ବିଳମ୍ବିତ ରାତିରେ ଏନ୍‌ଏଚ୍‌ରୁ ଚାନ୍ଦା ଆଦାୟ: ବ୍ଲକ କଂଗ୍ରେସ ସଭାପତି କୋର୍ଟଚାଲାଣ, ଆମ୍ବୁଲାନ୍ସ ଜବତ

ପରଜଙ୍ଗ,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଭେଜିଆ ଛକ ନିକଟରେ ଦୀର୍ଘ ଦୁଇମାସ ହେବ ସନ୍ଧ୍ୟା ହେବା ମାତ୍ରେ ଚାନ୍ଦା ଆଦାୟ ହେଉଛି। ପରଜଙ୍ଗ ବ୍ଲକ କଂଗ୍ରେସ ସଭାପତି ନଗେନ୍‌ ବିନାୟକ ଏକ ଆମ୍ବୁଲାନ୍ସ ବ୍ୟବହାର କରି ୫ରୁ ଊଦ୍ଧର୍‌ବ ଯୁବକଙ୍କ ସହ ଉକ୍ତ ରାସ୍ତାରେ ଯାଉଥିବା ଟ୍ରକଗୁଡିକରୁ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ପରଜଙ୍ଗ ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିଲା । ଏଣୁ ଘଟଣା ସମ୍ପର୍କରେ ଏସ୍‌ପିଙ୍କୁ ଅବଗତ କରିଥିଲେ କେତେଜଣ ଟ୍ରକ ମାଲିକ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ରାସ୍ତାଦେଇ ସମଲ ଥାନା ଅଧୀନ ଡେରାଗୋଳା ଗ୍ରାମର ଟ୍ରକଚାଳକ ସଚ୍ଚିକାନ୍ତ ସାହୁ ଟ୍ରକ (ଓ୧୪ ଜି୧୬୧୬) ନେଇ ଯାଉଥିବା ବେଳେ ଭେଜିଆ ଛକ ନିକଟରେ ପରଜଙ୍ଗ ଗ୍ରାମର ନଗେନ୍‌ ବିନାୟକ, ବାରିହାପୁର ଗ୍ରାମର ପପୁ ବେହେରା, ମହାବିରୋଡ଼ ଗ୍ରାମର କ୍ଷୀର ସାହୁ, ପ୍ରକାଶ ସାହୁଙ୍କ ସମେତ ଆଉ କେତେଜଣ ଯୁବକ ଟ୍ରକ ଅଟକାଇ ୨ଶହ ଟଙ୍କା ମାଗିଥିଲେ। ସଚ୍ଚିକାନ୍ତ ଟଙ୍କା ନ ଦେବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଟଙ୍କା ନ ଦେଲେ ଏହି ରାସ୍ତାରେ ଗାଡି ଚଳାଇ ପାରିବୁ ନାହିଁ ବୋଲି ଧମକ ଦେଇଥିଲେ। ଏ ନେଇ ସେ ପରଜଙ୍ଗ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଗେନ୍‌ ବିନାୟକଙ୍କୁ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ସେମାନେ ବ୍ୟବହାର କରୁଥିବା ଆମ୍ବୁଲାନ୍ସ (ଓ୩୫ଏ ୯୭୪୨)କୁ ପୋଲିସ ଜବତ କରିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ.୧୭୫/୧୯ ରେ ଏକ ମାମଲା ରୁଜୁ କରିଛି। ନଗେନଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଏସ୍‌ଆଇ ପଦ୍ମନାଭ ଲେଙ୍କା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପୃଥକ୍‌ ଦୁର୍ଘଟଣାରେ ୪ ମୃତ

ଢେଙ୍କାନାଳ ଅଫିସ,୨୮ା୫ଢେଙ୍କାନାଳ ସହରରେ ସୋମବାର ଦୁଇଟି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଟିପ୍ପର...

ଜନବସତି ନିକଟରେ ଗ୍ୟାସ ପାଇପ ଲାଇନ୍‌କୁ ବିରୋଧ: କାମ ବନ୍ଦ କଲେ ଗ୍ରାମବାସୀ

ଢେଙ୍କାନାଳ ଅଫିସ, ୧୨।୬-କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ଖୁଣ୍ଟିବାଟି ଗ୍ରାମ ଦେଇ ଗେଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗ୍ୟାସ୍‌ ଲାଇନ ବିଛାଇବା ପାଇଁ ନିର୍ମାଣାଧୀନ କମ୍ପ୍ରେସର...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି...

ମହେଶ ସାହୁ ୨୦୨୬୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୬ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୭ ଲକ୍ଷ ୫୮ ହଜାର ୧୯୨ଟି ଭୋଟ...

ସମୀର ମେମୋରିଆଲ କ୍ରିକେଟ ଉଦ୍‌ଘାଟିତ: ବ୍ଲାକ ରିୟୁନୋ ବିଜୟୀ

ବଅଁରପାଳ,୯।୬(ଡି.ଏନ.ଏ.)-ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ କ୍ଲବ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ୭ ଟି ଟିମ୍‌ ଅଶଂଗ୍ରହଣ...

ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି।...

ପାଲଲହଡ଼ାରେ ମୁକେଶ ୬୭୪୬ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୭୪୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

Leave a comment

Your email address will not be published. Required fields are marked *