ଘରେ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୨୯-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ଆସନ୍ତା ୩ ବର୍ଷ ଭିତରେ ଘରେ ଘରେ ସ୍ମାର୍ଟ ମିଟର ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୋବାଇଲ ଫୋନ ଭଳି ଏହି ମିଟରକୁ ପୂର୍ବରୁ ରିଚାର୍ଜ କରି ହେବ। ଏହାଦ୍ୱାରା ବିଜୁଳି ଚୋରି ବନ୍ଦ ହୋଇଯିବା ସହିତ ସଚୋଟ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ଯୋଜନା ଲାଗୁ ହେବା ପରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହା ଗେମ୍‌ ଚେଞ୍ଜର ହେବ ବୋଲି ମତପ୍ରକାଶ ପାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସ୍ମାର୍ଟ ମିଟର ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଉତ୍ପାଦକଙ୍କ ସହ ଆଲୋଚନା ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ବିଜୁଳି ଯୋଗାଣ ଉପରେ ସହଜରେ ନଜର ରଖିହେବ। ଏହି ଯୋଜନା ଅନୁଯାୟୀ, ସରକାର ମିଟର ମୂଲ୍ୟ ଉପରେ ସବ୍‌ସିଡି ଦେବେ। ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ହେବ। ଏଥିପୂର୍ବରୁ ୨୦୧୭ରେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ସ୍ମାର୍ଟ ମିଟର କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମିଟର ପ୍ରତିଟିର ମୂଲ୍ୟ ୨୫୦୩ ଟଙ୍କା ଥିଲା। ତେବେ ଏଥର ଅଧିକ ମାତ୍ରାରେ ମିଟର କିଣାଯିବାକୁ ଥିବାରୁ ଏହାର ମୂଲ୍ୟ କମିବ ବୋଲି ଆଶାକରାଯାଉଛି। ତେବେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଖୋଲାଖୋଲି ମତପ୍ରକାଶ କରାଯାଇ ନାହିଁ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସ୍ମାର୍ଟ ମିଟରକୁ ପ୍ରିପେଡ୍‌ କରିଦେବା ଯୋଗୁ ବିଜୁଳି ବିତରଣ କମ୍ପାନୀ(ଡିସ୍‌କମ୍‌)ଙ୍କ ଖର୍ଚ୍ଚ ଅନେକାଂଶରେ କମିଯିବ ଏବଂ ସେମାନେ ସହଜରେ କ୍ଷତିରୁ ବାହାରି ଆସିପାରିବେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ କାର୍ଯ୍ୟରତ ଡିସ୍‌କମ୍‌ଗୁଡ଼ିକ କ୍ଷତିରେ ଚାଲୁଛନ୍ତି। କାରଣ ଟେକ୍ନିକାଲ, ବିଜୁଳି ଚୋରି ଓ ଅନ୍ୟାନ୍ୟ କାରଣରୁ ସେମାନଙ୍କ କ୍ଷତି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଜୁଳି ଚୋରି, ତ୍ରୁଟିପୂର୍ଣ୍ଣ ବିଲ୍‌ ପ୍ରଦାନ ଓ ରାଜସ୍ବ ଆଦାୟରେ ବିଫଳତା କାରଣରୁ କ୍ଷତି ବୃଦ୍ଧି ହେଉଛି। ଏହି କାରଣରୁ ସେମାନଙ୍କ ନିକଟରେ ବିଜୁଳି କିଣିବା ଲାଗି ଅର୍ଥ ନାହିଁ। ଫଳରେ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସେମାନଙ୍କ ଦ୍ୱାରା ସମ୍ଭବ ହେଉନାହିଁ। ଏହାଛଡ଼ା ବିଦ୍ୟୁତ ସଞ୍ଚୟକାରୀ ଏଲ୍‌ଇଡି ଲାଇଟ ପ୍ରଦାନ, ସୌରଶକ୍ତିଯୁକ୍ତ ଜଳସେଚନ ବ୍ୟବସ୍ଥା ଆପଣାଇବା ଓ ଚୋରି ରୋକିବା ଲାଗି ଇନ୍‌ସୁଲେଟେଡ୍‌ ତାର ଲଗାଇବା ଆଦି ବ୍ୟବସ୍ଥା ଆପଣାଇବାକୁ ମୋଦି ସରକାର ପୂର୍ବରୁ କାର୍ଯ୍ୟାରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବିଜୁଳି କ୍ଷେତ୍ରରେ କ୍ରାନ୍ତି ଆସିବ ବୋଲି ମନେକରାଯାଉଛି। ଏଥିଯୋଗୁ କମ ଆୟ କରୁଥିବା ଉପଭୋକ୍ତାଙ୍କୁ ଅଧିକ ଫାଇଦା ମିଳିବ। ସେମାନଙ୍କୁ ଗୋଟିଏ ଥରରେ ପୂରା ମାସର ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ। ଭପଭୋକ୍ତା ନିଜର ଆବଶ୍ୟକତା ଅନୁଯାୟୀ ମିଟର ଚାର୍ଜ କରିବେ ଏବଂ ବିଜୁଳି ଜାଳିବେ। ଏହାଦ୍ୱାରା ଫାଲ୍‌ତୁ ବିଜୁଳି ଖର୍ଚ୍ଚ କମିବ। ଫଳରେ ବିଜୁଳି ସଞ୍ଚୟ ହେବ। ଏହାଦ୍ୱାରା ୨୪ ଘଣ୍ଟା ବିଜୁଳି ଯୋଗାଣ ସମ୍ଭବ ହେବ। ଶକ୍ତି ମନ୍ତ୍ରଣାଳୟ ଅଧିକାରୀଙ୍କ ମତରେ ପ୍ରିପେଡ୍‌ ମିଟର ନିର୍ମାଣ ଯୋଗୁ ଅଧିକ ଯୁବତୀଯୁବକଙ୍କୁ କୌଶଳପୂର୍ଣ୍ଣ ରୋଜଗାର ମିଳିବ। ବିଜୁଳି ବିଲ୍‌ ପାଇଁ କାଗଜର ଆବଶ୍ୟକତା ହେବ ନାହିଁ। ମିଟର ରିଡିଂ ଦରକାର ହେବ ନାହିଁ। ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିବା ଫଳରେ ଖର୍ଚ୍ଚ ଆପେ ଆପେ କମିଯିବ।


