ବର୍ଷା ନାହିଁ, କେନାଲରେ ଆସୁନି ପାଣି : ଆରମ୍ଭ ହୋଇପାରୁନି ଚାଷ

ତିର୍ତ୍ତୋଲ,୩୦ା୬ (ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଚଳିତବର୍ଷ ବର୍ଷା ଅଭାବରୁ ଚାଷକାମ ପଛେଇଯାଇଛି। ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଧାନ ବୁଣା କିମ୍ବା ତଳିପକା କାମ ହୋଇପାରୁନାହିଁ। ଏହି ବ୍ଲକର ୨୯ ପଞ୍ଚାୟତରେ ପ୍ରାୟ ୨୮ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଇଥାଏ। ଖରିଫ ଋତୁରେ ଭଲ ବର୍ଷା ହେବା ସହ କେନାଲରେ ପାଣି ଆସିଲେ ଚାଷୀମାନେ ଅକ୍ଷୟ ତୃତୀୟାଠାରୁ ଧାନ ବୁଣିବା ଓ ତଳି ପକାଇବା କାମ ଆରମ୍ଭ କରିଥାନ୍ତି। ଚଳିତବର୍ଷ ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଭଲ ବର୍ଷା ନ ହେବାରୁ ଧାନବୁଣା କାମ ଆରମ୍ଭ ହୋଇନାହିଁ। ଏଥିସହ କେନାଲ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରି ନ ଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷଜମି ମଧ୍ୟ ପଡ଼ିଆ ପଡ଼ିଛି। ମୋଟାମୋଟି ଭାବେ ବର୍ଷା ଅଭାବରୁ ଚଳିତବର୍ଷ ଧାନ ଚାଷରେ ବିଳମ୍ବ ହୋଇଛି। ତିର୍ତ୍ତୋଲ ଧୋୟା ଅଞ୍ଚଳରେ ଥିବା ୭ ପଞ୍ଚାୟତ ଦେଇ ବ୍ୟାରେଜ ଡିଭିଜନ ଅଧୀନରେ ଯାଇଥିବା କେନାଲ ପାଣି ଉପରେ ନିର୍ଭର କରି ଅନେକ ଚାଷୀ ଚାଷ କାର୍ଯ୍ୟ କରିଥାନ୍ତି। ଚଳିତବର୍ଷ ଏହି କେନାଲର ଅନେକ ସ୍ଥାନରେ କାର୍ଯ୍ୟ ଚାଲିଥିବାରୁ ଏ ପର୍ଯ୍ୟନ୍ତ ଏଥିରେ ପାଣି ଛାଡିବା ସମ୍ଭବ ହୋଇନାହିଁ। ଫଳରେ ଏହି କେନାଲ ଉପରେ ନିର୍ଭରଶୀଳ କୃଷ୍ଣାନନ୍ଦପୁର ପଞ୍ଚାୟତଠାରୁ ପୋରଗଦେଇ ପଞ୍ଚାୟତ ପର୍ଯ୍ୟନ୍ତ ଜମିରେ ଚାଷ କାର୍ଯ୍ୟ ହୋଇପାରିନାହିଁ। ସେହିପରି ତାଳଦଣ୍ଡା କେନାଲର ସବ୍‌କେନାଲ ନଂ.୧୨, ୧୨(କ), (ଖ), (ଗ), ନଂ. ୧୩ (କ) ଓ (ଖ), ଏହାର ମାଇନର ଓ ସବ୍‌ମାଇନର କେନାଲଗୁଡିକରେ ଏବେ ସୁଦ୍ଧା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭବ ହୋଇନାହିଁ।

ଫଳରେ ଏହି କେନାଲଗୁଡିକ ଉପରେ ନିର୍ଭରଶୀଳ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ରଜ ପରଠାରୁ ଏଠାରେ ଭଲ ବର୍ଷା ହୋଇନାହିଁ। ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଉଥିବାବେଳେ ଏଠାରେ ଆବଶ୍ୟକ ଅନୁଯାୟୀ ବର୍ଷା ହେଉନାହିଁ। କେନାଲରେ ପାଣି ଛାଡ଼ିବା ପାଇଁ ଚାଷୀମାନେ ବହୁବାର ଦାବି କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। କେତେକ କେନାଲରେ ଏ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ କେନାଲରେ ପାଣି ଛାଡିବାରେ ବିଳମ୍ବ ହେଉଛି। ତେଣୁ ତୁରନ୍ତ କେନାଲ କାର୍ଯ୍ୟ ସାରି ପାଣି ଛାଡ଼ିବା ପାଇଁ ଚାଷୀମାନେ ଦାବି କରିଛନ୍ତି।


All Right Reserved By

ବିଭିନ୍ନ ବିଦ୍ୟାଳୟର ପରୀକ୍ଷା ଫଳ

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ବିଦ୍ୟାଳୟର ମୋଟ ୧୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।...

ମହାନଦୀ ପଠାରୁ ଖସୁଛି ଅତଡ଼ା: ପଥର ପ୍ୟାକିଂ, ବୃକ୍ଷରୋପଣ ଦାବି

ତିର୍ତ୍ତୋଲ,୧୪ା୬(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଦେଇ ପ୍ରବାହିତ ମହାନଦୀର ଦକ୍ଷିଣ ପାର୍ଶ୍ୱ ବାଲିପାଟଣାଠାରୁ ତିର୍ତ୍ତୋଲ ପର୍ଯ୍ୟନ୍ତ ନଦୀପଠାରୁ ବ୍ୟାପକ ଅତଡ଼ା ଖସୁଛି। ନଦୀ ଶଯ୍ୟାରୁ ଅବାଧ ବାଲି...

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ...

କୁଆପଥର ବର୍ଷା, ବ୍ୟାପକ କ୍ଷୟକ୍ଷତି

ରାଇକିଆ,୧୩।୬(ଡ଼ି.ଏନ.ଏ)-ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ରାତ୍ରରେ ପ୍ରବଳ ବର୍ଷା ସହ କୁଆପଥର ପଡିଥିଲା। ଏଥିରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାଣିକେଶ୍ୱର ପଞ୍ଚାୟତରେ...

ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଙ୍ଗୀତ ସୁଧାକର ସ୍ମାରକୀ ସମ୍ମାନ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଚଳିତବର୍ଷ ‘ନାଲ୍‌କୋ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ’ ପାଇବେ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା। ସଙ୍ଗୀତ ସୁଧାକର...

ଶ୍ରୀମନ୍ଦିରର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ : ଇଣ୍ଟରନେଟ୍‌ରେ ମହାପ୍ରଭୁଙ୍କ କଥା

ପୁରୀ ଅଫିସ,୩ା୭: ମହାପ୍ରଭୁଙ୍କ ସମ୍ପର୍କରେ ଏଣିକି ଟିକିନିକି କଥା ସହଜରେ ଜାଣି ହେବ। ମାଉସ୍‌ କ୍ଲିକ କରିବା ମାତ୍ରେ ବାହାରିବ ସବୁକିଛି ତଥ୍ୟ। ଏଥିପାଇଁ ମଙ୍ଗଳବାର...

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା ଅଫିସ,୨୫।୭: ରାଉରକେଲା ଲାଠିକଟା ପୋଲିସ ବୁଧବାର ଜଣେ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି(୩୩)ଗୁରୁତର ଆହତ ହୋଇଛନ୍ତି। ସୁନିଲର...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ପ୍ରଥମ ଥର ଲାଗି କଂଗ୍ରେସ ଦୁଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *