Posted inଖେଳ

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ତୋ ଆଲେଗ୍ରେ,୨୯।୬-
ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ପ୍ରଥମ ଦଳଭାବେ ବ୍ରାଜିଲ ସେମିଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଏହି ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ପରାସ୍ତ କରିଛି। ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ସମାନ ପରିସ୍ଥିତିରେ ଶୁଟ୍‌ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା। ଏଥର ବ୍ରାଜିଲ ତାହାର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହୋଇଥିଲେହେଁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା। ଓ୍ବିଲିଆନ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେହେଁ ତାଙ୍କ ଶଟ୍‌ ଗୋଲ୍‌ପୋଷ୍ଟରେ ବାଜି ଆଉଟ୍‌ ହୋଇଯାଇଥିଲା। ଗୁରୁବାର ଖେଳାଯାଇଥିବା ଏହି ମ୍ୟାଚରେ ରବର୍ଟୋ ଫାରମିନୋଙ୍କୁ ଏକ ପ୍ରଫେଶନାଲ ଫାଉଲ ଯୋଗୁ ପାରାଗୁଏର ଫାବିଆନୋ ବାଲ୍‌ବୁଏନାଙ୍କୁ ରେଡ୍‌କାର୍ଡ ହେଇଥିଲା। ଫଳରେ ତାଙ୍କୁ ପଡ଼ିଆ ଛାଡ଼ିବାକୁ ହୋଇଥିଲା। ଏହାପରେ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ବ୍ରାଜିଲ ୪-୩ ବ୍ୟବଧାନରେ ମ୍ୟାଚ୍‌ ଜିତିଥିଲା।
ଏହି ପର୍ଯ୍ୟାୟରେ ବ୍ରଜିଲ ପକ୍ଷରୁ ଓ୍ବିଲିଆନ ଡିସିଲ୍‌ଭା, ମର୍କ୍ୱିନହୋସ, ଫିଲିପେ କୌଟିନ୍‌ହୋ, ଗାବ୍ରିଏଲ ଜିସସ ଗୋଲ ଦେଇଥିବାବେଳେ ପିର୍ମିନୋ ମିସ୍‌ କରିଥିଲେ। ପାରାଗୁଏ ପକ୍ଷରୁ ଆଲମିରନ, ଭାଲଡେଜ, ଓ ଆର. ରୋଜାସ ଗୋଲ ଦେଇଥିବାବେଳେ ଦୁଇ ତାରକା ଖେଳାଳି ଗୁସ୍ତାଭୋ ଗୋମେଜ ଓ ଆଲବର୍ଟୋ ଗୋଞ୍ଜାଲେଜ ମିସ୍‌ କରିଥିଲେ। ପାରାଗୁଏର ଗୋମେଜଙ୍କ ଉଦ୍ୟମକୁ ବ୍ରାଜିଲ ଗୋଲକିପର ଆଲିସନ ବେକାର କରି ଦେଇଥିଲେ। ତାଙ୍କ ପରେ ଗତ ମ୍ୟାଚ୍‌ରେ ପେନାଲ୍ଟି ହାତଛଡ଼ା କରିଥିବା ଗାବ୍ରିଏଲ ଜିସସ ବ୍ରାଜିଲ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ବ୍ରାଜିଲ ଗଣମାଧ୍ୟମ ଏହି ମ୍ୟାଚ ଖବର ଛାପିଲା ବେଳେ ୨୦୧୧ରେ ଆର୍ଜେଣ୍ଟିନା ଏବଂ ଏହାର ୪ ବର୍ଷ ପରେ ଚିଲିରେ ଯନ୍ତ୍ରଣାଦାୟକ ସ୍ମୃତିକୁ ମନେ ପକାଇଛନ୍ତି। ପାରଗୁଏ କିପରି ରକ୍ଷଣାତ୍ମକ ଖେଳି ସ୍ପଟ୍‌ କିକ୍‌ ଲଟୋରୀରେ ଜିତାପଟ ହାସଲ କରିଥିଲା ତାହାକୁ ସେମାନେ ଉଲ୍ଲେଖ କରିବାକୁ ଭୁଲି ନାହାନ୍ତି। ଏଥର କିନ୍ତୁ ଗୋଲକିପର ଆଲିସନଙ୍କ ଚମତ୍କାର ଗୋଲ ରକ୍ଷଣ ଯୋଗୁ ବ୍ରାଜିଲ ଜିତାପଟ ହାସଲ କରିଛି। ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ବ୍ରାଜିଲ ସେମିଫାଇନାଲରେ ଭେଟିବ।
ଲିଗ୍‌ ପର୍ଯ୍ୟାୟରେ ବ୍ରଜିଲ ଗ୍ରୁପ ‘ଏ’ରେ ବଲିଭିଆକୁ ୩-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଭେନେଜୁଏଲା ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ତୃତୀୟ ମ୍ୟାଚରେ ପେରୁକୁ ୫-୦ ଗୋଲରେ ହରାଇ ଗ୍ରୁପ୍‌ରେ ୭ ପଏଣ୍ଟ ସହ ଶୀର୍ଷସ୍ଥାନ ହାସଲ କରିଥିଲା। ଦୁଇ ସେମିଫାଇନାଲ ଯଥାକ୍ରମେ ଜୁଲାଇ ୨ ଓ ୩ରେ ଅନୁଷ୍ଠିତ ହେବ। ଫାଇନାଲ ଜୁଲାଇ ୭ରେ ଖେଳାଯିବ।


