ବ୍ୟାଙ୍କ ଠକେଇ ନେଇ ଇଡିର ଦାବି: ନୀରବ,ଚୋକ୍‌ସିଙ୍କଠୁ ଆଗରେ ସନ୍ଦେସରା ଭ୍ରାତା

ନୂଆଦିଲ୍ଲୀ,୩୦-୬: ଜାଲ୍‌ କମ୍ପାନୀ ପ୍ରତିଷ୍ଠା କରି ବ୍ୟାଙ୍କଗୁଡ଼ିକରୁ ବହୁ ହଜାର କୋଟି ଟଙ୍କା ଠକି ନେବାରେ ଷ୍ଟର୍ଲିଂ ବାୟୋଟେକ କମ୍ପାନୀ ମାଲିକ ସନ୍ଦେସରା ଭ୍ରାତାଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚକିତ କଲା ଭଳି ତଥ୍ୟ ପ୍ରଘଟ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଦୁର୍ନୀତି ଠାରୁ ଏହି ଠକେଇ ବଡ଼ ବୋଲି ଇଡି କହିଛି।
ଇଡି ପକ୍ଷରୁ କୁହାଯାଇଛି ଯେ, ଷ୍ଟର୍ଲିିଂ ବାୟୋଟେକ ପ୍ରମୋଟର ନୀତିନ ସନ୍ଦେସରା, ଚେତନ ସନ୍ଦେସରା ଓ ଦୀପ୍ତି ସନ୍ଦେସରା ଦେଶର ବିଭିନ୍ନ ବ୍ୟାଙ୍କରୁ ୧୪,୫୦୦ କୋଟି ଟଙ୍କା ଋଣ ଜାଲିଆତି କରିଛନ୍ତି। ଅନ୍ୟପକ୍ଷରେ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସି ପିଏନ୍‌ବି ଠାରୁ ୧୧,୪୦୦ କୋଟି ଟଙ୍କା ଠକିଛନ୍ତି। ସିବିଆଇ ପକ୍ଷରୁ ୫୩୮୩ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ କମ୍ପାନୀ ଓ ଏହାର ପ୍ରମୋଟରମାନଙ୍କ ବିରୋଧରେ ୨୦୧୭ ଅକ୍ଟୋବରରେ ମାମଲା ଦାଏର କରାଯାଇଥିଲା। ଏହାପରେ ଇଡି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ମାମଲା ଦାଏର କରାଯାଇଛି। ସନ୍ଦେସରା ଭ୍ରାତା ସେମାନଙ୍କ ବିଦେଶସ୍ଥିତ କମ୍ପାନୀ ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କ ଶାଖାରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇଥିଲେ ବୋଲି ଯାଞ୍ଚରୁ ଜଣାପଡିଛି। ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ,ଏସ୍‌ବିଏଲ୍‌ ଗ୍ରୁପ୍‌ ଭାରତୀୟ ବ୍ୟାଙ୍କରୁ ଟଙ୍କା ସହିତ ବିଦେଶୀ ମୁଦ୍ରାରେ ମଧ୍ୟ ଋଣ ନେଇଥିଲେ। ଏହି ଗ୍ରୁପ୍‌କୁ ଆନ୍ଧ୍ର ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ), ଆଲ୍ଲାହାବାଦ୍‌ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱରେ ବ୍ୟାଙ୍କ କନ୍‌ସୋର୍ଟିୟମ ପକ୍ଷରୁ ଋଣ ଦିଆଯାଇଥିଲା। ସନ୍ଦେସରା ଭ୍ରାତା ମିଳିଥିବା ଋଣ ଅର୍ଥକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିଥିବା ଯାଞ୍ଚରୁ ଜଣାପଡିଥିଲା। ବହୁ ଅର୍ଥକୁ ଜାଲ୍‌ କମ୍ପାନୀ ମାଧ୍ୟମରେ ଏପଟସେପଟ କରାଯାଇଥିଲା। ମୁଖ୍ୟ ପ୍ରମୋଟରମାନେ ଋଣ ଅର୍ଥକୁ ନାଇଜେରିଆରେ ଥିବା ନିଜର ତେଲ ବ୍ୟବସାୟରେ ନିବେଶ କରିବା ସହିତ ବ୍ୟକ୍ତିଗତ ସ୍ବାର୍ଥରେ ବ୍ୟବହାର କରିଥିଲେ। ଇଡି ଚଳିତ ମାସ ୨୭ରେ ଏସ୍‌ବିଏଲ୍‌/ସନ୍ଦେସରା ଗ୍ରୁପ୍‌ର ୯୭୭୮ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଇଡି ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ, ସନ୍ଦେସରା ଭ୍ରାତାଙ୍କ ମଧ୍ୟରେ ବଡ଼ ନୀତିନ ବିଦେଶସ୍ଥିତ ବ୍ୟବସାୟକୁ ବୁଝାସୁଝା କରୁଥିବା ବେଳେ ଚେତନ ବଡୋଦରା, ମୁମ୍ବାଇ, ଦିଲ୍ଲୀ ଓ ମସୁରୀସ୍ଥିତ ଅଫିସର କାମ ଦେଖାଶୁଣା କରୁଥିଲେ। ଇଡି ପକ୍ଷରୁ ଷ୍ଟର୍ଲିଂ ବାୟୋଟେକ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ବ୍ୟବସାୟୀ ହିତେଶ ପଟେଲଙ୍କୁ ଆଲ୍‌ବେନିଆରୁ ଗିରଫ କରିଥିଲା। ତାଙ୍କ ବିରୋଧରେ ମାର୍ଚ୍ଚ ୧୧ରେ ରେଡ କର୍ନର ନୋଟିସ ଜାରି କରାଯାଇଥିଲା। ଠକେଇ ମାମଲାରେ ଷ୍ଟର୍ଲିଂ ବାୟୋଟେକ୍‌ କମ୍ପାନୀର ନିର୍ଦ୍ଦେଶକ ଚେତନ ଜୟନ୍ତୀଲାଲ ସନ୍ଦେସରା, ଦୀପ୍ତି ଚେତନ ସନ୍ଦେସରା, ନୀତିନ ଜୟନ୍ତୀଲାଲ ସନ୍ଦେସରା, ବିଳାସ ଯୋଶୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେମନ୍ତ ହାତିଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଅନୁପ ଗର୍ଗ ଓ ଅନ୍ୟ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇସାରିଛି।


