ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ ଜାରି

ଭଦ୍ରକ ଅଫିସ, ୨୮।୬ – ଭଦ୍ରକ ଜିଲା ଓ ପୌର ପ୍ରଶାସନ ପକ୍ଷରୁ ସହରରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିିଛି। ସହରକୁ ସରସ ସୁନ୍ଦର କରିବା ପାଇଁ ଜବରଦଖଲମୁକ୍ତ ଅଭିଯାନ ଗୁରୁବାରଠାରୁ ଆରମ୍ଭ କରାଯାଇଛି। ସହରକୁ ସ୍ମାର୍ଟସିଟି କରାଯିବା ସକାଶେ ଏହି ପ୍ରକ୍ରିୟା ଜାରି ରହିଥିବା କୁହାଯାଇଛି। ଶୁକ୍ରବାର ଦ୍ୱିତୀୟ ଦିନରେ ମହତାବ ଛକଠାରୁ ଡାହାଣପଟ ରାସ୍ତା ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ଓ ଷ୍ଟେଟବ୍ୟାଙ୍କ ଛକଠାରୁ ବନ୍ତ ଛକ ବାମପାଖ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି। ୨ ପ୍ଲାଟୁନ ପୋଲିସ ମୁତୟନ ହୋଇ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ନଜର ରଖିଛନ୍ତି। ମାଜିଷ୍ଟ୍ରେଟ୍‌ ଭାବେ ସୌମ୍ୟଶ୍ରୀ ପାଣିଗ୍ରାହୀ, ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ଓ ସଦର ଆର୍‌ଆଇ ନରେଶ ମହାନ୍ତି ତଦାରଖ କରୁଛନ୍ତି। କଁା ଭଁା ଉତ୍ତେଜନା ଦେଖାଯାଉଥିଲେ ହେଁ ଶାନ୍ତିପୂର୍ଣ୍ଣ ଭାବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି। ସହର ସାରା ଏଭଳି ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ...

ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୨ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଭଦ୍ରକ ଅଫିସ,୬ା୬- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୨ ଦିବ୍ୟାଙ୍ଗ ଯୁବକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଜ୍ଞାନରଞ୍ଜନ...

ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ...

ମନ୍ତ୍ରୀ ପଦ ପାଇଁ ପୂଜାପାଠ

ଭୋଗରାଇ, ୨୫।୫(ଡି.ଏନ.ଏ.)-ନିର୍ବାଚନ ଫଳାଫଳ ଘୋଷଣା ପରେ ଉଭୟ ଭାଜପା ଓ ବିଜେଡିର ବିଜେତା ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଦଳୀୟ କର୍ମୀଙ୍କୁ ଚିନ୍ତା ଘାରିଛି। ଭାଜପା...

ଭତ୍ତା ନେବାକୁ ଆସି ବୃଦ୍ଧଙ୍କ ପ୍ରାଣ ଗଲା

ବାଲିଆପାଳ, ୧୫।୧୨(ସ୍ବ.ପ୍ର.)-ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ନେବାକୁ ଆସିଥିବା ବାଲିଆପାଳ ଅଞ୍ଚଳର ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ରବିବାର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ...

ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ...

ବିଦ୍ୟାଳୟ ପରିସରରେ ପାଣି: ଗେଟରେ ତାଲା ପକାଇଲେ ଅଭିଭାବକ

ସୋର, ୨୮ା୯(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କମରପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବର୍ଷା ଜଳରେ ଉବୁଟୁବୁ ହେଉଛି। ନର୍ଦ୍ଦମା ପାଣି ଶ୍ରେଣୀଗୃହକୁ ପଶିବା ସହ...

Leave a comment

Your email address will not be published. Required fields are marked *