Posted inଜାତୀୟ

ମୁମ୍ବାଇରେ ପ୍ରବଳ ବର୍ଷା : ୩ ମୃତ, ୫ ଆହତ

ମୁମ୍ବାଇ,୨୯ା୬(ପି.ଟି.): ମୁମ୍ବାଇରେ ଶୁକ୍ରବାର ପ୍ରବଳ ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଛନ୍ତି। ଚଳିତ ବର୍ଷ ବହୁ ବିଳମ୍ବରେ ମୌସୁମୀ ମହାରାଷ୍ଟ୍ର ଛୁଇଁଥିବାବେଳେ ଆରମ୍ଭରୁ ବିପର୍ଯ୍ୟୟ ସୃଷ୍ଟି କରିଛି। ମୁମ୍ବାଇର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯିବାରୁ ଟ୍ରାଫିକ୍‌ ଜାମ୍‌ ହୋଇଛି। ଅଧିକାଂଶ ଟ୍ରେନ୍‌ ଚଳାଚଳରେ ବିଳମ୍ବ ଘଟିଛି। ଡ୍ରେନ୍‌ ଜାମ୍‌ ଯୋଗୁ ସହରତଳି ଅଞ୍ଚଳର ଲୋକଙ୍କ ଘରେ ବର୍ଷାପାଣି ପଶିଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନ୍ଧେରୀ ଓ ଗୋରେଗାଓଁ ଅଞ୍ଚଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ମୁଖପାତ୍ର କହିଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦାଦର, ଓ୍ବାଡଲା, ଓ୍ବର୍ଲି, କୁର୍ଲା, ଚେମ୍ବୁର, ବାନ୍ଦ୍ରା, କାଣ୍ଡିଭିଲି, ବିଖ୍ରୋଲି, କଞ୍ଜୁରମାର୍ଗ ଆଦି ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମହାରାଷ୍ଟ୍ରରେ କ୍ରମାଗତ ୪ ଦିନ ହେଲା ବର୍ଷା ଲାଗିରହିଥିବାବେଳେ ନାସିକ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି।


All Right Reserved By

ମୁସଲମାନ୍‌ ଯୁବକଙ୍କୁ ବିବାହ କଲେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ: ସୁରକ୍ଷା ପାଇଁ କୋର୍ଟରେ ଆବେଦନ

ଚଣ୍ଡିଗଡ଼,୧୩।୬: ହରିୟାଣା ଯମୁନାନଗରରେ ଜଣେ ଆର୍‌ଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ଝିଅ ପଡ଼ୋଶୀ ମୁସଲମାନ୍‌ ଯୁବକଙ୍କୁ ବିବାହ କରିଛନ୍ତି। ଏନେଇ ପିତାଙ୍କ ପକ୍ଷରୁ ତାଙ୍କ ଝିଅକୁ ଅପହରଣ କରାଯାଇଥିବା...

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ଅହମ୍ମଦାବାଦ,୧୨।୭: ମାନହାନିର ଆଉ ଏକ ମାମଲାରେ ଅହମ୍ମଦାବାଦ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟରେ...

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ...

୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ,୧୭।୭: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ୨୦୨୩ ଏପ୍ରିଲ୍‌...

ସ୍ବତନ୍ତ୍ର ବୁଥ୍‌ରେ ଭୋଟ ଦେଲେ ଜମ୍ମୁ-କଶ୍ମୀର ପଣ୍ଡିତ

ଉଦ୍ଧମପୁର,୨୩।୪: ସୋମବାର ସକାଳ ୭ଟାରୁ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ। ଜମ୍ମୁ-କଶ୍ମୀରର ଅଧିକାଂଶ ଅଞ୍ଚଳ ସମ୍ବେଦନଶୀଳ ଥିବା ବେଳେ...

ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଲେ ମୋଦି

ଉତ୍ତରାଖଣ୍ଡ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଦର୍ଶନ କରିବା ପରେ ରବିବାର ସକାଳୁ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାକୁ ବଦ୍ରିନାଥ ପହଞ୍ଚିଛନ୍ତି। ମନ୍ଦିରରେ ପୂଜା ସାରି...

୨୨ ବର୍ଷ ତଳର ବିବାହ ସମୟର ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୭: ଏବେ ସୋସିଆଲ୍‌ ମିଡ଼ିଆରେ କେତେକ ଶାଢ଼ି ପିନ୍ଧିଥିବା ଫଟୋ ଶେୟାର କରୁଛନ୍ତି। ଏଥିରୁ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ବାଦ୍‌...

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *