ମନୋଜ ଜେନା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଭାଲୁ ଗିରଫ

ବ୍ରହ୍ମପୁର ଅଫିସ,୨୯ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ମଦ ବ୍ୟବସାୟୀ ମନୋଜ ଜେନାଙ୍କୁ ଗୁଳିକରି ହତ୍ୟା ଘଟଣାରେ ବ୍ରହ୍ମପୁର ପୋଲିସ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ା ସେ ହେଲେ ଆସିକାର ଭାଲୁ ଓରଫ ଭଗବାନ ସାହୁ ା ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କହିଛନ୍ତି। ବ୍ରହ୍ମପୁର ପୋଲିସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାଲୁଙ୍କ ନଁାରେ ପୂର୍ବରୁ ଜାମିନିବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲା। ଭାଲୁ ପୋଲିସ ନିକଟରେ ହାଜର ନ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ଏସ୍‌ଡିପିଓ ପତି ସୂଚନା ଦେଇଥିଲେ।
ପୂର୍ବ ଶତ୍ରୁତାକୁ ନେଇ ଭାଲୁ ହିଁ ମନୋଜଙ୍କୁ ହତ୍ୟା କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ସୁଲତାନ ଓରଫ ସୁନୀଲ ନାୟକଙ୍କ ସହାୟତାରେ ୫ ମାସ ପୂର୍ବରୁ ଭୁବନେଶ୍ୱରରେ ଏକ ଘର ଭଡ଼ା ନେଇ ମନୋଜଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଶେଷରେ ମେ ୨୨ ତାରିଖ ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବିଏନ୍‌ପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ୧୬ନଂ. ଜାତୀୟ ରାଜପଥରେ ମନୋଜଙ୍କୁ ଟାର୍ଗେଟ କରି ଗୁଳି କରିବା ସହ ଗଳାକାଟି ହତ୍ୟା କରିଥିଲେ। ପୋଲିସ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୁଲତାନଙ୍କ ସମେତ ୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଗିରଫ କରିଥିଲା। ପୂର୍ବରୁ ମେ ୩୧ ତାରିଖରେ ଦୁଇ ମୁଖ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାୟକ ଓ ହୃଷୀକେଶ ପାତ୍ର ଆନ୍ଧ୍ରପ୍ରଦେଶକୁ ପଳାଉଥିବା ବେଳେ ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଥିଲେ। ଏଥିପୂର୍ବରୁ ପୋଲିସ ଚିହ୍ନଟ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିିବା ସହ ସମସ୍ତଙ୍କ ନଁାରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲା। ବ୍ରହ୍ମପୁର ପୋଲିସର ଦୁଇଟି ଟିମ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଚଢ଼ାଉ କରିଥିଲା। ଗୋଟିଏ ଟିମ୍‌ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସୁଲତାନଙ୍କୁ ବାଲୁଗଁା ରେଳ ଷ୍ଟେଶନରୁ ଗିରଫ କରିଥିଲା। ସେହିପରି ଅନ୍ୟ ଏକ ଟିମ୍‌ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରୁ ଆନନ୍ଦ ସ୍ବାଇଁ, ଶଙ୍କର ରାଉତ, ଶିବରାମ ବେହେରା ଓ କାର୍ତ୍ତିକ ନାହାକଙ୍କୁ ଗିରଫ କରି ଗତ ୫ ତାରିଖରେ କୋର୍ଟଚାଲାଣ କରିଥିଲା। ମେ ୩୧ ତାରିଖ ଏନ୍‌କାଉଣ୍ଟରରେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ହେଉଥିବା ହୃଷୀକେଶ ସୁସ୍ଥ ହେବା ପରେ ଗତ ୧୦ ତାରିଖରେ ପୋଲିସ ତାଙ୍କୁ କୋର୍ଟଚାଲାଣ କରିଥିଲା। ସେହିପରି ଏନ୍‌କାଉଣ୍ଟରରେ ଆହତ ହୋଇ ଏମ୍‌କେସିଜିରେ ଚିକିତ୍ସାଧୀନ ଥିବା ଅନ୍ୟ ଅଭିଯୁକ୍ତ ବୁଲୁ ଓରଫ ଗଣେଶ ନାହାକଙ୍କୁ ବିଏନ୍‌ପୁର ପୋଲିସ ପୂର୍ବରୁ କୋର୍ଟଚାଲାଣ କରିଥିଲା ।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାରୁ ମନୋଜ ଭାଲୁଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ଭାଲୁ ଭାଇ ହତ୍ୟାର ପ୍ରତିଶୋଧ ନେଇଥିଲେ ବୋଲି ଗତ ୫ ତାରିଖରେ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଥିଲେ।


All Right Reserved By Dharitri.Com

ବଲାଙ୍ଗୀରରେ ନରସିଂହ ଆଗୁଆ

ବଲାଙ୍ଗୀର ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବଲାଙ୍ଗୀର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ରହିଛନ୍ତି। ନରସିଂହ ୮୨୬୬ ଭୋଟ...

ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି।...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲା:ଦୋଷୀଙ୍କୁ ଫାଶୀଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧୧-୯:ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ଜଣେ ନାବାଳିକା(୯)ଙ୍କୁ ୨୦୧୮ ମାର୍ଚ୍ଚ ୨୦ରେ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ...

ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ...

ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି

ଭୁବନେଶ୍ୱର,୧।୬(ବ୍ୟୁରୋ): ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି...

ଏପ୍ରିଲରେ ପୁରୀ ଐତିହ୍ୟ କରିଡରର ଚୂଡ଼ାନ୍ତ ନକ୍ସା

ଭୁବନେଶ୍ୱର,୫-୨(ବ୍ୟୁରୋ):ପୁରୀ ସହରରେ ହେବାକୁ ଥିବା ନୂତନ ଐତିହ୍ୟ କରିଡର ନକ୍ସାରେ ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରଥା, ପରମ୍ପରା, ରୀତିନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିପ୍ରତି ସ୍ବତନ୍ତ୍ର...

ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଞ୍ଜନଗର,୨।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଲୋକନାଥ ପ୍ରଧାନ(୭୩)ଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସ୍ଥାନୀୟ ବିଧାୟକ ତଥା...

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ...

Leave a comment

Your email address will not be published. Required fields are marked *