ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧ ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାର ଶୀର୍ଷରେ ଚାଇନା ରହିଛି। ଆମେରିକା ଟ୍ରେଡ୍‌ ରିପ୍ରେଜେଣ୍ଟେଟିଭ୍‌ ଅଫିସ୍‌ (ୟୁଏସ୍‌ଟିଆର୍‌) ପକ୍ଷରୁ ୨୦୧୮ ପାଇଁ ‘ସ୍ପେଶାଲ ୩୦୧’ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯେଉଁ ବାଣିଜି୍ୟକ ସହଯୋଗୀ ପର୍ଯ୍ୟାପ୍ତ ଭାବେ ଅଥବା ପ୍ରଭାବଶାଳୀ ରୂପେ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦିଏନାହିଁ ଏବଂ କାର୍ଯ୍ୟକାରୀ କରେ ତାକୁ ଚିହ୍ନଟ କରାଯାଇଛି। ସେହିପରି ନିଜ ଆଇପି ଅଧିକାରଗୁଡ଼ିକର ସୁରକ୍ଷା ଉପରେ ନିର୍ଭରଶୀଳ ଆମେରିକାର ନବ ପ୍ରବର୍ତ୍ତନକାରୀ ଓ ନିର୍ମାତାଙ୍କୁ ଯେଉଁ ରାଷ୍ଟ୍ର ନିଜ ବଜାରରେ ପ୍ରବେଶ କରିବାକୁ ଦିଏନାହିଁ ସେଗୁଡ଼ିକୁ ମଧ୍ୟ ଏଥିରେ ସ୍ଥାନିତ କରାଯାଇଛି। ଆମେରିକାର ଏହି କଳାତାଲିକାରେ ଅଲ୍‌ଜେରିଆ, ଆର୍ଜେଣ୍ଟିନା, ଚିଲି, ଚାଇନା, ଭାରତ, ଇଣ୍ଡୋନେସିଆ, କୁଏଟ୍‌, ରୁଷିଆ, ସୌଦି ଆରବ, ୟୁକ୍ରେନ୍‌ ଏବଂ ଭେନିଜୁଏଲା ରହିଛି। ଯେଉଁ ବିଦେଶୀ ବାଣିଜି୍ୟକ ସହଯୋଗୀ ରାଷ୍ଟ୍ରଗୁଡ଼ିକରେ ଆଇପି ସୁରକ୍ଷା ଓ ପ୍ରବର୍ତ୍ତନର ସ୍ଥିତି ଖରାପ ହୋଇଛି ବା ଅପର୍ଯ୍ୟାପ୍ତ ସ୍ତରରେ ରହିଛି ଏବଂ ଆଇପି ସୁରକ୍ଷା ଉପରେ ନିର୍ଭର କରୁଥିବା ଆମେରିକୀୟମାନେ ଯେଉଁ ବଜାରରେ ବ୍ୟବସାୟ ପାଇଁ ସହଜ ମଣୁନାହାନ୍ତି ଏହି ରିପୋର୍ଟରେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି। ୟୁଏସ୍‌ଟିଆର୍‌ ଦସ୍ତାବିଜ ଅନୁସାରେ ଯଦିଓ ବିଗତ କିଛିବର୍ଷ ମଧ୍ୟରେ ବେଜିଂ ନିଜ ନ୍ୟାୟିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆଣିଛି, ତଥାପି ଏହା ଚାଇନାର କମ୍ପାନୀଗୁଡ଼ିକୁ ବିଦେଶୀ କମ୍ପାନୀଗୁଡ଼ିକର ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ରାଇଟ୍‌ ଉଲ୍ଲଂଘନ ଉପରେ କଟକଣା ଜାରି କରିବା ନେଇ କେତେକ ନିର୍ଦ୍ଦିଷ୍ଟ ଆଇନରେ ସଂଶୋଧନ ଆଣିନାହିଁ। ଅନ୍‌ଲାଇନ୍‌ ପାଇରେସି, ଜାଲିଆତି ଏବଂ ପ୍ରତାରଣା କରି ଟ୍ରେଡ୍‌ମାର୍କ ପଞ୍ଜୀକରଣ କରିବା ହେଉଛି ଏହି ଅପରାଧର ପର୍ଯ୍ୟାୟଭୁକ୍ତ।
ଚାଇନା ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧକୁ ଶେଷକରିବା ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ବୌଦ୍ଧିକ ସମ୍ପତ୍ତିକୁ ନେଇ ଉଠିଥିବା ପ୍ରଶ୍ନ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର କଳାତାଲିକାର ଦ୍ୱିତୀୟ ସ୍ଥାନରେ ଭାରତ ରହଛିି। କାରଣ ୟୁଏସ୍‌ଟିଆର୍‌ ନିଜ ଆଇପି ଢାଞ୍ଚାରେ ‘ଦୀର୍ଘଦିନ ଧରି ରହିଥିବା ଅଭାବ’ ସହ ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ସିକ୍ରେଟ୍‌ ତଥା ପ୍ରବର୍ତ୍ତନ ଆଦି ଉପରେ ଗୁରୁତ୍ୱ ଦେଇଛି। ଗତବର୍ଷରୁ ଏହି ତାଲିକାରେ ଚିଲି ଓ ଭେନିଜୁଏଲା ରହିଥିବାବେଳେ ଏବର୍ଷ ଆର୍ଜେଣ୍ଟିନା ସାମିଲ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


