Posted inଜାତୀୟ

ସ୍କୁଟର ଆଣ୍ଟିଙ୍କ ଡାନ୍ସ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୯।୪: ୪୦ ୫୦ ବର୍ଷ ବୟସରେ ମହିଳାଙ୍କୁ ସ୍କୁଟି, କାର ବାଇକ୍‌ ଚଲାଉଥିବା ଦେଖିଥିବା ବେଳେ କେବେ ଆପଣ ସ୍କୁଟର ଚଲାଉଥିବା ଦେଖିଛନ୍ତି। କେବଳ ଗାଡ଼ି ଚଳାଇବା ନୁହେଁ ତା ସହ ଡ୍ୟାନ୍ସ ମଧ୍ୟ କରୁଥିବା ଦେଖିଛନ୍ତି କି। ହେଲେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆଦିଲ୍ଲୀରେ। ଜଣେ ୪୦ ୫୦ବର୍ଷର ଜଣେ ମହିଳା ସ୍କୁଟର ଚଳାଇବା ସହ ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ୧୮ ସେକେଣ୍ଡର ହୋଇଥିବା ବେଳେ ଏହାକୁ ୩ଲକ୍ଷରୁ ଊର୍ଦ୍ଧ ୟୁଜର୍ସ ଦେଖିସାରିଲେଣି। ଏଥିରେ ଜଣେ ମହିଳା ସ୍କୁଟର ଚଲାଇବା ସହ ବଲିଉଡ୍‌ ଷ୍ଟାର ରଣବୀର ସିଂହଙ୍କ ଫିଲ୍ମର ଏକ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ମହିଳାଙ୍କ ଏହି ଭିଡିଓ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇପଡ଼ିଥିବା ବେଳେ ତାଙ୍କୁ ସ୍କୁଟର ଆଣ୍ଟିର ଆଖ୍ୟା ଦେଇଛନ୍ତି। ତେବେ ସ୍କୁଟରରେ ଏଭଳି ଡାନ୍ସ କି ଷ୍ଟଣ୍ଟ କରିବା ଜୀବନ ପ୍ରତି କେତେ ବିପଦ ବୋଧହୁଏ ଏହି ମହିଳା ଜଣଙ୍କ ଭୁଲିଯାଇଛନ୍ତି। ଏଭଳି କରିବାରୁ ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ରହିଛି।


All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଇସ୍ତଫା ପରେ ସ୍ତ୍ରୀ କହିଲେ ଏମିତି କଥା

ମୁମ୍ବାଇ,୨୭।୧୧: ଯେଉଁଭଳି ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେହିଭଳି ସୁପ୍ରିମକୋର୍ଟଙ୍କ ଆସ୍ଥା ଭୋଟ ନିର୍ଦ୍ଦେଶ ପରେ ଦେବେନ୍ଦ୍ର ଫଡ୍‌ନଭିସ୍‌ ନିଜ ପଦରୁ ଇସ୍ତଫା...

୧୫ ଦଳକୁ ମିଳିଛି ‘ନୋଟା’ଠୁ କମ୍‌ ଭୋଟ

ନୂଆଦିଲ୍ଲୀ,୭ା୬:ସପ୍ତଦଶ ଲୋକ ସଭାକୁ ୩୬ ରାଜନୈତିକ ଦଳର ପ୍ରତିନିଧି ନିର୍ବାଚିତ ହୋଇ ଆସିଥିବାବେଳେ ୧୫ଟି ଦଳ ‘ନୋଟା’(ନନ୍‌ ଅଫ୍‌ ଦ ଆବଭ୍‌) ଠାରୁ କମ୍‌ ସଂଖ୍ୟକ...

ରାଷ୍ଟ୍ରପତିଙ୍କ ଶୋକବ୍ୟକ୍ତ: ଜେଟଲୀଙ୍କ ସ୍ତ୍ରୀ, ପୁଅଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଥିବା ବେଳେ ତାଙ୍କ ବିୟୋଗରେ ଭାଙ୍ଗି ପଡିଛନ୍ତି ସମସ୍ତ ପରିବାର ସଦସ୍ୟ। ଏହି ଖବର ଶୁଣିବା...

ହାର୍ଟଆଟାକ୍‌ରୁ ଦୂରେଇ ରଖେ ଏହି ରସ…

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ...

ମାୟାବତୀଙ୍କୁ ଯିଏ ଛୁଇଁବ ତାଙ୍କର ମୃତ୍ୟୁ ନିଶ୍ଚିତ: ଭାଜପା ନେତା

ଲକ୍ଷ୍ନୌ,୨୯।୮: ବହୁଜନ ସମାଜ ପାର୍ଟି ମୁଖ୍ୟ ସୁଶ୍ରୀ ମାୟାବତୀଙ୍କୁ ନେଇ ଭାଜପା ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି। ଉତ୍ତର ପ୍ରଦେଶର ଭାଜପା ନେତା ତଥା...

ପିଓକେରେ ପୁଣି ଭୂକମ୍ପ: ୫୩ ଆହତ

ଇସଲାମାବାଦ,୨୬।୯: ପାକିସ୍ତାନ ଅଧିକୃତ କଶ୍ମୀରରେ ସପ୍ତାହକ ଭିତରେ ଦ୍ୱିତୀୟଥର ପାଇଁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା ବୋଲି ଜଣାପଡିଛି।...

ଝାଡଖଣ୍ଡ ନିର୍ବାଚନ: ୨୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ରାଞ୍ଚି,୧୬।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୬ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ଜଣାପଡିଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାର୍ଥିପତ୍ର ଯାଞ୍ଚ ପରେ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୀତ ଗାଇଲେ ଗୀତା ରାବାରୀ

ନୂଆଦିଲ୍ଲୀ,୯ା୭: ଗୁଜରାଟୀ ଲୋକଗାୟିକା ଗୀତା ରାବାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାର୍ଲାମେଣ୍ଟରେ ସାକ୍ଷାତ୍‌ କରି ଏକ ଲୋକସଂଗୀତ ଗାଇଛନ୍ତି। ଗୀତା ମାଲଧାରୀ ସମ୍ପ୍ରଦାୟର। ସେ କହନ୍ତି,...

Leave a comment

Your email address will not be published. Required fields are marked *