All Right Reserved By Dharitri.Com

ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବେ ନାହିଁ ବୋଲି କହି ନିଜ...

ଜାନୁୟାରୀ ୮ରେ ଧର୍ମଘଟକୁ ଓହ୍ଲାଇବେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

ନୂଆଦିଲ୍ଲୀ,୧-୧୦: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡିକ ଆସନ୍ତା ବର୍ଷ ଜାନୁୟାରୀ ୮ରେ ଦେଶବ୍ୟାପୀ ଧର୍ମଘଟକୁ ଓହ୍ଲାଇବେ ବୋଲି ସୋମବାର ଜଣାପଡିଛି। ଶ୍ରମିକଙ୍କ ବିଭିନ୍ନ ଦାବୀ ପୂରଣ ଲାଗି...

ପିଏନ୍‌ବିର ନୂଆ ସିଏଲ୍‌ପିସି ଶୁଭାରମ୍ଭ

ଭୁବନେଶ୍ୱର,୧୭-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ସ୍ଥାନୀୟ ଜୟଦେବ ବିହାରଠାରେ ଏକ କେନ୍ଦ୍ରୀକୃତ ଋଣ ପ୍ରୋସେସିଂ ସେଣ୍ଟର(ସିଏଲ୍‌ପିସି) ଶୁଭାରମ୍ଭ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ...

ଗାନ୍ଧୀ ଜୟନ୍ତୀରୁ ଏୟାର ଇଣ୍ଡିଆରେ ପ୍ଳାଷ୍ଟିକ ବ୍ୟାନ୍‌

ନୂଆଦିଲ୍ଲୀ,୩୦-୮: ଦେଶକୁ ପ୍ଲାଷ୍ଟିକମୁକ୍ତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପ୍ଲାଷ୍ଟିକ ବ୍ୟବହାର କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଅକ୍ଟୋବର ୨...

ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ...

ଜିଏସ୍‌ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି

ନୂଆଦିଲ୍ଲୀ,୧୦-୯: ଜିଏସ୍‌ଟି ରିଟର୍ନ ଦାଖଲ ଅବଧି ବୃଦ୍ଧି ପାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିବିଆଇସି) ପକ୍ଷରୁ ଜାରି ସୂଚନା ମୁତାବକ ଜିଏସ୍‌ଟିଆର୍‌-୯,...

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ

ନୂଆଦିଲ୍ଲୀ,୪-୧୦: ଦିଲ୍ଲୀ-କତ୍ରା ମଧ୍ୟରେ ଗଡିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ହୋଇଛି। ସୌରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋଏଲ,କେନ୍ଦ୍ର ମନ୍ତ୍ରୀ...

ଏଟିଏମ୍‌ର ସୁରକ୍ଷା ପାଇଁ ଗାଇଡ୍‌ଲାଇନ ଜାରି

ନୂଆଦିଲ୍ଲୀ,୧୬-୬: ଏଟିଏମର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗାଇଡ୍‌ଲାଇନ ଜାରି କରିଛି। ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହାକୁ ଲାଗୁ କରିବା ଲାଗି ବ୍ୟାଙ୍କଗୁଡ଼ିକୁ...

Leave a comment

Your email address will not be published. Required fields are marked *