ଏଇ ଭାରତରେ

ଗୁଜରାଟରେ ଏପ୍ରିଲ ୨୨ରେ ଏକ ବିବାହ ଉତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ନିମନ୍ତ୍ରଣପତ୍ର ମଧ୍ୟ ବଣ୍ଟା ସରିଛି। ତେବେ ଏହା ସାଧାରଣ ବିବାହ ନୁହେଁ। ଏଥିରେ ଗୋଟିଏ ବେଦିରେ ୨ କନ୍ୟାଙ୍କୁ ବିବାହ କରିବେ ଜଣେ ବର ଏବଂ ବରଯାତ୍ରୀ ହେବେ ତାଙ୍କର ଜନ୍ମିତ ୩ ସନ୍ତାନ। ସେ ହେଉଛନ୍ତି ପାଲଘର ବାସିନ୍ଦା ସଞ୍ଜୟ ଧାଗଡ଼ା। ସେ ରିକ୍ସା ଚଳାନ୍ତି। ୧୦ ବର୍ଷ ତଳେ ବେବିଙ୍କ ସହିତ ତାଙ୍କର ଦେଖାହୋଇଥିଲା। ଚିହ୍ନା ପରିଚୟରୁ ପ୍ରେମସମ୍ପର୍କ। ପରେ ସେମାନେ ପଇସାପତ୍ର ଅଭାବରୁ ବିବାହ ନ କରି ଦୁହେଁ ଏକତ୍ର ରହିଲେ। ଉକ୍ତ ଦମ୍ପତିଙ୍କର ବର୍ତ୍ତମାନ ୩ ସନ୍ତାନ। ଏହାପରେ ୨୦୧୧ରେ ସଞ୍ଜୟ ଏକ କମ୍ପାନୀରେ ଚାକିରି କରୁଥିବାବେଳେ ସାଥୀ ରୀନାଙ୍କ ସହିତ ତାଙ୍କର କିଛିଦିନ ତଳେ ଦେଖା ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ଏବେ ସଞ୍ଜୟ, ବେବି ଏବଂ ରିନା ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣପତ୍ର ଦିଆସରିଛି। ଏହି ବିବାହକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି।


All Right Reserved By Dharitri.Com

ଏଇ ଭାରତରେ

ଏପରି ସମୟ ଆସେ ଯେତେବେଳେ କୌଣସି ଘଟଣା ପାଇଁ ଜଣେ ବ୍ୟକ୍ତି ଚର୍ଚ୍ଚାର ପରିସରକୁ ଆସନ୍ତି। ଯାହା ସେ ନିଜେ ମଧ୍ୟ ପୂର୍ବରୁ କଳ୍ପନା କରି...

କୃଷି କ୍ଷେତ୍ରରେ ଜୀବିକାର ସନ୍ଧାନ

ଶକ୍ତି ପ୍ରସାଦ ଦାସ ଗତ ତିନି ଦଶନ୍ଧି ମଧ୍ୟରେ ଗ୍ରାମ୍ୟ କୃଷିବଳର ବେଶ୍‌ କିଛି ବଡ ଅଂଶ କୃଷି କ୍ଷେତ୍ର ଛାଡି ନିର୍ମାଣ ତଥା ଅନ୍ୟାନ୍ୟ...

ବାବୁଙ୍କ ଚାହିଦା

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ଅଶ୍ୱିନୀ ଲୋହାନିଙ୍କ ଦକ୍ଷତା ଏୟାର ଇଣ୍ଡିଆରେ ପ୍ରତିପାଦିତ ହୋଇଛି। ତାଙ୍କ ପରେ ଏୟାର ଇଣ୍ଡିଆରେ ନିଯୁକ୍ତି ପାଇଥିବା ଅଧିକାରୀ ଜଣେ...

ଏଇ ଭାରତରେ

ସମାଜରେ ଆଧୁନିକତାର ପ୍ରଭାବ ଯେତେ ବଢିଲେ ବି ଉତ୍ତରପ୍ରଦେଶର ଏକ ଗାଁରେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନାହିଁ। ଫତେପୁର ଜିଲା ସାରୋଲି ଗାଁରେ ଜଣେ...

ପୁନର୍ଜନ୍ମ ଓ ପ୍ରାଣୀ ନିର୍ଯାତନା

ମାନେକା ଗାନ୍ଧୀ ଡ. ମ୍ୟାକ୍ସିମିୟାନି ପୋର୍ଟାସ୍‌(ସାବିତ୍ରୀ ଦେବୀ) ଓ୍ବାଲର୍‌ଡ ରିଲିଜିଅନ ଉପରେ ଗବେଷଣା କରିଥିଲେ। ୧୯୦୫ରେ ତାଙ୍କର ଜନ୍ମ। ତାଙ୍କ ବାପା ଥିଲେ ଜଣେ ଗ୍ରୀକ୍‌...

ୟୁ ଆର୍‌ ନଟି

ଶୁଭନାରାୟଣ ଶତପଥୀ ଗତ ଛୁଟିରେ ମୁଁ ବଲାଙ୍ଗୀର ଇଣ୍ଟରସିଟିରେ ସମ୍ବଲପୁରରୁ ଫେରୁଥାଏ। ଟ୍ରେନ୍‌ଟି ଭାରି ଭିଡ଼ ହୋଇଥିବାରୁ ସିଟ୍‌ ମିଳିଲା ନାହିଁ। ଠିଆ ହୋଇ ଆସିବା...

କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

ଡ. ତ୍ରିନାଥ ପଟ୍ଟନାୟକ ଜ୍ଞାନ, ଗରିମା ଓ ଚରିତ୍ରରୁ ତେଜସ୍ବିତା ପ୍ରକାଶ ପାଇଥାଏ। ତା’ ପାଇଁ କେହି ଶରୀରକୁ ସଜାଇ ଅହଂପୂର୍ଣ୍ଣ ବାର୍ତ୍ତା ବାଣ୍ଟି ତେଜସ୍ବୀ...

ଏଇ ଭାରତରେ

ପାର୍ବଣର କୁମାରୀ ପୂଜା ପରମ୍ପରାରେ ମାନବବାଦ ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ଛବି ଦେଖିତ୍ବାକୁ ମିଳିଛି କୋଲକାତାରେ। ପଶ୍ଚିମବଙ୍ଗ ଉତ୍ତର-୨୪ ପ୍ରଗଣାର ଜିଲା ବାଗୁଇହାଟିରେ ମୌସୁମୀ ଓ...

Leave a comment

Your email address will not be published. Required fields are marked *