Posted inଖେଳ

ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଲଡର୍‌ସ,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆ ୮୬ ରନରେ ପଡୋଶୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହତ ପ୍ରଥମଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାରେ ତା’ର ଶୀର୍ଷସ୍ଥାନକୁ ଆହୁରି ଦୃଢ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍‌ ଖେଳି ୫ ବିଜୟ, ୨ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ପୂର୍ବପରି ତୃତୀୟ ସ୍ଥାନରେ ରହିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୨୪୩ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୩.୪ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଛି। ୭୧ରନର ଉପଯୋଗୀ ଇନିଂସ ଖେଳିଥିବା ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୪୪ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳ ତରଫରୁ ଅଧିନାୟକ କେନ୍‌ ଓ୍ବିଲିୟମସନ ସର୍ବାଧିକ ୪୦ ରନ କରିଆଉଟ ହୋଇଥିଲେ। ସେହିପରି ଅଭିଜ୍ଞ ରସ ଟେଲର ୩୦, ମାର୍ଟିନ ଗୁପ୍ଟିଲ ୨୦, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ଲାଥମ ୧୪ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଲୋୟର ଅର୍ଡରର ୬ ଜଣ ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫, ଜାସନ ବେହେରନଡର୍ଫ ୨, ପ୍ୟାଟ କୁମିନ୍ସ, ନାଥନ ଲିୟନ, ଷ୍ଟିଭେନ୍‌ ସ୍ମିଥ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ତରଫରୁ ଉସ୍‌ମାନ ଖ୍ବାଜା ସର୍ବାଧିକ ୮୮ ରନ ସଂଗ୍ରହ କରିଥିଲେ। ଆଲେକ୍ସ କାରେ ୭୧ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଓପନିଂ ଯୋଡି ଡେଭିଡ ଓ୍ବାର୍ନର ଓ ଆରୋନ ଫିଞ୍ଚ୍‌ ଏହି ମ୍ୟାଚ୍‌ରେ ଫେଲ୍‌ ମାରିଥିଲେ। ଓ୍ବାର୍ନର ୧୬ ଓ ଫିଞ୍ଚ୍‌ ୮ ରନ କରି ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ ୨୧ରନ କରି ଆଉଟ ହୋଇଥିବା ବେଳେ ପ୍ୟାଟ କୁମିନ୍ସ ୨୩ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୪, ଲୋକି ଫର୍ଗୁସନ ଓ ଜିମ୍ମି ନିଶାମ ୨ଟି ଲେଖାଏ, କେନ ଓ୍ବିଲିୟମସନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୨୪୩/୯
(ଖ୍ବାଜା- ୮୮, କାରେ- ୭୧, ବୋଲ୍ଟ- ୪/୫୧,ଫର୍ଗୁସନ- ୨/୪୯, ନିଶାମ- ୨/୨୮)।
ନ୍ୟୁଜିଲାଣ୍ଡ ୪୩.୪ ଓଭରରେ ୧୫୭ ଅଲଆଉଟ
(ଓ୍ବିଲିୟମସନ- ୪୦, ଟେଲର- ୩୦, ଗୁପ୍ଟିଲ- ୨୦, ଷ୍ଟାର୍କ- ୫/ ୨୬, ବେହେରନଡୋର୍ଫ- ୨/୩୧)।


All Right Reserved By Dharitri.Com

Posted inଖେଳ View All

ଡେଭିସ୍‌ କପ୍‌: ପାକିସ୍ତାନକୁ ୪-୦ରେ ହରାଇଲା ଭାରତ

ନୁର- ସୁଲତାନ,୩୦।୧୧(ପି.ଟି.): କାଜାଖସ୍ଥାନ ରାଜଧାନୀ ନୁର- ସୁଲତାନରେ ଅନୁଷ୍ଠିତ ଡେଭିସ୍‌ କପ୍‌ ମ୍ୟାଚ୍‌ରେ ଶନିବାର ଭାରତ ୪-୦ରେ ପାରମ୍ଭରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ଏହି...

ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲେ ଏହିସବୁ ପାକିସ୍ତାନୀ କ୍ରିକେଟର

ପାକିସ୍ତାନ ବୋଲର୍‌ ହସନ ଅଲ୍ଳୀ ମଙ୍ଗଳବାର ଭାରତୀୟ ଯୁବତୀ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ କ୍ରିକେଟର ଭାରତୀୟ...

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ...

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

କ୍ୟୁରେଟର ଦଲ୍‌ଜିତଙ୍କୁ କୋହଲି, ଶାସ୍ତ୍ରୀଙ୍କ ସମ୍ବର୍ଦ୍ଧନା

ମୋହଲି, ୧୯।୯(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ଅଭିଜ୍ଞ କ୍ୟୁରେଟର ଦଲଜିତ୍‌ ସିଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ...

ମା’ ହେବାକୁ ଯାଉଛନ୍ତି ଏହି ଭାରତୀୟ ଖେଳାଳି

ଭାରତର ଷ୍ଟାର କୁସ୍ତି ଖେଳାଳି ଗୀତା ଫୋଗଟ୍‌ ଖୁବଶିଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ନିଜ ଫ୍ୟାନମାନଙ୍କ ସହ ଶେୟାର୍‌ କରିଛନ୍ତି।...

ନାଲ୍‌କୋ ଓପନ ଟେନିସ: ଅନମ, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ନାଲ୍‌କୋ ଓପନ ଟେନିସ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଟପ୍‌ ସିଡ୍‌ ଅନମ ଆଲମାସ...

Leave a comment

Your email address will not be published. Required fields are marked *