Posted inରାଜ୍ୟ

ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନାରେ ମନମୁଖି କାର୍ଯ୍ୟ: ଖାଲିପଡ଼ିଛି ୩୬ ଅଧ୍ୟାପିକା ଅଧ୍ୟାପକ ପଦବୀ; ୮୦ ପରିବର୍ତ୍ତେ ଅଛନ୍ତି ୪୪

ଯାଜପୁରରୋଡ,୩୦ା୬(ନି.ପ୍ର.)- ଯାଜପୁରରୋଡସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଗତ ଦିନରେ ଏହି ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସୁନାମ ଅର୍ଜନ କରିଥିଲା। ଏହି ମହାବିଦ୍ୟାଳୟ ୧୯୬୬ରେ ପ୍ରତିଷ୍ଠା ହୋଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ଜିଲାର ଛାତ୍ରୀଛାତ୍ର ଏହି ମହାବିଦ୍ୟାଳୟକୁ ଆସିଥାନ୍ତି। ଏଠାରୁ ଶିକ୍ଷା ସାରି ବହୁ ଛାତ୍ରୀଛାତ୍ର ରାଜ୍ୟ ଓ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ହେଲେ ଗତ ୪ ବର୍ଷ ହେଲା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନା କ୍ଷେତ୍ରରେ ମନମାନୀ ଯୋଗୁ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଓ ଶାସନଗତ ବିଶୃଙ୍ଖଳା ଦେଖାଦେଇଛି। ଏହି ମହାବିଦ୍ୟାଳୟରେ ୮୦ ଜଣ ଅଧ୍ୟାପିକା ଅଧ୍ୟାପକଙ୍କ ଆବଶ୍ୟକ ଥିବାବେଳେ ୪୪ ଜଣ ରହିଛନ୍ତି ଓ ୩୬ ପଦବୀ ଖାଲିପଡିଛି। ଇତିହାସ ବିଭାଗରେ ୬ ଅଧ୍ୟାପକ ମଧ୍ୟରୁ ୬ଟି ପଦବୀ ଖାଲିପଡିଛି। ବାଣିଜ୍ୟ ବିଭାଗରେ ୩, ଉଦ୍ଭିଦ ବିଜ୍ଞାନରେ ୨, ପ୍ରାଣୀ ବିଜ୍ଞାନରେ ୩, ଇଂଲିଶ ବିଭାଗରେ ୬, ଓଡ଼ିଆ ବିଭାଗରେ ୩, ଶିକ୍ଷା ବିଭାଗରେ ୧, ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗରେ ୧, ଅର୍ଥଶାସ୍ତ୍ରରେ ୨, ରାଜନୀତି ବିଜ୍ଞାନ ବିଭାଗରେ ୧, ପଦାର୍ଥ ବିଜ୍ଞାନରେ ୨, ରସାୟନ ବିଜ୍ଞାନରେ ୧ ପଦବୀ ଖାଲିପଡ଼ିଛି। ସେହିପରି ଗଣିତ ବିଭାଗରେ ୨, ତର୍କ ଓ ଦର୍ଶନଶାସ୍ତ୍ରରେ ୩ ପଦବୀ ଖାଲିପଡିଛି। ଫଳରେ ଛାତ୍ରୀଛାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଏହି ମହାବିଦ୍ୟାଳୟକୁ ୪ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠି ମିଳିନାହିଁ। ପୂର୍ବତନ ଅଧ୍ୟକ୍ଷମାନେ ଅନୁଦାନ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ମହାବିଦ୍ୟାଳୟର ବିକାଶ ବାଧାପ୍ରାପ୍ତ ହେବା ସହ ଶ୍ରେଣୀଗୃହର ଅଭାବ ଦେଖାଦେଇଛି। ୨୦୧୯ ସୁଦ୍ଧା ସ୍ବୟଂଶାସିତ ମାନ୍ୟତା ଶେଷ ହୋଇଯାଇଥିବାରୁ ପୁନଃ ମାନ୍ୟତା ପାଇବା ପାଇଁ ଆନୁଷଙ୍ଗିକ କାଗଜପତ୍ର ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ପୁରାତନ ଛାତ୍ରସଂଘ ସଭାପତି ବିଦ୍ୟାଧର ମହାନ୍ତି କୁହନ୍ତି, ପୂର୍ବତନ ଅଧ୍ୟକ୍ଷଙ୍କ ସମୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଠିକ୍‌ ସମୟରେ ଦାଖଲ ନ ହେବାରୁ ମହାବିଦ୍ୟାଳୟ ବିକାଶ ବାଧାପ୍ରାପ୍ତ ହୋଇଛି। ଏହି ଅନୁଦାନ ପାଣ୍ଠିର ତଦନ୍ତ କରାଯାଉ। କଲେଜର ଅଧ୍ୟକ୍ଷ ମେଜର ଆବୁ ତାହେଙ୍କୁ ପଚାରିବାରୁ, ଅଧ୍ୟାପକ ପଦବୀ ଖାଲି ଥିବା ଘଟଣା ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ପାଣ୍ଠିର ପ୍ରମାଣପତ୍ର ଦାଖଲ ପାଇଁ କାର୍ଯ୍ୟ ଚାଲୁରହିଛି ବୋଲି କହିଥିଲେ। ତୁରନ୍ତ ପଦବୀଗୁଡିକୁ ପୂରଣ କରିବା ପାଇଁ ପୁରାତନ ଛାତ୍ରସଂଘ ଓ କଲେଜର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦାବି କରାଯାଉଛି।


