ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌, ଜାଣିବା ପରେ ସଜ୍ଞାହୀନ ହେଲେ ବ୍ୟବସାୟୀଙ୍କ ସହଯୋଗୀ

ଢେଙ୍କିକୋଟ,୨୯।୬(ଡି.ଏନ୍‌.ଏ.): ଢେଙ୍କିକୋଠ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ ସାପ୍ତାହିକ ହାଟରୁ ଶନିବାର ପୂର୍ବାହ୍ନରେ ଜଣେ ବ୍ୟବସାୟୀଙ୍କ ବାଇକ୍‌ ଡିକିରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟ ହୋଇଛି। ବ୍ୟବସାୟୀ ମକରନ୍ଦ ସାହୁ ତାଙ୍କ ସହଯୋଗୀ ଟଙ୍କଧର ମହାନ୍ତଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୩ଲକ୍ଷ ଟଙ୍କାର ଚେକ୍‌ ଦେଇ ଟଙ୍କା ଆଣିବା ଲାଗି ପଠାଇଥିଲେ। ଟଙ୍କଧର ଟଙ୍କା ଉଠାଇବା ପରେ ପଚାଶ ହଜାର କାଢ଼ି ରଖି ଅଢ଼େଇ ଲକ୍ଷ ଟଙ୍କା ଏକ ବ୍ୟାଗ୍‌ରେ ରଖି ଗାଡ଼ି ଡିକିରେ ରଖିଥିଲେ। ପରେ ସେ ମକରନ୍ଦଙ୍କ ପୁଅଙ୍କ ଦୋକାନକୁ ଯାଇଥିଲେ। ମାତ୍ର ସେ କାମ ସାରି ଫେରିବା ପରେ ଗାଡି ଡିକି ଖୋଲାଯାଇଥିବା ଦେଖିବାକୁ ପାଇଥିଲେ। ଏଥିସହ ଗାଡ଼ିରେ ଟଙ୍କା ନ ଥିବା ଜାଣିବା ପରେ ସେ ସଜ୍ଞାହୀନ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣି ଛିଞ୍ଚି ଚେତାକୁ ଆଣିବା ପରେ ସେ ଢେଙ୍କିକୋଟ ଫାଣ୍ଡି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି।


All Right Reserved By Dharitri.Com

ଖୋଜାପଲ୍ଲୀରେ ଗୁଳିମାଡ଼, କାରଣ ଅସ୍ପଷ୍ଟ

ଖଲ୍ଲିକୋଟ,୭।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଖୋଜାପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଏଥିରେ ଗ୍ରାମର ନୀଳକଣ୍ଠ ପରିଡ଼ା (୩୬) ଗୁରୁତର...

ପରିତ୍ୟକ୍ତ ସ୍ଲୁଇସ୍‌ ଗେଟ, ନଦୀ ପଡ଼ିଛି ଶୁଖିଲା

ଧାମନଗର, ୨୩।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ନଈନାଳ ଘେରା ଧାମନଗର ବ୍ଲକରେ ଜଳସେଚନ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଲାଗି ନଦୀରେ ଚେକ୍‌ ଡ୍ୟାମ, ସ୍ଲୁଇସ...

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ...

ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍‌, ଦୁବାଇରେ ଲେଡି ଡନ୍‌

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା...

ମନ ମୋହିଲା ଲୌକିକ ପରମ୍ପରା: ବୈଦିକ ରୀତିରେ ସରିଲା ଦେବଦମ୍ପତିଙ୍କ ବିବାହ

ଆରଡ଼ି, ୮।୬ (ଡି.ଏନ.ଏ.) – ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିରେ ଶୁକ୍ରବାର ପବିତ୍ର ଶୀତଳଷଷ୍ଠୀ ପର୍ବରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା...

କାଖରେ ଶିଶୁ, ମୁଣ୍ଡରେ ବୋଝ : ଏମିତି ବିତୁଛି ଜୀବନ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)-କେନ୍ଦୁଝର ସହରକୁ ଦୈନିକ ବହୁ ସଂଖ୍ୟାରେ ବନବାସୀ ବିଭିନ୍ନ ପ୍ରକାର ପନିପରିବା, ବନଜାତ ଦ୍ରବ୍ୟ ଧରି ବିକିବାକୁ ଆସିଥାନ୍ତି। ବିକିବା ପରେ ମିଳୁଥିବା...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ଶାରିଶୂଆରେ ବେଆଇନ ଖଣି ଖନନ

ଖଇରା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଓ ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନରେ ଥିବା ଶାରିଶୂଆ ପାହାଡ଼ରେ ବେଆଇନ ଖଣି କାରବାର ଚରମ ସୀମାରେ...

Leave a comment

Your email address will not be published. Required fields are marked *