ମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ, ଶାସକ: ବଳକା ଯଦି ବିଦ୍ୟୁତ୍‌ କାଟ୍‌ କାହିଁକି

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ରାଜ୍ୟରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ହେଉଛି। ସାମାନ୍ୟ ପବନ ହେଲେ ମଧ୍ୟ ଗାଁ ଗଣ୍ଡାରେ ୨/୩ ଘଣ୍ଟା ଯାଏ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବାତ୍ୟା ଫନୀରେ ଖୋର୍ଦ୍ଧା, ପୁରୀ ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ଉଜୁଡି ଯାଇଛି। ୧ମାସ ୨୫ ଦିନ ପରେ ମଧ୍ୟ ପୁରୀ ଜିଲାରେ ବିଦ୍ୟୁତ୍‌ ନାହିଁ। ତରବରିଆ ଭାବେ ଖୁଣ୍ଟ ପୋତି କିଛି ଅଞ୍ଚଳକୁ ବିଦ୍ୟୁତ୍‌ ଦିଆଯାଇଥିଲା। କାଳବୈଶାଖୀରେ ସେ ସବୁ ପୁଣି ଶୋଇପଡ଼ିଲାଣି। ତୁରନ୍ତ ସେଗୁଡ଼ିକ କଂକ୍ରିଟ ଢଳାଇ ନ କଲେ ବିଦ୍ୟୁତ୍‌ ବିଭାଗ ପ୍ରତି ମହାବିପଦ ମାଡ଼ି ଆସିବ। ଜୁଲାଇ ୪ ତାରିଖ ରଥଯାତ୍ରା ପୂର୍ବରୁ ପୁରୀ ଜିଲାକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ। ରାଜ୍ୟର ବିଦ୍ୟୁତ୍‌ ଉତ୍ପାଦନକୁ ନେଇ ଶକ୍ତିମନ୍ତ୍ରୀଙ୍କ ସ୍ଥାନରେ ଉତ୍ତର ଦେଉଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧୀ ଦଳ ସଦସ୍ୟମାନେ କାଠଗଡ଼ାରେ ଛିଡ଼ା କରିଥିଲେ। ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଯଦି ଅଧିକ ଉତ୍ପାଦନ ହେଉଛି, ତେବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି କାହିଁକି। ମନ୍ତ୍ରୀଙ୍କଠାରୁ ସଦସ୍ୟମାନେ ଏହାର ଜବାବ ତଲବ କରିଥିଲେ।
ଶୁକ୍ରବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ରାଜ୍ୟରେ କେତେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ଘରୋଇ ଏବଂ ଶିଳ୍ପ କ୍ଷେତ୍ରରେ କେତେ ବ୍ୟବହାର ହେଉଛି, ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜଣାଇବା ପାଇଁ ମନ୍ତ୍ରୀଙ୍କୁ କହିଥିଲେ। ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତରରେ କହିଥିଲେ ଯେ, ୨୦୧୮-୧୯ରେ ରାଜ୍ୟକୁ ୨୫, ୬୬୮ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଆବଶ୍ୟକତା ଥିବାବେଳେ ଗ୍ରୀଡ୍‌କୋ ବିଭିନ୍ନ ଉତ୍ସରୁ ୨୭, ୬୩୩ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଯୋଗାଇଛି। ମନ୍ତ୍ରୀଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନରସିଂହ ପୁଣି ପଚାରିଲେ, ଯଦି ଏତେ ବିଦ୍ୟୁତ୍‌ ବଳୁଛି ତେବେ ବିଦ୍ୟୁତ୍‌ କାଟ୍‌ କାହିଁକି ହେଉଛି। କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହେଉଛି ସେ ବିଷୟରେ ଜଣାଇବା ସହିତ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଶକ୍ତି ଯୋଗାଇ ନ ଦେବାର କାରଣ କ’ଣ। ବିଦ୍ୟୁତ୍‌ ବିନା ଡାକ୍ତରଖାନାରେ ଟର୍ଚ୍ଚ ଲାଇଟ୍‌ ଏବଂ ମହମବତି ଜଳାଇ ରୋଗୀସେବା କରାଯାଉଛି ବୋଲି ସେ ଅଭିଯୋଗ ଆଣିଥିଲେ। ଉତ୍ତରରେ ମନ୍ତ୍ରୀ କେଉଁ କ୍ଷେତ୍ରରୁ କେତେ ବିଦ୍ୟୁତ୍‌ ବଳୁଛି ସେ ନେଇ ମନ୍ତ୍ରୀ ସୁଶାନ୍ତ ସିଂ ଉତ୍ତର ରଖିଥିଲେ। ବିଜେଡି ସଭ୍ୟ ପ୍ରୀତିରଞ୍ଜନ ଘଡେଇ, ଭାଜପା ସଭ୍ୟ ମଦନ ମୋହନ ଦତ୍ତ ଅତିରିକ୍ତ ପ୍ରଶ୍ନରେ କହିଥିଲେ ଯେ, ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍‌ ଯୋଗାଇ ନ ପାରିଲେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବେ କି। ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ୍‌ ଶକ୍ତି ଭିତ୍ତିଭୂମିର ବିକାଶ ପାଇଁ ଘଡ଼ଘଡି ଓ ପବନରୁ ରକ୍ଷା ଲାଗି ବିଦ୍ୟୁତ୍‌ କାଟ କରାଯାଉଛି।


All Right Reserved By Dharitri.Com

କାହିଁକି ଏତେ ଦାୟିତ୍ୱହୀନତା? ଜୀବନ ନେଇଯିବ ବିପଜ୍ଜନକ ଖୁଣ୍ଟ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବାତ୍ୟା ଫନୀରେ ରାଜଧାନୀରେ ଶହ ଶହ ବିଦ୍ୟୁତ୍‌, ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ଭାଙ୍ଗିପଡିଥିବାବେଳେ ଆଉକିଛି ନଇଁଯାଇ ଝୁଲି ରହିଥିଲା। ବିଦ୍ୟୁତ୍‌ କର୍ମଚାରୀମାନେ ତରବରିଆ...

ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ...

ସରିଲା ଛେରାପହଁରା: ଚାରମାଳ ଫିଟା ଆରମ୍ଭ

ପୁରୀ ଅଫିସ, ୧୨।୭: ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା। ପହଣ୍ଡି ଶେଷ ହେବାପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାବିଗ୍ରହ। ଏହାପରେ ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜ...

୧୪ରୁ ଭାଜପା ପାଳିବ ସେବା ସପ୍ତାହ

ଭୁବନେଶ୍ୱର,୫।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ସପ୍ତାହକୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରିବ ଭାଜପା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଛି। ତେଣୁ...

ଦୋଳି ପାଇଁ ଗଛ ନାହିଁ

ପୁରୀ ଅଫିସ, ୧୩ା୬: ଗୁରୁବାର ସଜବାଜ ଓ ଶୁକ୍ରବାର ପହିଲି ରଜ। ଓଡ଼ିଶାର ମହାନ ଗଣପର୍ବ ‘ରଜ’କୁ ନେଇ ସବୁଠି ଏବେ ଚଳଚଞ୍ଚଳ। ବର୍ଷକରେ ଥରେ...

୨୧ରେ ବିଜେପୁର ଲଢ଼େଇ: ଦୁଇ ଦିନ ପ୍ରଚାର କରିବେ ନବୀନ !

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ। ଆସନ୍ତା ୨୧ରେ ଭୋଟ ଗ୍ରହଣ ହେବାକୁ ଘୋଷଣା ହୋଇଥିବା ବେଳେ ଗୁରୁବାର ତିନି ପ୍ରମୁଖ ଦଳ...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

୨୦୧୯-୨୦ ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହ: ଚାଷୀଙ୍କଠାରୁ କିଣା ହେଲା ୯୬,୧୧,୦୨୪ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ବୁଧବାର ସୁଦ୍ଧା ୧ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ...

Leave a comment

Your email address will not be published. Required fields are marked *