Posted inଖେଳ

ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ନେଇ ଦୁଇ ଦଳ ଚିନ୍ତିତ

ଜୟପୁର,୨୭।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନାରଇଜର୍ସ ହାଇଦ୍ରାବାଦ ଶନିବାର ମୁହଁମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କେତେକ ତାରାକା ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତିରେ ଦୁଇ ଦଳ ପଡିଆକୁ ଓହ୍ଲାଇବେ। ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୫ଟି ଲେଖାଏ ବିଜୟ ଓ ପରାଜୟ ସହ ୧୦ ପଏଣ୍ଟ ପାଇଁ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ ରାଜସ୍ଥାନ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ତେଣୁ ରାଜସ୍ଥାନ ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଛି। ବେନ୍‌ ଷ୍ଟୋକ୍ସ, ଜୋସ ବଟଲର ଓ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ରାଜସ୍ଥାନ ପାଇଁ ମହଙ୍ଗା ପଡିବ। କାରଣ ଏହି କ୍ରିକେଟରମାନେ ଇଂଲଣ୍ଡ ବିଶ୍ୱକପ୍‌ ପ୍ରସ୍ତୁତି ଶିବିରରେ ଯୋଗଦେବେ। ସେହିପରି ବିସ୍ଫୋରକ ଓପନର ଜନି ବେୟାରଷ୍ଟୋ ମଧ୍ୟ ସମକାରଣ ଯୋଗୁ ହାଇଦ୍ରାବାଦ ପାଇଁ ପଡିଆକୁ ଓହ୍ଲାଇବେ ନାହିଁ। ପୁଣି ଆସନ୍ତା ସପ୍ତାହରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ସ୍ବଦେଶ ଫେରିବେ। ଫଳରେ ରାଜସ୍ଥାନ ଓ ହାଇଦ୍ରାବାଦ ପାଇଁ ସମସ୍ୟା ବଢିବ। ୧୭ ବର୍ଷୀୟ ଆସାମ ଖେଳାଳି ରିୟାନ ପରାଗ ରାଜସ୍ଥାନ ପାଇଁ ଏବେ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଆଷ୍ଟନ ଟର୍ନର ଓ ଲିଆମ ଲିଭିଂଷ୍ଟୋଙ୍କ ଉପରେ ରାଜସ୍ଥାନର ପ୍ରଦର୍ଶନ ନିର୍ଭର କରିବ। ଆର୍ଚର ଓହରିଯାଇଥିବାରୁ ରାଜସ୍ଥାନ ଡେଥ୍‌ ଓଭରରେ ସମସ୍ୟାରେ ପଡିବ। ତେବେ ବରୁଣ ଆରୋନ ଭଲ ପ୍ରଦର୍ଶନ କରି ଦଳ ପାଇଁ ଆଶା ସଞ୍ଚାର କରିଛନ୍ତି। ସେହିପରି ଓଶେନ ଥୋମାସ, ଧାଓ୍ବଲ କୁଲକର୍ଣ୍ଣୀ ଓ ଜୟଦେବ ଉନାଡକଟଙ୍କ ଭଳି ବୋଲର ରାଜସ୍ଥାନର ପାଇଁ ସୁଯୋଗ ସୃଷ୍ଟି କରିବେ। ଅନ୍ୟପଟେ ହାଇଦ୍ରାବାଦ ବିଦେଶୀ ଖେଳାଳିମାନଙ୍କ ଅନୁପସ୍ଥିତି କାରଣରୁ ବ୍ୟାକ୍‌ଫୁଟକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ୨୯ ତାରିଖରେ ଓ୍ବାର୍ନର ହାଇଦ୍ରାବାଦ ପାଇଁ ଶେଷ ମ୍ୟାଚ୍‌ ଖେଳିବେ। ତାଙ୍କ ବଦଳରେ ମାର୍ଟିନ ଗୁପ୍ଟିଲ ଦଳରେ ସ୍ଥାନ ପାଇବା ସମ୍ଭାବନା ସୃଷ୍ଟି ହୋଇଛି।


All Right Reserved By Dharitri.Com

Posted inଖେଳ View All

ବିସିସିଆଇ ଘରୋଇ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ, ୪।୭(ପି.ଟି.)- ଆଗାମୀ ଘରୋଇ ସେସନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ଘରୋଇ କାର୍ଯସୂଚୀ ଘୋଷଣା କରିଛି। ଏହି କାର୍ଯ୍ୟସୂଚୀରେ...

ଗୋଆ ଠାରୁ ହାରି ଓଡ଼ିଶା ବିଦା

କଟକ ଅଫିସ,୧୩ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରୁ ଘରୋଇ ଓଡ଼ିଶା ଦଳ ବିଦାୟ ନେଇଛି।...

ହାତ ଛାଡ଼ି କାର ଚଳାଇଲେ ମାଷ୍ଟର ବ୍ଲାଷ୍ଟର

ନୂଆଦିଲ୍ଲୀ,୨।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସୌଖୀନ ଗାଡ଼ିର ମଧ୍ୟ ସଉକ ରହିଛି ବୋଲି କିଏ ବା ନ ଜାଣିଛି। ଶୁକ୍ରବାର ସଚିନ ସୋସିଆଲ ମିଡିଆରେ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ମାଞ୍ଚେଷ୍ଟର, ୨୭।୬:ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ...

ଟେଷ୍ଟରେ ଓପନିଂ ସ୍ଲଟ ଚିନ୍ତାର କାରଣ: ରାଠୋର

ନୂଆଦିଲ୍ଲୀ,୬।୯(ପିଟି): ନୂଆକରି ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଥିବା ବିକ୍ରମ ରାଠୋର ଶୁକ୍ରବାର କହିଛନ୍ତି, ଦଳର ଟେଷ୍ଟ ଓପନିଂ ସ୍ଲଟ ଓ ଦିନିକିଆରେ ମଧ୍ୟକ୍ରମର...

ଟି୨୦: ଭାରତ ପାକିସ୍ତାନ ବିଶ୍ୱ ରେକର୍ଡର ସମକକ୍ଷ

ନୂଆଦିଲ୍ଲୀ, ୪।୮(ପି.ଟି.): ଶନିବାର ଫ୍ଲୋରିଡାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିବା ପରେ ଭାରତ ପାକିସ୍ତାନ ହାସଲ କରିଥିବା ଏକ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଦକ୍ଷିଣ ଆଫ୍ରିକା ଉଦ୍‌ଘାଟନୀ ମୁକାବିଲା

ଲଣ୍ଡନ,୩୦।୫(ଏଏଫ୍‌ପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଲଣ୍ଡନର କେନିଂଟନ ଓଭାଲ ଗ୍ରାଉଣ୍ଡରେ ଆୟୋଜକ ତଥା ଫେଭରାଇଟ...

Leave a comment

Your email address will not be published. Required fields are marked *