All Right Reserved By Dharitri.Com

ୟେମେନ୍‌ ଗୃହଯୁଦ୍ଧ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ଜୀବନ ନେଇଛି: ଜାତିସଂଘ ମହାସଚିବ

ଜେନେଭା,୨୯।୬: ୟେମେନ୍‌ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ...

ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌...

ଇମ୍ରାନ ଖାନ୍‌ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ

ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ...

ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।...

କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ: ବିଫଳତା ସ୍ବୀକାର କଲେ ଇମ୍ରାନ୍‌

ନ୍ୟୁୟର୍କ,୨୬ା୯: କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରାଇବାରେ ପାକିସ୍ତାନ ବିଫଳ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ପାଖରେ ସେ...

ଇରାନ ତେଲ ଟ୍ୟାଙ୍କରକୁ ବିସ୍ଫୋରଣରେ ଉଡାଇଲେ ଆତଙ୍କବାଦୀ: ବହୁ ପରିମାଣର କ୍ଷତି ଆଶଙ୍କା

ତେହେରାନ,୧୧।୧୦: ସୌଦି ଆରବ ଉପକୂଳରେ ଇରାନ ତେଲ ଟ୍ୟାଙ୍କର ଉପରେ ୨ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ଇରାନ...

ୟୁନେସ୍କୋ ସମ୍ମିଳନୀରେ ଭାରତର ସମାଲୋଚନା: ଆତଙ୍କବାଦ ସହ ସମ୍ପର୍କ ପାକ୍‌କୁ ବିଫଳ ରାଷ୍ଟ୍ରରେ ପରିଣତ କରିଛି

ପ୍ୟାରିସ୍‌ ,୧୬ା୧୧(ପି.ଟି.): ଅନ୍ତର୍ଜାତୀୟ ବ୍ୟାପାରକୁ ନେଇ ପାକିସ୍ତାନର ଅପରିପକ୍ୱ ପ୍ରଚାରକୁ ୟୁନେସ୍କୋ ସମ୍ମିଳନୀରେ ଭାରତ କଡ଼ା ସମାଲୋଚନା କରିଛି। ଏହାର ବିକ୍ଷିପ୍ତ ବ୍ୟବହାର ଏବଂ ଆତଙ୍କବାଦ...

ଅଜଣା ଲୋକଙ୍କ ସହିତ ପ୍ରତିଦିନ କରନ୍ତି ବନ୍ଧୁତା: ୪ ବର୍ଷରେ ୨୮ଶହ ବନ୍ଧୁ

ଫିଲାଡ଼େଲଫିଆ,୨୪।୯: ଆମେରିକା ଫିଲାଡ଼େଲଫିଆରେ ଜଣେ ଯୁବକ ପ୍ରତିଦିନ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ ବନ୍ଧୁତା କରିଥାନ୍ତି। ସେ ହେଉଛନ୍ତି ୨୮ ବର୍ଷ ବୟସ୍କ ରୋବ୍‌...

Leave a comment

Your email address will not be published. Required fields are marked *