Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୨.୫୧ କୋଟି

ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ ରହିଛି ଗୁଜରାଟର ଗାନ୍ଧୀନଗରରେ ଏକ ବାସୋପଯୋଗୀ ଜମି, ୧.୨୭ କୋଟି ଟଙ୍କାର ସ୍ଥାୟୀ ଜମା ଏବଂ ନଗଦ ୩୮,୭୫୦ ଟଙ୍କା। ମୋଟ ସମ୍ପତ୍ତି ମଧ୍ୟରୁ ଅସ୍ଥାବର ସମ୍ପତ୍ତି ୧.୪୧ କୋଟି ଟଙ୍କା ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ପରିମାଣ ୧.୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି। ଟିକସ ସଞ୍ଚୟ ଇନ୍‌ଫ୍ରା ବଣ୍ଡ୍‌ରେ ସେ ୨୦ ହଜାର ଟଙ୍କା ରଖିଥିବାବେଳେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌(ଏନଏସସି)ରେ ୭.୬୧ ଲକ୍ଷ ଏବଂ ଏଲ୍‌ଆଇସିରେ ୧.୯ ଲକ୍ଷ ଟଙ୍କା ଜମା କରିଛନ୍ତି। ସଞ୍ଚୟ ବ୍ୟାଙ୍କ ଖାତାରେ ମୋଦିଙ୍କର ୪୧୪୩ ଟଙ୍କା ରହିଛି। ଏହାବ୍ୟତୀତ ତାଙ୍କର ୪୫ ଗ୍ରାମ ଓଜନର ୪ଟି ସୁନା ମୁଦି ରହିଛି, ଯାହାର ମୂଲ୍ୟ ୧.୧୩ ଲକ୍ଷ ଟଙ୍କା। ଗାନ୍ଧୀନଗର ସେକ୍ଟର-୧ରେ ପ୍ରଧାନମନ୍ତ୍ରୀଙ୍କର ୩୫୩୧ବର୍ଗଫୁଟ୍‌ର ଏକ ପ୍ଲଟ ରହିଛି, ଯାହାର ଦାମ୍‌ ୧.୧ କୋଟି ଟଙ୍କା ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ ସରକାରୀ ବେତନ ଏବଂ ବ୍ୟାଙ୍କ ସୁଧକୁ ଆୟ ଉତ୍ସରେ ସାମିଲ କରିଥିଲାବେଳେ ସ୍ତ୍ରୀଙ୍କ ଆୟ ଉତ୍ସ ଏବଂ ବୃତ୍ତି କିମ୍ବା ପେସା ସମ୍ପର୍କରେ ଜାଣି ନ ଥିବା ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ୧୯୮୩ରେ ଏମ୍‌.ଏ. ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୧୯୭୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଏବଂ ୧୯୬୭ରେ ଗୁଜରାଟ ବୋର୍ଡରୁ ଏସଏସସି ପରୀକ୍ଷାରେ ପାଶ୍‌ କରିଥିଲେ। ଯଶୋଦାବେନ୍‌ ତାଙ୍କ ସ୍ତ୍ରୀ ବୋଲି ମୋଦି ସତ୍ୟପାଠରେ ଦର୍ଶାଇଛନ୍ତି। ମୋଦିଙ୍କ ନାମରେ କୌଣସି ଅପରାଧ ମାମଲା ନାହିଁ ଏବଂ ସରକାରଙ୍କର ତାଙ୍କର ଉପରେ କୌଣସି ବକେୟା ନ ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୦୧୪ରେ ନାମାଙ୍କନପତ୍ର ଦାଖଲ ବେଳେ ମୋଦି ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୬୫ କୋଟି ଟଙ୍କା ଦର୍ଶାଇଥିଲେ।


All Right Reserved By

ଜିଲାପାଳଙ୍କୁ ପାଲିଙ୍କିରେ ପାଛୋଟି ନେଲେ ଗ୍ରାମବାସୀ

ସିଆହା,୩୦।୮: ମିଜୋରାମର ତିପୋଶିରେ ଥିବା ଏକ ଅପହଞ୍ଚ ଅଞ୍ଚଳକୁ ଯେତେବେଳେ ଜିଲାପାଳ ପହଞ୍ଚିଥିଲେ ସେତେବେଳେ ସେଠାକାର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ଜିଲାପାଳଙ୍କୁ...

ଶପଥ ନେଲେ କେରଳ ରାଜ୍ୟପାଳ

ଥିରୁଭାନନ୍ଥପୁରମ୍‌, ୭ା୯(ପି.ଟି.) : କେରଳର ରାଜ୍ୟପାଳ ଭାବେ ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରିଫ୍‌ ମହମ୍ମଦ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ରାଜଭବନଠାରେ ନୂତନ ରାଜ୍ୟପାଳଙ୍କୁ କେରଳ...

ଆସାମ ବନ୍ୟା ପୀଡ଼ିତଙ୍କୁ ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଗୋଳାଘାଟ,୧୬।୭: ଆସାମରେ ବନ୍ୟା ଯୋଗୁ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଜାରି ରହିଛି। ତେବେ ଗୋଳାଘାଟ...

ଶିବ ମନ୍ଦିର ଖନନ ବେଳେ ମାଟିତଳୁ ମିଳିଲା ଜୀବନ୍ତ ନାଗସାପ ଯୋଡ଼ା

ଚଣ୍ଡିଗଡ଼,୨୬।୬: ପଞ୍ଜାବର ଲୁଧିୟାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ଏକ ପୁରାତନ ଶିବ ମନ୍ଦିରର ଖନନ ବେଳେ ମାଟି ତଳୁ ଜୀବନ୍ତ ନାଗସାପ...

ଅଗୁସ୍ତା ଓ୍ବେଷ୍ଟ୍‌ଲାଣ୍ଡ ମାମଲାରେ ମୃତ ଘୋଷଣାର ୨୪ ଘଣ୍ଟା ପରେ ସାକ୍ଷୀ ଜୀବିତ

ନୂଆଦିଲ୍ଲୀ,୩୧।୭: ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୪ ଘଣ୍ଟାରେ ଦୁଇଥର ବୟାନ ବଦଳାଇଛି। ଏହି ଦୁର୍ନୀତି ଘଟଣାର ମୁଖ୍ୟ ସାକ୍ଷୀ...

ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁଗ୍ରାମ୍‌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ରବିବାର...

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ...

‘ଦୋସା କିଙ୍ଗ’ରାଜଗୋପାଳଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୭: ସରଓ୍ବାନା ଭବନର ସଂସ୍ଥାପକ ପି. ରାଜଗୋପାଳଙ୍କର ଚେନ୍ନାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବେଲ୍‌ରେ ଯାଇ ଫେରାର ଥିବା ରାଜଗୋପାଳ କିଛି ସପ୍ତାହ ପୂର୍ବରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *