ଏୟାର ଇଣ୍ଡିଆକୁ ପାଇଲଟଙ୍କ ଚେତାବନୀ;ବକେୟା ଦିଅ ନଚେତ୍‌ ଏନ୍‌ସିଏଲ୍‌ଟିକୁ ଯିବୁ

ନୂଆଦିଲ୍ଲୀ,୩୦-୬: ଋଣରେ ବୁଡ଼ି ରହିଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ ପୁନର୍ବାର ବିକ୍ରି କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଅନ୍ୟପକ୍ଷରେ ପାଇଲଟମାନଙ୍କ ମଧ୍ୟରୁ କମ୍ପାନୀକୁ ଚେତାବନୀ ଦିଆଯାଇଛି। ବିକ୍ରି ପୂର୍ବରୁ ସେମାନଙ୍କ ବକେୟା ଦରମା, ଭତ୍ତା ଆଦି ବାବଦରେ ପ୍ରାୟ ୧ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବାକୁ ସେମାନେ ଦାବି କରିଛନ୍ତି। ବକେୟା ବାବଦ ଅର୍ଥ ନ ପାଇଲେ ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ଙ୍କ ନିକଟରେ ସେମାନେ ଅଭିଯୋଗ କରିବେ ବୋଲି ଚେତାବନୀରେ ଉଲ୍ଲେଖ କରିଛନ୍ତି। ଅଦାଲତକୁ ଗଲେ ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଏୟାର ଇଣ୍ଡିଆ ଏକ୍‌ଜିକ୍ୟୁଟିଭ ପାଇଲଟ୍ସ ଆସୋସିଏଶନ ପକ୍ଷରୁ କମ୍ପାନୀ ଅଧ୍ୟକ୍ଷଙ୍କ ନିକଟକୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସେମାନଙ୍କ ଆକଳନ ଅନୁଯାୟୀ ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ଦରମା ସଂଶୋଧନ ଓ ଭତ୍ତା ଆଦି ବକେୟା ରହିଛି। ଯାହା କି ୨୦୦୭ରୁ କାର୍ଯ୍ୟକାରୀ ହେବା କଥା। ସେହିପରି ୨୦୧୨ ଅଗଷ୍ଟରୁ ପାଇଲଟଙ୍କ ୨୫% ଦରମା ଅଟକାଇ ରଖାଯାଇଛି। ଫଳରେ ସବୁକିଛି ମିଶାଇଲେ ଜଣେ ଜଣେ ପାଇଲଟ ବକେୟା ବାବଦରେ ପ୍ରାୟ ହାରାହାରି ୧ କୋଟି ଟଙ୍କା ପାଇବେ। ଏହାକୁ ହିସାବକୁ ନେଲେ କମ୍ପାନୀ ଉପରେ ଏବେ ପ୍ରାୟ ୧୨୦୦ କୋଟି ଟଙ୍କାର ବକେୟା ଦରମା ରହିଛି। ବାର୍ଷିକ ୧୫% ସୁଧ ହାର ସହ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ସେମାନେ ମ୍ୟାନେଜମେଣ୍ଟକୁ ସ୍ପଷ୍ଟ କରିଛନ୍ତି।


All Right Reserved By

ୟୁବିଆଇର ବାର୍ଷିକ ସାଧାରଣ ବୈଠକ: ରିଟେଲ,କୃଷି,ଏମ୍‌ଏସ୍‌ଏମ୍‌ଇ ଋଣକୁ ୟୁବିଆଇର ଫୋକସ

କଲିକତା,୨୯-୬ – ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପକ୍ଷରୁ ଏହାର ୧୦ମ ବାର୍ଷିକ ସାଧାରଣ ବୈଠକ କଲିକତାଠାରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ...

ଋଣରେ ବୁଡ଼ିଥିବା ଅନୀଲ ଅମ୍ବାନୀ ବିକିବେ ମୁମ୍ବାଇର ମୁଖ୍ୟାଳୟ

ନୂଆଦିଲ୍ଲୀ,୧।୭: ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅମ୍ବାନୀ ନିଜ ଋଣଭାରରୁ ମୁକୁଳିବା ପାଇଁ ଲାଗିପଡ଼ିଛନ୍ତି। ଏଥିଯୋଗୁ ଅନୀଲ ଏବେ ମୁମ୍ବାଇରେ ସାନ୍ତାକ୍ରୁଜ୍‌ରେ ଥିବା ତାଙ୍କ ମୁଖ୍ୟାଳୟକୁ...

ସିମ୍‌ ଭଳି ପୋର୍ଟେବଲ ହେବ ସେଟ୍‌ ଟପ୍‌ ବକ୍ସ

ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ...

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ...

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦...

ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଟିପିସି

ଭୁବନେଶ୍ୱର,୧୨-୫ : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ପକ୍ଷରୁ ୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରମୁଖ ସ୍ଥାନରେ ବିଜୁଳି...

ବାର୍ଷିକ ୧୦ ଲକ୍ଷ ନଗଦ ଉଠାଣରେ ଲାଗିପାରେ ଟିକସ

ନୂଆଦିଲ୍ଲୀ,୧୧-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହିତ କରିବା ଲାଗି ଏକାଧିକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ଆଉ ଏକ...

ଜମ୍ମୁ-କଶ୍ମୀରରେ ହେବ ନିଯୁକ୍ତି ବର୍ଷା;ସରକାରଙ୍କୁ ସମର୍ଥନ ଜଣାଇଲା ସିଆଇଆଇ

ନୂଆଦିଲ୍ଲୀ,୧୦-୮: ଦେଶର ଉଦ୍ୟୋଗ ସଂଗଠନ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଜମ୍ମୁ-କଶ୍ମୀରରେ ନିବେଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ ଜଣାଇଛି। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *