Posted inଖେଳ

ଅମିତ, ବ୍ରଜଭୂଷଣଙ୍କୁ ଓସ୍‌ଜା ପୁରସ୍କାର: ଗ୍ରାମାଞ୍ଚଳରେ କ୍ରୀଡ଼ାକୁ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ(ଓସ୍‌ଜା)ର ଦ୍ୱିତୀୟ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ଭାରତୀୟ ବକ୍ସିଂ ଜଗତର ଅନ୍ୟତମ ସଫଳ କୋଚ୍‌ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତିଙ୍କୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରା ଯାଇଛି। ସାମ୍ପ୍ରତିକ ଭାରତୀୟ ହକି ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିବା ଅମିତ ନିକଟ ଅତୀତରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ବ୍ରଜଭୂଷଣ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପାଇଛନ୍ତି। ଓସ୍‌ଜାର କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଏବଂ ଇମ୍ଫାର କର୍ପୋରେଟ ଆଫାୟର୍ସ ମୁଖ୍ୟ ତଥା ଉପସଭାପତି ଅଶୋକ କୁମାର ବେହେରା ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟରେ ଚାଲିଥିବା କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ପାରମ୍ପରିକ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱପ୍ରଦାନ ସହ ଅନ୍ୟ ଖେଳ ସହ ସମକକ୍ଷ କରିବା ତାଙ୍କର ଟାର୍ଗେଟ ଥିବା ପ୍ରକାଶ କରିଛନ୍ତି। ହକିର ଗଡ ସୁନ୍ଦରଗଡରେ ହକି ତାଲିମଙ୍କୁ ଅଧିକ ବ୍ୟାପକ କରିବା ପାଇଁ ଜିଲାର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ପଡିଆ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ ସ୍ଥାନୀୟ ଖେଳାଳି ନିଜ ଅଞ୍ଚଳରେ ହିଁ ନିୟମିତ ଅଭ୍ୟାସ କରିପାରିବେ। ସେହିପରି ୩୦ଟି ଜିଲା ମୁଖ୍ୟାଳୟର ଷ୍ଟାଡିୟମ ଗୁଡିକୁ ଉନ୍ନତ କରିବା ଏବଂ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ୪ ସହରରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହଛନ୍ତି। ଆସନ୍ତା ନଭେମ୍ବର-ଡିସେମ୍ବରରେ ରାଜ୍ୟର କ୍ରୀଡ଼ା ଶିକ୍ଷକମାନଙ୍କ ଲାଗି ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ଥିବା ମଧ୍ୟ ସେ ସୂଚାଇଛନ୍ତି। ଦେବାଶିଷ ମହାନ୍ତି ଏବଂ ଅଶୋକ କୁମାର ବେହେରା ନିଜ ନିଜ ବକ୍ତବ୍ୟରେ କ୍ରୀଡ଼ାବିତ୍‌ଙ୍କ ଜୀବନରେ ପୁରସ୍କାରର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଅତିଥିମାନେ ଓସ୍‌ଜାର ଉଦ୍ୟମକୁ ଭୂୟସି ପ୍ରଶଂସା କରିଥିଲେ।
ଖବରଦାତାଙ୍କ ପ୍ରୟାସରୁ ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବା ସମ୍ଭବ ହୋଇଥିଲା ବୋଲି ବକ୍ସିଂ ଗୁରୁ ବ୍ରଜଭୂଷଣ ପ୍ରକାଶ କରିଥିଲେ। ସୁଯୋଗ ମିଳିଲେ ସେ ଓଡ଼ିଶାରେ ବକ୍ସିଂ ଏକାଡେମୀ ମାଧ୍ୟମରେ ଦେଶ ପାଇଁ ଉଚ୍ଚମାନର ଖେଳାଳି ସୃଷ୍ଟି କରିପାରିବେ ବୋଲି ମତ ଦେଇଥିଲେ। ବ୍ୟବସାୟୀକ ସଂସ୍ଥାମାନଙ୍କ ସହାୟତାରେ ବକ୍ସିଂ ଏକାଡେମୀ ଖୋଲିବା ଉପରେ ଜୋର ଦେବାକୁ ଅନୁରୋଧ କରିଥିଲେ ବ୍ରଜଭୂଷଣ। ଅନ୍ୟପକ୍ଷରେ ଅମିତ ରୋହିଦାସ ଏହି ପୁରସ୍କାର ତାଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ ସକାଶେ ପ୍ରେରିତ କରିବ ବୋଲି କହିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଭାରତୀୟ ଦଳର ପ୍ରଥମ ଏବଂ ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ନୂଆ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଭାରତୀୟ ହକି ଦଳ ନିଶ୍ଚିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବ ବୋଲି ସେ ଆଶା ରଖିଛନ୍ତି। ଅଭିଜ୍ଞ ହେବା ସହ ଦଳରେ ତାଙ୍କର ଦାୟିତ୍ୱ ବଢ଼ିଛି ବୋଲି ମଧ୍ୟ ସେ ସ୍ବୀକାର କରିଛନ୍ତି। ଉଭୟ ବ୍ରଜଭୂଷଣ ଏବଂ ଅମିତଙ୍କୁ ଉତ୍ତରୀୟ, ଅଭିନନ୍ଦନ ପତ୍ର, ବିଶେଷ ଫଳକ ଏବଂ ୨୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଓସ୍‌ଜାର ସମ୍ପାଦକ ସନାତନ ପାଣି ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ କାର୍ଯନିର୍ବାହୀ ସଭାପତି ସନ୍ଦୀପ ମିଶ୍ର କ୍ରୀଡ଼ା ଖବରଦାତାମାନଙ୍କୁ ରାଜ୍ୟସରକାର ସ୍ବୀକୃତି ଦେବାକୁ କ୍ରୀଡ଼ାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓସଜା ସଭାପତି କେ. ରବି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ରାଜେନ୍ଦ୍ର ମହାପାତ୍ର।


All Right Reserved By Dharitri.Com

Posted inଖେଳ View All

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ...

ଅରୁଣାଚଳପ୍ରଦେଶକୁ ହରାଇ ଝାଡ଼ଖଣ୍ଡ ଚାମ୍ପିୟନ

କଟକ ଅଫିସ,୨୧ା୬- ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ଝାଡ଼ଖଣ୍ଡ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ...

ବିଶ୍ୱ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

କାତାର,୨୮।୯(ପି.ଟି.)- ସ୍ଥାନୀୟ ଖଲିଫା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାରଠାରୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଆରମ୍ଭ ହୋଇଛି। ୧୦ଦିନ ଧରି ଚାଲିବାକୁ ଥିବା ଏହି ମେଗା...

ବିରାଟ କୋହଲି ସମେତ ୨୦ ଖେଳାଳିଙ୍କୁ ଭାଇ କଲେ ଏହି ଯୁବତୀ

ବେଙ୍ଗାଲୁରୁ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳ ପ୍ରଥମଥର ପାଇଁ ଜଣେ ଯୁବତୀଙ୍କୁ ସର୍ପୋଟିଂ...

ଲିଲିମା ଖେଳିଲେ ୧୫୦ତମ ମ୍ୟାଚ

ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା...

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ।...

ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟି ପୂର୍ବତନ କ୍ରିକେଟର ହଟହଟା

ମେରଟ,୧୫।୧୨- ଏକ ଫ୍ୟାକ୍ଟ୍ରି ମାଲିକଙ୍କୁ ପିଟିବା କାରଣରୁ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ପ୍ରବୀଣ କୁମାର ହଟହଟା ହୋଇଛନ୍ତି। ଏ ନେଇ ଟିପିନଗର ଥାନାରେ ଅଭିଯୋଗ...

ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

Leave a comment

Your email address will not be published. Required fields are marked *