ଓଡ଼ିଶାରେ ମଧ୍ୟ ଜଗା-କାଳିଆଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଓଡ଼ିଶା ଫେରିବା ପରେ ଜଗା-କାଳିଆଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଜଗା-କାଳିଆ ଓଡ଼ିଶା ଫେରିବା ନେଇ କଥା ଉଠିବା ପରେ ଶନିବାର ମନ୍ତ୍ରୀ କହିଛନ୍ତି, ସେମାନେ ଆସିଲେ ଭୁବନେଶ୍ୱରର ଯେଉଁଠି ଇଚ୍ଛା ସେଇଠି ରହିବେ। ଏମ୍‌ସ କିମ୍ବା ଆପୋଲୋରେ ଯେଉଁଠି ଚାହିଁବେ ରହିବେ। ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ମଧ୍ୟ ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଏବେ ସେମାନେ ଓଡ଼ିଶା ଫେରିଲେ ମଧ୍ୟ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଶୀଘ୍ର ଓଡ଼ିଶା ଫେରିବା ନେଇ ଶନିବାର ଏନ୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ସୂଚନା ଦେଇଥିଲେ। ଏ ନେଇ ବିଧିବଦ୍ଧ ଭାବେ ଏମ୍‌ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯିବ ବୋଲି ସେ କହିଥିଲେ।


All Right Reserved By Dharitri.Com

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ...

ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ...

ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପ୍ରଦୀପ ମାଝି, ନିଜ ଆଡ଼ୁ ଏତଲା କଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର,୨୭।୧୨(ବି.ପ୍ର.): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପୂର୍ବତନ ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି। ନବରଙ୍ଗପୁର...

ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ...

‘ମୁଟ୍‌ କୋର୍ଟ’ ପ୍ରତିଯୋଗିତା ଜିତିଲେ ମିତାଲି ମଧୁସ୍ମିତା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ମିତାଲି ମଧୁସ୍ମିତା କଟକ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ବିବୁଧେନ୍ଦ୍ର ମିଶ୍ର...

କାକଟପୁର ରତ୍ନବଟ ଆଶ୍ରମରେ ବାରଗାଦି ମେଳନ ଅନୁଷ୍ଠିତ, ଭାଗବତ ପାଠର ପ୍ରଚାର ପ୍ରସାର ନିମନ୍ତେ ଚାଲି ଆସୁଛି ପରମ୍ପରା

କାକଟପୁର,୧୮।୫(ଡି.ଏନ୍‌.ଏ.): ଶନିବାର ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ବୈଶାଖ ପୂର୍ଣ୍ଣିମା ଅବସରରେ ପ୍ରାଚୀ ଉପତ୍ୟକାର ରତ୍ନବଟ ଆଶ୍ରମରେ ବାରଗାଦି ଭାଗବତ ମେଳନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ନିକଟସ୍ଥ...

ନିଯୁକ୍ତି ଦାବିରେ କାରଖାନା ଆଗରେ ଧାରଣା

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ .): ଖୁଣ୍ଟୁଣୀ ଥାନା ଅଧୀନ ରାଧାଶ୍ୟାମପୁରଠାରେ ପ୍ରତିଷ୍ଠିତ ଏକ ସିମେଣ୍ଟ କାରଖାନାକୁ ଜମି ଦେଇ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇ ନ...

ଲୋକସେବା ଭବନର କନ୍‌ଭେନଶନ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ କନ୍‌ଭେନ୍‌ଶନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି...

Leave a comment

Your email address will not be published. Required fields are marked *