ଜୁଲାଇରୁ ଆରମ୍ଭ ହେବ ‘ନିର୍ଭୟ କଢି’

ଛତ୍ରପୁର,୨୯।୬(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଶୁକ୍ରବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜିଲା ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଯେପରି ଗୋଟିଏ ବି ବାଲ୍ୟବିବାହ ହେବନି ଏବଂ ଶିଶୁ ଶ୍ରମିକ ରହିବେନି ତାହା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ ା ଜିଲାର ମହିଳା ସଂଘ ସଦସ୍ୟାମାନେ ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଜିଲାପାଳ କହିଥିଲେ। ଆଗାମୀ ଦିନରେ ଏସବୁକୁ ରୋକିବା ପାଇଁ ଜିଲା, ବ୍ଲକ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରିବାକୁ କୁହାଯାଇଛି ା ଜୁଲାଇ ପ୍ରଥମ ସପ୍ତାହରୁ ଜିଲାରେ ପ୍ରଥମଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ନିର୍ଭୟ କଢି’ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେବ ା ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ଏବଂ ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ବିକାଶ ଉପରେ ସଚେତନ କରାଯିବ। ଯେ କୌଣସି ବିବାହ ସମୟରେ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରାଯାଇ ସେମାନଙ୍କର ବିବାହଯୋଗ୍ୟ ବୟସ ହୋଇଛି କି ନାହିଁ ସେ ସମ୍ପର୍କରେ କମିଟି ତଦାରଖ କରିବ ବୋଲି କୁହାଯାଇଛି ା ବୟସ କମ୍‌ ହୋଇଥିଲେ ଉକ୍ତ ଅଞ୍ଚଳର ଜନପ୍ରତିନିଧି, ଗାଁ ମୁଖିଆ, କୌଳିକ ସଙ୍ଗଠନର କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆପୋସ ବୁଝାମଣାରେ ବିବାହ ବନ୍ଦ ନ ହେଲେ ଆଇନଗତ ପନ୍ଥା ଗ୍ରହଣ କରାଯିବ ।
ପ୍ରତି ମାସରେ ପଞ୍ଚାୟତସ୍ତରରେ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ବାହାଘର ସମୟରେ ଅଯଥା ଅଧିକ ଟଙ୍କା ଖର୍ଚ୍ଚ ନ କରିବା ଉପରେ ସଚେତନ କରାଯାଇ ଆଗାମୀ ଦିନରେ ସମୂହ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ବର ଓ କନ୍ୟାପକ୍ଷ ବଳକା ଟଙ୍କା କୌଣସି ସ୍କୁଲ, ମେଡିକାଲ କିମ୍ବା ଭଲ କାର୍ଯ୍ୟରେ ବିନିଯୋଗ କରିପାରିବେ । ଓଡିଶାରେ ବାଲ୍ୟବିବାହ ୨୧ ପ୍ରତିଶତ ଥିବାବେଳେ ଗଞ୍ଜାମ ଜିଲାରେ ଏହା ୨୯ ପ୍ରତିଶତ ରହିଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ସିଡବ୍ଲ୍ୟୁସି ସଦସ୍ୟ ହରିହର ପାଢୀ, ଚାଇଲ୍ଡ ଲାଇନର ସୁଧୀର ସାବତ, ଜ୍ୟୋତିକୃଷ୍ଣ ବେହେରା, ଶ୍ରୀକୃଷ୍ଣ ପଣ୍ଡା, ଡିପିସି ମିଶନ ଶକ୍ତିର ଶାଶ୍ୱତ କୁମାର ସାହୁ, ଆକଶନ୍‌ ଏଡ୍‌ର ଜିଲା ସଂଯୋଜକ ଦେବବ୍ରତ ମହନ୍ତ, ସାମାଜିକ କର୍ମୀ ଶିବପ୍ରସାଦ ରଥଙ୍କ ସମେତ ବିଭିନ୍ନ ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


All Right Reserved By Dharitri.Com

ରେଶମ ସହରରେ ଉଗ୍ରରୂପ ନେଉଛି ଜଳସଙ୍କଟ: ଜେମାଦେଇ ପେଣ୍ଠବାସିନ୍ଦାଙ୍କ ବିକ୍ଷୋଭ, ରାସ୍ତା ଅବରୋଧ

ବ୍ରହ୍ମପୁର ଅଫିସ, ୨୪ା୫- ବ୍ରହ୍ମପୁରରେ ଖରାଦିନେ ଜଳସଙ୍କଟ ଉଗ୍ରରୂପ ଧାରଣ କରିବାରେ ଲାଗିଛି ା ସହରର ଜଳାଭାବ ଦୂର କରିବାକୁ ଜାନିବିଲି ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା...

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି...

ପାର୍କ, ଆଇ ଲଭ୍‌ ଛତ୍ରପୁର ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଛତ୍ରପୁର ଏନ୍‌ଏସି ପୋଲିସ ପଡିଆଠାରୁ ଜିଲାପାଳଙ୍କ ବଙ୍ଗଳା ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ, ପାର୍କ, ସେଲ୍‌ଫି ପଏଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ...

ମନୋଜ ହତ୍ୟା ମାମଲା ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ବ୍ରହ୍ମପୁର ଅଫିସ,୨୮ା୫-ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତିଛି । ପୋଲିସ ବିଭିନ୍ନ ଦିଗକୁ ଆଧାର କରି...

ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଖଜୁରିପଡା,୨୯ା୬(ଡି.ଏନ୍‌.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା...

ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ଥାନା ଜାନିବିଲିଠାରେ ଜାତୀୟ ରାଜପଥ ନଂ.୫୯ରେ ମଙ୍ଗଳବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନିବିଲି ଗ୍ରାମର ଦେବରାଜ ଗୌଡ଼...

୮ ଦିନରେ ୫୫୨ ଚାଳକଙ୍କୁ ୫.୫୫ ଲକ୍ଷ ଟଙ୍କାର ଚାଲାଣ

ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା...

ଜମି ଦଖଲକୁ ନେଇ ଗ୍ରାମବାସୀ-ତହସିଲ ପ୍ରଶାସନ ମୁହଁ।ମୁହିଁ

ଧରାକୋଟ,୧।୭(ଡି.ଏନ.ଏ.)-ଧରାକୋଟ ତହସିଲ ପୁଟୁ ଗ୍ରାମବାସୀଙ୍କ ଅଧୀନରେ ରହିଥିବା ପୁଟୁ ମୌଜାର ଗୁହାରିଆ ପଡ଼ିଆର ୫ ଏକର ପରିତ୍ୟକ୍ତ ବେଦଖଲି ରୟତି କିସମରେ ରହିଥିବା ଜମିକୁ ନେଇ...

Leave a comment

Your email address will not be published. Required fields are marked *