ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା ବେଳେ ସମ୍ପୃକ୍ତା ମହିଳା ଶନିବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ମହିଳା ଜଣକ ପିଲାର ମଇଳା କପଡାକୁ ଗ୍ରାମ ନିକଟସ୍ଥ ପୋଖରୀକୁ ଧୋଇବାକୁ ନେଇଥିଲେ। ସେଠାରେ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଚିତ୍କାର କରିବାରୁ ନିକଟସ୍ଥ କଦଳୀ ବଗିଚାରେ କାମ କରୁଥିବା ଲୋକେ ଆସିଯିବାରୁ ଯୁବକ ଜଣକ ସେଠାରୁ ପଳାଇ ଯାଇଥିଲେ। ମହିଳା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ସାହିପଡ଼ିଶା ଲୋକେ ବିଭିନ୍ନ କଥା କହି ସମାଲୋଚନା କରିଥିଲେ। ଫଳରେ ମହିଳା ଜଣଙ୍କ ଲୋକଲଜ୍ଜା ଭୟରେ ଶନିବାର ଫ୍ୟାନରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।


All Right Reserved By Dharitri.Com

ଯୁବକଙ୍କ ମୃତଦେହ ଉଦ୍ଧାର, ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ବୁଧବାର ସକାଳେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ...

ଜୁଆ ଆଡ୍ଡାରେ ଚଢାଉ: ୮ କୋର୍ଟଚାଲାଣ

ସୁନ୍ଦରଗଡ଼,୨୪।୧୧(ଡି.ଏନ୍‌ଏ.): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଲିଆ ଚକ୍ରାମାଲ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ଚଢାଉ କରଛି। ଏଥିରେ ସମ୍ପୃକ୍ତ ୮...

ଏଟିଏମ୍‌ କାର୍ଡ ଚୋରି କରି ୪.୧୫ ଲକ୍ଷ ଉଠାଣ: ବ୍ୟାଙ୍କ କର୍ମଚାରୀ ଗିରଫ

ବନ୍ତ,୧୯।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରୁ ଜଣେ ଗ୍ରାହକଙ୍କ ଜମାଖାତାରୁ ୬୬ ହଜାର ୮୧୩ ଟଙ୍କା ଗାଏବ ନେଇ ଅଭିଯୋଗ...

ଭତ୍ତା ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ଜଣେ ଫେରାର

ମନମୁଣ୍ଡା, ୨୨।୮ (ଡି.ଏନ.ଏ): ବୌଦ୍ଧ ଜିଲା ଲମ୍ବସରି ଗ୍ରାମପଞ୍ଚାୟତ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ...

୧୫ ଚୋରା ବାଇକ୍‌ ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ଜିଲାର ବାଣପୁର ଥାନା ପୋଲିସ ୧୫ ଚୋରା ବାଇକ୍‌ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ...

ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର

ସୋରଡ଼ା,୭।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ...

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା...

ହାତୀ ପାଇଁ ହାତ ଟେକିଦେଲେ

ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ଚରମ ସୀମାରେ ପହଞ୍ଚତ୍ଛି। ସଂରକ୍ଷିତ ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ ଏବେ ହାତୀ ଭଳି ବିଶାଳକାୟ ଜନ୍ତୁକୁ ଜନବସତିମୁହଁା କରାଉଛି।...

Leave a comment

Your email address will not be published. Required fields are marked *