜପାର ପ୍ରତିରୂପ, ଏହା ମୁସଲମାନମାନେ ହୃଦୟଙ୍ଗମ କରିବା ଉଚିତ ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ସମାଲୋଚନା କରିଛନ୍ତି।


All Right Reserved By Dharitri.Com

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ...

ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗ୍ରହଣ କରିବାକୁ ଯାଉଥିବାବେଳେ ଦଳର ସାଙ୍ଗଠନିକ ଦାୟିତ୍ୱ ବରିଷ୍ଠ ଭାଜପା ନେତା...

କରୋନା ଆରୋଗ୍ୟ ହାର ୨୫.୧୯%

ନୂଆଦିଲ୍ଲୀ,୧।୫: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଥିବାବେଳେ ଆରୋଗ୍ୟ ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୪ ଦିନ ତଳେ ଆରୋଗ୍ୟ ହାର...

କନ୍ୟା ଅପହରଣ ମାମଲାକୁ ନେଇ ସିକରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜୟପୁର,୨୫।୪: ରାଜସ୍ଥାନର ସିକରରେ ଏକ କନ୍ୟା ଅପହରଣ ମାମଲାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଜାଠ ସମାଜର ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୁରୁବାର ସିକର...

ଆଜାଦଙ୍କୁ କଶ୍ମୀର ଯିବାକୁ ଅନୁମତି

ନୂଆଦିଲ୍ଲୀ,୧୭-୯(ପି.ଟି.):ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କୁ ଜମ୍ମୁ-କଶ୍ମୀର ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ତେବେ ସେ...

ବିକ୍ରମ ଲ୍ୟାଣ୍ଡରକୁ ‘ହେଲୋ’ ବାର୍ତ୍ତା ପଠାଇଲା ନାସା

ଓ୍ବାଶିଂଟନ,୧୨।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି। ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି। ସେଥି...

ଘୂର୍ଣ୍ଣି ଝଡ଼ ତାଣ୍ଡବ: ୩ ରାଜ୍ୟରେ ୩୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୭।୪: ଦେଶର ବିଭିନ୍ନ ରାଜସ୍ଥାନ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। କେତେକ ଅଞ୍ଚଳରେ ପ୍ରବଳ...

ମୋଦିଙ୍କୁ ମେହବୁବାଙ୍କ ଭର୍ତ୍ସନା: ପାକିସ୍ତାନ ଇଦ୍‌ ଲାଗି ଅଣୁଅସ୍ତ୍ର ରଖିନି

ଶ୍ରୀନଗର,୨୩ା୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିପ୍ପଣୀକୁ ନେଇ ଭର୍ସନା କରିଛନ୍ତି। ରବିବାର ରାଜସ୍ଥାନର ବାର୍ମେରଠାରେ...

Leave a comment

Your email address will not be published. Required fields are marked *