Posted inଖେଳ

ରେସ୍ତୋରାରେ  ବାସନ ମାଜୁଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକଧାରୀ

ନୂଆଦିଲ୍ଲୀ,୨୯।୬- ସକାଳେ ଖବରକାଗଜ ବିକନ୍ତି। ଅପରାହ୍ନରେ ଦିଲ୍ଲୀର ସଦର ବଜାରଠାରେ ନକଲି ଗହଣା କିଣିବା ଲାଗି ଗରାଖକୁ ମନାନ୍ତି। ଏକଦା ସେ ଆମେରିକାରେ ଏକ ଭାରତୀୟ ରେସ୍ତୋରାରେ ଦୈନିକ ୧୦ରୁ ୧୨ ଘଣ୍ଟା ବାସନ ମାଜୁଥିଲେ। କାଲିଫର୍ନିଆର ସାନ୍‌ଜୋସଠାରେ ଫିଗର ସ୍କେଟିଂ କୋର୍ସ କରିବା ଲାଗି ସେ ଅର୍ଥ ଯୋଗାଡ଼ କରୁଥିଲେ। ଏହା ହେଉଛି ଦେଶର ଏକମାତ୍ର ସ୍ବର୍ଣ୍ଣପଦକ ହାସଲକାରୀ ଆଇସ ସ୍କେଟର ରାଜକୁମାର ତିଓ୍ବାରୀଙ୍କ ଜୀବନ। ସେ ଦକ୍ଷିଣ କୋରିଆର ୨୦୧୩ ସ୍ପେଶାଲ ଅଲିମ୍ପିକ୍ସ ବିଶ୍ୱ ଓ୍ବିଣ୍ଟର ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ଗେମ୍ସ ହେଉଛି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ କ୍ରୀଡ଼ାଭିତ୍ତିକ ଇଭେଣ୍ଟ, ଯେଉଁଥିରେ ଭିନ୍ନକ୍ଷମ ଆଥ୍‌ଲେଟ ଅଂଶଗ୍ରହଣ କରନ୍ତି। ୨୦୧୪ଠାରୁ ଖବରକାଗଜ ଭେଣ୍ଡରଙ୍କ ପୁଅ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସାଧାରଣ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ରାଜକୁମାର ଅର୍ଥ ଅଭାବରୁ ଏବେ ସୁଦ୍ଧା ଦୁଇଟି ଗୁରୁତ୍ୱପୂର୍ଣ୍ଣ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଇୟର କପ (ଅଷ୍ଟ୍ରିଆ) ଓ ବସଫୋରୁଷ (ତୁର୍କୀ) ଇଭେଣ୍ଟରେ ଅଂଶଗ୍ରହଣ କରିପାରି ନାହାନ୍ତି। ସେ ଚାଇନା, କାନାଡା, କ୍ରୋଏସିଆ, ଜର୍ମାନୀ ଓ ଆମେରିକାରେ ହେବାକୁ ଥିବା ୫ ଚାମ୍ପିୟନଶିପ୍‌ରେ ସମ୍ଭବତଃ ଭାଗନେଇ ପାରିବେ ନାହିଁ। ଏହି ଟୁର୍ନାମେଣ୍ଟଗୁଡ଼ିକରେ ଖେଳିବା ଲାଗି ତାଙ୍କୁ ଅତିକମ୍‌ରେ ୧୬ରୁ ୧୮ ଲକ୍ଷ ଟଙ୍କା ଦରକାର। ଏହି ଇଭେଣ୍ଟଗୁଡ଼ିକ ରାଜକୁମାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ। ନ ହେଲେ ଆଗାମୀ ବର୍ଷ କାନାଡର ମଣ୍ଟ୍ରିଲଠାରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ସେ ଯୋଗ୍ୟତା ଅର୍ଜନ କରିପାରିବେ ନାହିଁ। କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସହାୟତା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ତାଙ୍କୁ ନିଶ୍ଚିତ ଦେଖାକରି ତାଙ୍କ ଆର୍ଥିକ ସମସ୍ୟା ଦୂରକରିବି। ତାଙ୍କର ଯାହା ଦରକାର ମନ୍ତ୍ରଣାଳୟ ପକ୍ଷରୁ ସାହାଯ୍ୟ କରାଯିବ। ରାଜକୁମାର ପ୍ରତ୍ୟେକ ଦିନ ଦିଲ୍ଲୀରୁ ଗୁରୁଗ୍ରାମ ଅଭ୍ୟାସ କରିବାକୁ ଯାଆନ୍ତି। ଏକ ମଲ୍‌ରେ ସ୍କେଟିଂ ରୁଟିନ ଅଭ୍ୟାସ କରିବା ଲାଗି ଅର୍ଥ ଅଭାବ ସାଜୁଛି। ବେଳେବେଳେ ଟଙ୍କା ଅଭାବରୁ ମୁଁ ଅଭ୍ୟାସ କରିପାରେ ନାହିଁ। ମୋତେ ତୁରନ୍ତ ସରକାରଙ୍କ ସାହାଯ୍ୟ ଦରକାର। ମୋ ସାନଭାଇ ମଞ୍ଜେସ ପାଇଁ ଚିନ୍ତିତ। ସେ ଜୁନିୟର ବର୍ଗରେ ଜଣେ ଚମତ୍କାର ସ୍କେଟର। ତାଙ୍କୁ ୫ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମଧ୍ୟ ମିଳିଛି। ସେ ନିକଟରେ ମେଲ୍‌ବୋର୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ ବୋଲି ରାଜକୁମାର କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଡେଭିସ୍‌ କପ୍‌ ଟେନିସ: ପାକିସ୍ତାନ ଦଳରେ ଜୁନିୟର ଖେଳାଳି