All Right Reserved By Dharitri.Com

Posted inଖେଳ View All

ବେଙ୍ଗାଲୁରୁ ବୁଲ୍ସ ବିଜୟୀ

ଚେନ୍ନାଇ, ୧୮ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶନିବାର ବେଙ୍ଗାଲୁରୁ ବୁଲ୍ସ ୩୨-୨୧ରେ ତାମିଲ ଥଲାଇଭାସକୁ ହରାଇ ଦେଇଛି। ଏହି ବିଜୟ ଦ୍ୱାରା ଦଳ ୮ଟି...

ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି

କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲ୍‌ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍‌ଏଲ ରବିବାରଠାରୁ...

ବିଶ୍ୱକପ୍‌ରେ ପାକିସ୍ତାନକୁ ସବୁଥର ହରାଇଛି ଭାରତ

ମାଞ୍ଚେଷ୍ଟର,୧୬।୬(ପି.ଟି.)-ଆଇସିସି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ସବୁ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ହାତ ଖାଲି ରହିଛି। ତେବେ...

ପ୍ରିମିୟର ଲିଗ୍‌: ମାଞ୍ଚେଷ୍ଟର ସିଟିର ପ୍ରଥମ ପରାଜୟ

ଲଣ୍ଡନ,୧୫।୯(ଏଏଫ୍‌ପି)- ଜାନୁୟାରୀ ପରେ ପ୍ରିମିୟର ଲିଗ୍‌ରେ ମାଞ୍ଚେଷ୍ଟର ସିଟ୍‌ ତା’ର ପ୍ରଥମ ପରାଜୟ ବରଣ କରିଛି। ଶନିବାର ଅନୁଷ୍ଠିତ ମୁକାବିଲାରେ ନରଓ୍ବିଚ୍‌ ସିଟି ୩-୨ ଗୋଲରେ...

ଜାତୀୟ କରାଟେ: ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍‌ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ...

ସ୍ବସ୍ତିକ, ସତ୍ୟେନ୍ଦ୍ର, ଅନନ୍ତଙ୍କୁ ସରୋଜ ମହାସୁଆର ପୁରସ୍କାର

ଭୁବନେଶ୍ୱର, ୧୧।୯(କ୍ରୀଡ଼ା ପ୍ରତିନିଧି)-ଯୁବ କ୍ରିକେଟର ସ୍ବସ୍ତିକ ସାମଲ ଏବଂ ରାଜ୍ୟର ଦୁଇ ଜଣାଶୁଣା ଅମ୍ପାୟର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ଚଳିତ...

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ...

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ...

Leave a comment

Your email address will not be published. Required fields are marked *