All Right Reserved By Dharitri.Com

ମହିଳାଙ୍କ ପାଇଁ ‘ମିଶନ ଶକ୍ତି ବିଭାଗ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ...

ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ...

ଜରନ୍ଦାପାଳ ପୋଲ ନିକଟରୁ ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

କଳିଙ୍ଗନଗର,୮ା୬(ଡି.ଏନ୍‌.ଏ.): ଟମକା ଥାନା ଜରନ୍ଦାପାଳ ଛକ ନିକଟରୁ ଶୁକ୍ରବାର ସକାଳେ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଗାଡି ମାଲିକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜରନ୍ଦାପାଳ...

ଆଜି ସିଂହବାହିନୀ ବେଶରେ ଦର୍ଶନ ଦେବେ ମା’ମଙ୍ଗଳା

କାକଟପୁର,୪।୧୦(ଡି.ଏନ୍‌.ଏ): ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଠମୀ ତିଥିରୁ ଚାଲିଛି ଶାରଦୀୟ ପାର୍ବଣ ପୂଜା। ଶୁକ୍ରବାର ଆଶ୍ୱିନ ଶୁକ୍ଳ ସପ୍ତମୀ ତିଥି...

ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ,...

ଖୋର୍ଦ୍ଧାକୁ ପଛରେ ପକାଇଲା ଭଦ୍ରକ: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୮ ପଜିଟିଭ୍‌; ଜିଲାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି

ଭଦ୍ରକ ଅଫିସ, ୧୭।୫- ରବିବାର ଭଦ୍ରକ ଜିଲାରେ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪...

ସୁପର ଫୁଡ୍‌ ‘କଳା ଚାଉଳ’

ଧାନର ରଙ୍ଗ ଧଳା, ଭିତରେ ଚାଉଳ କଳା। କଳା ଚାଉଳର ଜନ୍ମ ସ୍ଥାନ ଚାଇନା। ପୃଥିବୀରେ ପ୍ରାୟ ୬୦ କିସମର କଳା ଚାଉଳ ଧାନ ଅଛି।...

ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର,୧୦।୧୨(ଡି.ଏନ.ଏ): ଚୌଦ୍ୱାର ସର୍କଲ ଜେଲରେ ସୋମବାର ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ମାଳିସାହି ଗ୍ରାମର ଦେବ...

Leave a comment

Your email address will not be published. Required fields are marked *