All Right Reserved By Dharitri.Com

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

ଅଂଶଧନ କିଣିବାକୁ ଅନୁରୋଧ କଲା ଏଟିହାଦ, ବ୍ୟାଙ୍କ ସମୁହ; ଜେଟ୍‌ ପାଇଁ ହିନ୍ଦୁଜା ଭ୍ରାତାଙ୍କୁ ଗୁହାରି

ନୂଆଦିଲ୍ଲୀ,୧୬।୫: ଜେଟ୍‌ ଏୟାରଓ୍ବେଜ ପାଇଁ ଏନ୍‌ଆର୍‌ଆଇ ହିନ୍ଦୁଜା ଭ୍ରାତା ଏବେ ଶେଷ ଆଶା ହୋଇଛନ୍ତି। କମ୍ପାନୀ ବଡ଼ ଆକାରର ଅଂଶଧନ କିଣିବା ଲାଗି ଏଟିହାଦ ଏୟାରଓ୍ବେଜ...

ବିଗ୍‌ ବଜାର ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ

ଭୁବନେଶ୍ୱର,୧୬-୧୧(ବ୍ୟୁରୋ): ବିଗ୍‌ ବଜାର ଏବଂ ଏଫ୍‌ବିବି ପକ୍ଷରୁ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ଦିବସ ଅବସରରେ ମୌଳିକ ସୁବିଧାରୁ ବଞ୍ଚିତ ଛୋଟ ଛୋଟ ପିଲାଙ୍କ ମୁହଁରେ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୫-୬: ବୁଧବାର ଇଦଉଲଫିତର ପଡୁ ଥିବାରୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦଶ, ଚଣ୍ଡୀଗଡ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା,ଉତ୍ତରପ୍ରଦେଶ ଏବଂ...

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ।...

ଟ୍ରାଫିକ ନିୟମ ଭାଙ୍ଗିଲେ ବଢ଼ିଯିବ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୮-୯: ଟ୍ରାଫିକ ନିୟମ ଭାଙ୍ଗିବା ଯୋଗୁ ଭାରି ଜରିମାନା ଦେଇ ଲୋକେ ତ୍ରାହି ତ୍ରାହି ଡାକ ଛାଡ଼ୁଥିବା ବେଳେ ସରକାର ଆଉ ଏକ ଝଟକା ଦେବାକୁ...

ଅଟୋ ପାର୍ଟସ ଉଦ୍ୟୋଗକୁ ବ୍ୟାପିଲା ମାନ୍ଦାବସ୍ଥା;୧୦ ହଜାର କୋଟି କ୍ଷତି ସହିବେ ୪୦୦ କମ୍ପାନୀ

ନୂଆଦିଲ୍ଲୀ,୨୬-୮: ଭାରତୀୟ ଅଟୋ ଉଦ୍ୟୋଗ ଏବେ ଅନେକ ପ୍ରକାର ସଙ୍କଟର ସାମ୍ନା କରୁଛି। ମାନ୍ଦାବସ୍ଥାର ପ୍ରଭାବ ଏଭଳି ଛାଇ ଯାଇଛି ଯେ, ଅଟୋ ସେକ୍ଟରରେ ପ୍ରାୟ...

ଭୂଷଣ ଏନର୍ଜିକୁ ଟାଟା ଷ୍ଟିଲର ଅଧିଗ୍ରହଣ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ,୨-୬: ଋଣରେ ବୁଡ଼ି ରହିଥିବା ଭୂଷଣ ଏନର୍ଜି ଲିମିଟେଡର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ୮୦୦...

Leave a comment

Your email address will not be published. Required fields are marked *