ବିଳମ୍ବ ହେଉଛି ରାସ୍ତା ସମ୍ପ୍ରସାରଣ କାମ : ଥଇଥାନ ହୋଇ ପାରୁନାହାନ୍ତି ବ୍ୟବସାୟୀ

ବଇଣ୍ଡା,୨୯।୬(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥକୁ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ୨ ଲେନ ବିଶିଷ୍ଟ ରାସ୍ତାକୁ ୪ ଲେନ କରି ସମ୍ପ୍ରସାରଣ କରାଯାଉଥିବାବେଳେ ବିଳମ୍ବକୁ ନେଇ ବ୍ୟବସାୟୀ ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି କିଶୋରନଗର ବ୍ଲକ ବଇଣ୍ଡା ଛକ ସମ୍ପୂର୍ଣ୍ଣ ଭଙ୍ଗାଯାଉଥିବାବେଳେ ବହୁ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବଇଣ୍ଡା ଛକକୁ ଠିକାସଂସ୍ଥା ପକ୍ଷରୁ ପ୍ରଶାସନ ଜରିଆରେ ଗତ ବର୍ଷ ମେ ୧୭ ଓ ୧୮ତାରିଖରେ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ୫୦ ପ୍ରତିଶତ ଦୋକନ ଗୃହ ଭଙ୍ଗାଯାଇଥିଲା। ଏଥିରେ ୪ ଶହରୁ ଊର୍ଦ୍ଧ୍ୱ ଦୋକନୀ ଓ ଉଠା ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିଲେ। ଫଳରେ ଅଧିକାଂଶ ଦୋକାନୀ ସେମାନଙ୍କ ସାମଗ୍ରୀ ଗୁଡ଼ିକ ଘରେ ରଖି ହାତ ବାନ୍ଧି ବସିଛନ୍ତି।
ଅପରପକ୍ଷରେ ୩ ଜଣ କ୍ଷତିଗ୍ରସ୍ତ ପ୍ରଜା ଟଙ୍କା ପାଇ ନ ଥିବା ଯୋଗୁ ରାସ୍ତା କାମ ବଇଣ୍ଡାରେ ଆରମ୍ଭ କରାଯାଇ ପାରୁ ନାହିଁ। ତରବରିଆ ଭାବେ ବଇଣ୍ଡା ଛକକୁ ଆକ୍ରୋଶମୂଳକ ପ୍ରଶାସନ ଭାଙ୍ଗି ଦେଇ ବର୍ଷେ ହେବ ଚୁପ ବସି ରାସ୍ତା ନିର୍ମାଣ କରୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ସେହିପରି ୪ ଶହ କ୍ଷୁଦ୍ର ଓ ଉଠା ବ୍ୟବସାୟୀମାନେ କ୍ଷତିପୂରଣ ପାଇ ନାହାନ୍ତି। ଅନ୍ୟପକ୍ଷରେ କ୍ଷତିପୂରଣ ପାଇବା ପାଇଁ ଉଠା ଦୋକାନୀ ସଂଘ ଅନୁଗୋଳ ଜିଲାପାଳ, ସମ୍ବଲପୁର ଆରଡିସିଙ୍କଠାରେ ବହୁବାର ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ନ ଥିବା ଯୋଗୁ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ରାସ୍ତା କାମ ବିଳମ୍ବ ହେଉଥିବା ଯୋଗୁ ବ୍ୟବାସୟୀମାନେ ଥଇଥାନ ହୋଇପାରୁ ନାହାନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ଉଠା ଦୋକାନୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।


All Right Reserved By Dharitri.Com

ସୁଧୀର ୧୩୯୮୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୭ତମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୧୭ ହଜାର ୧୭୮ ଭୋଟ ଗଣତି କରାଯାଇଛି। ସେଥିରୁ ବିଜେଡିର ସୁଧୀର ସାମଲ...

ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା...

ଦ୍ୱିତୀୟ ରାଉଣ୍ଡ ଶେଷ : ପରଜଙ୍ଗରେ ଭାଜପା, କାମାକ୍ଷାନଗରରେ ବିଜେଡି ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣତି ଜାରି ରହିଛି। ପରଜଙ୍ଗ ବିଧାନସଭା...

‘ନୃତ୍ୟଗୀତ ମାନସିକ ଶାନ୍ତି ଦିଏ’

ଭୁବନ, ୧୮ା୫(ଡି.ଏନ.ଏ.)-ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ କଳାବିକାଶ କେନ୍ଦ୍ର’ର ୭ମ ବାର୍ଷିକ ଉତ୍ସବ ସ୍ଥାନୀୟ ରାମମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ବରିଷ୍ଠ...

ତାଳଚେରରେ ବ୍ରଜକିଶୋର ୬୧୫୧ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୬୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟ : ସ୍ନାତକରେ ୮୫.୫୩, ସ୍ନାତକୋତ୍ତରରେ ୯୭.୮୭% ରେଜଲ୍ଟ

ଅନୁଗୋଳ ଅଫିସ,୮।୬- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ୫ଟି ସ୍ନାତକୋତ୍ତର ବିଭାଗ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। କଳାରେ ପାସ୍‌ ହାର...

ଢେଙ୍କାନାଳରୁ ସୁଧୀର ବିଜୟୀ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୁଧୀର କୁମାର ସାମଲ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କୁ...

ଅନୁଗୋଳରେ ରଜନୀକାନ୍ତ ସିଂ ୬୧୦ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ୩ୟ ରାଉଣ୍ଡ ଶେଷ ସୁଦ୍ଧା ୬୧୦ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରଜନୀକାନ୍ତ...

Leave a comment

Your email address will not be published. Required fields are marked *