ନୂଆଦିଲ୍ଲୀ, ୨୧।୧୧(ପି.ଟି.)- ଭାରତ-ପାକିସ୍ତାନ ଡେଭିସ୍‌ କପ୍‌ ଟେନିସ କାଜାଖସ୍ତାନ ନୁର-ସୁଲତାନଠାରେ ଚଳିତମାସ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେନିସ ଫେଡେରେଶନ(ଆଇଟିଏଫ) ଭାରତ-ପାକ୍‌...

ତୃତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବାଇ,୧୧।୧୨(ପି.ଟି.)- ନିର୍ଣ୍ଣାୟକ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବୁଧବାର ମୁହାଁମୁହିଁ ହେବେ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ଏହି...

ଆଇସିସି ବୈଠକରେ ଯୋଗଦେଇ ପାରିବେ ନାହିଁ ବିସିସିଆଇ ସମ୍ପାଦକ ଚୌଧାରୀ

ମୁମ୍ବାଇ,୧୭।୭- ଲଣ୍ଡନଠାରେ ଚାଲିଥିବା ଆଇସିସି ବୈଠକରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କୌଣସି ସଦସ୍ୟ ଯୋଗଦେଇ ପାରିବେ ନାହିଁ। ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଅମିତାଭ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

ଗେଲ, ମାଲିଙ୍ଗାଙ୍କୁ କେହି କିଣିଲେ ନାହିଁ

ଲଣ୍ଡନ,୨୧।୧୦- ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ...

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବଲା

ଲଣ୍ଡନ,୧୫।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୦ତମ ମ୍ୟାଚ୍‌ରେ ଶନିବାର ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସ୍ଥାନୀୟ କେନିଂଟନ...

ରେକର୍ଡ: ୭ମ ଥର ଲାଗି ବ୍ରଡ୍‌ଙ୍କ ଶିକାର ହେଲେ ଓ୍ବାର୍ନର

ଲଣ୍ଡନ, ୧୫।୯- ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନର ଚଳିତ ଆଶେସ ସିରିଜକୁ ନୈରାଶ୍ୟଜନକ ଭାବେ ଶେଷ କରିଛନ୍ତି। ଏଠାରେ ଚାଲିଥିବା ଅନ୍ତିମ ତଥା ୫ମ ମ୍ୟାଚ୍‌ର...

Leave a comment

Your email address will not be published. Required fields are marked *