କୋହଲିଙ୍କ ଉଇକେଟ ଲକ୍ଷ୍ୟରେ ଅଲି

ବର୍ମିଂହାମ,୨୯।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଏଠାରେ ଚଳିତ ବିଶ୍ୱକପ୍‌ର ମ୍ୟାଚ୍‌ ଖେଳାଯିବ। ଆୟୋଜକ ଦଳ ଲାଗି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ଦଳର ଅଲରାଉଣ୍ଡର ମୋଏନ ଅଲି ନିଜ ପାଇଁ ଲକ୍ଷ୍ୟ ସ୍ପଷ୍ଟ କରିଛନ୍ତି। ବଡ଼ ମ୍ୟାଚ୍‌ରେ କୋହଲିଙ୍କ ଉଇକେଟର ମୂଲ୍ୟ ବହୁତ ବଢ଼ିଯାଏ। ଏଣୁ କୋହଲିଙ୍କ ଉଇକେଟ ହାତେଇବାକୁ ମୁଁ ଉଦ୍ୟମ କରିବି। ଏହାଦ୍ୱାରା କୋହଲି ଓ ମୋ ମଧ୍ୟରେ ଥିବା ବନ୍ଧୁତ୍ୱ ବାଧାପ୍ରାପ୍ତ ହେବ ନାହିଁ ବୋଲି ଅଲି କହିଛନ୍ତି। କୋହଲି ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍‌ରେ ଶତକ ଲଗାଇ ପାରିନାହାନ୍ତି। ବିଶ୍ୱକପ୍‌ ପୂର୍ବରୁ ଭାରତ ଓ ଇଂଲଣ୍ଡ ଫେଭରାଇଟ୍‌ ଥିଲେ। ସେମିଫାଇନାଲଠାରୁ ଭାରତ ଆଉ ଗୋଟିଏ ବିଜୟ ଦୂରରେ ଥିବାବେଳେ ଗୋଟିଏ ପରାଜୟ ଇଂଲଣ୍ଡକୁ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପକାଇପାରେ। କୌତୂହଳର ବିଷୟ ହେଉଛି, ଗତ ଦୁଇଟି ଦିନିକିଆରେ ଖରାପ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ଦିନିକିଆ ଦଳଗତ ର଼୍ୟାଙ୍କିଙ୍ଗ୍‌ର ଦ୍ୱିତୀୟ ସ୍ଥାନକୁ ଖସିଛି। ଫଳରେ ଭାରତ ନଂ ୧ ମାନ୍ୟତା ହାସଲ କରିଛି।


All Right Reserved By Dharitri.Com

ଧୋନୀଙ୍କ ପରେ ଆଉ ଜଣେ କ୍ରିକେଟ ଖେଳାଳି ସେନାରେ ଯୋଗ ଦେବେ

କଲମ୍ବୋ,୨୯।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ୱକପ୍‌ ପରେ ଭାରତୀୟ ସେନାରେ ଟ୍ରେନିଂ ନେଇଥିଲେ। ତେବେ ତାଙ୍କ ପରେ...

ବଲ ଟାମ୍ପରିଂ କରି ଶେହଜାଦ ଦଣ୍ଡିତ

କରାଚୀ,୨।୧୧- ପାକିସ୍ତାନର ଟେଷ୍ଟ ଓପନର ଅହମ୍ମଦ ଶେହଜାଦ କୁଏଦ-ଇ-ଆଜାମ ଟ୍ରଫିରେ ଶୁକ୍ରବାର ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବଲ ଟାମ୍ପରିଂ କରିଛନ୍ତି।...

ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ, ୧।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍‌କୁ ପ୍ରତ୍ୟାବର୍ତ୍ତନ...

ଜୟସୁରିୟା ସସ୍‌ପେଣ୍ଡ

ଦୁବାଇ, ୧୨ା୫ (ପି.ଟି.)-ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି)ର ପରଫର୍ମାନ୍ସ ଅନାଲିଷ୍ଟ ସନଥ ଜୟସୁରିୟା ଆଇସିସି ଦୁର୍ନୀତି ନିରୋଧୀ ବିଧିର ୨ଟି ଧାରା ଉଲ୍ଲଂଘନ କରିଥିବା ଅନ୍ତର୍ଜାତୀୟ କ୍ରିକେଟ...

ଗୋପାଳସ୍ବାମୀ ବିସିସିଆଇ ନିର୍ବାଚନ ଅଧିକାରୀ

ମୁମ୍ବାଇ,୮।୬(ପି.ଟି.)- ଆସନ୍ତା ଅକ୍ଟୋବର ୨୨ ତାରିଖରେ ଆୟୋଜନ ହେବାକୁଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ପାଇଁ ପ୍ରାକ୍‌ ପସ୍ତୁତି ଆରମ୍ଭ ହୋଇଛି। ପୂର୍ବତନ...

ବିରଳ ସଫଳତାର ଅଧିକାରୀ ହେବେ ଆକସ୍ମିକ ଅଧିନାୟକ ପେନ୍‌

ଲଣ୍ଡନ,୧୧।୯ (ଏଏଫ୍‌ପି)- ଆକସ୍ମିକ ଭାବେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ପାଇଥିବା ଟିମ୍‌ ପେନ୍‌ ଏବେ ଏକ ବିରଳ ସଫଳତାର ଅଧିକାର ହେବାକୁ ଯାଉଛନ୍ତି। ପୂର୍ବରୁ ଯାହା...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ଲାୟନ୍ସେସ ଚାମ୍ପିୟନ

କଲ୍ୟାଣୀ, ୧୮।୧୧- ଏଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଲାୟନ୍ସେସ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଟାଇଗ୍ରେସେସକୁ...

ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ନବରଙ୍ଗପୁର ଜିଲାର ଉମରକୋଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ୍‌ ସ୍କୁଲରେ ଅନୁଷ୍ଠିତ ପ୍ରଥମ ରାଜ୍ୟ...

Leave a comment

Your email address will not be published. Required fields are marked *