ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ସଡକ ସୁରକ୍ଷା ସମରକ୍ୟାମ୍ପ

ନୂଆଦିଲ୍ଲୀ,୨୯-୬ – ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଟ୍ରେନିଂ ପାର୍କଠାରେ ପିଲାମାନଙ୍କ ଲାଗି ନେଇ ଏକ ସଡକ ସୁରକ୍ଷା ସମର କ୍ୟାମ୍ପ ଅନୁଷ୍ଠିତ ହୋଇ ଯାଇଛି। ଏହା ୬ ଦିନ ଧରି ଚାଲୁଥିଲା। ଏହି କ୍ୟାମ୍ପରେ ଦୁଇ ସ୍କୁଲର ୧୦୦ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ସଡକ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଏଠାରେ ଛାତ୍ରୀଛାତ୍ରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ହେଲ୍‌ମେଟର ଆବଶ୍ୟକତା ସହ ସଡକ ସୁରକ୍ଷା ନେଇ କିଭଳି ସଚେତନତା ଅବଲମ୍ବନ କରାଯିବ ସେ ନେଇ ଛାତ୍ରୀଛାତ୍ରଙ୍କୁ ଏଠାରେ ପରାମର୍ଶ ଦିଆଯାଇଥିଲା। ଏ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗକୁ ପରିବାର ଏବଂ ଅନ୍ୟମାନଙ୍କ ସହ ଶେୟାର କରିବା ଲାଗି ଛାତ୍ରୀଛାତ୍ରଙ୍କୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ କମ୍ପାନୀର ରାଜ୍ୟ ମୁଖ୍ୟ ଅଜିତ କୁମାର ପଣ୍ଡା, ଏରିଆ ଇନ୍‌ଚାର୍ଜ ରଜନୀଶ ଜଶ୍ୱାଲ, ଟ୍ରାଫିକ ଟ୍ରେନିଂ ପାର୍କର ଅଧିକାରୀ ଏବଂ ସ୍କଲଗୁଡିକର ଶିକ୍ଷକ,ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ସଡକ ନିରାପତ୍ତାକୁ ଧ୍ୟାନରେ ରଖି ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା କମ୍ପାନୀ ସୂଚନା ଦେଇଛି।


All Right Reserved By Dharitri.Com

ତନିଷ୍କର ଗ୍ରେଟ୍‌ ଡାଇମଣ୍ଡ ସେଲ୍‌

ଭୁବନେଶ୍ୱର,୩-୮: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ତନିଷ୍କ ପକ୍ଷରୁ ‘ଦି ଗ୍ରେଟ ଡାଇମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ତନିଷ୍କ ହୀରା ଗହଣା ଉପରେ...

ଡ୍ୟୁକ ପକ୍ଷରୁ ନୂଆ ଜ୍ୟାକେଟ ସମ୍ଭାର

ଭୁବନେଶ୍ୱର,୧୫-୧୧: ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡ ପକ୍ଷରୁ ନୂଆ ଜ୍ୟାକେଟ ଏବଂ ସ୍ବେଟର ସମ୍ଭାର ବଜାର ପ୍ରବେଶ କରାଯାଇଛି। ଏଥିରେ ଗ୍ରାହକମାନେ ଷ୍ଟାଇଲ, ଡିଜାଇନ, କଲର, ଫ୍ୟାବ୍ରିକ...

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା...

ରିଟେଲ ବ୍ୟବସାୟୀଙ୍କୁ ୯ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ,୨୬।୫: କରୋନା ମହାମାରୀକୁ ରୋକିବା ଲାଗି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ବଜାର କିନ୍ତୁ କ୍ଷତିଗ୍ରସ୍ତ...

ଗ୍ରାହକ ସମ୍ପର୍କ ବୃଦ୍ଧି ଲାଗି ଏଲ୍‌ଜିର ପଦକ୍ଷେପ

ଭୁବନେଶ୍ୱର,୧୦-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଗ୍ରାହକ ସମ୍ପର୍କ ବୃଦ୍ଧି କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ଲାଗି କମ୍ପାନୀ ଇନଫୋବିପ ସହ...

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଅଶୋଧିତ ତୈଳ

ମୁମ୍ବାଇ,୨୧।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଚାହିଦା ଖସିବା, ଆମେରିକାର ଷ୍ଟୋରେଜରେ ବୃଦ୍ଧି...

ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

୨ ଲକ୍ଷ କୋଟିର ଋଣ ରାଇଟଅଫ୍‌ କଲେ ବ୍ୟାଙ୍କ

ନୂଆଦିଲ୍ଲୀ,୩୦-୧୧: ଦେଶରେ ସୂଚୀଭୁକ୍ତ ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ରାଇଟ ଅଫ୍‌ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପାର୍ଲାମେଣ୍ଟକୁ...

Leave a comment

Your email address will not be published. Required fields are marked *