Posted inଜାତୀୟ

ପ୍ରିୟଙ୍କାଙ୍କ ପଛଘୁଞ୍ଚା ରଣନୀତି

ନୂଆଦିଲ୍ଲୀ,୨୭ା୪: ପ୍ରଥମେ କଳ୍ପନାଜଳ୍ପନା, ପରେ ନିଜେ ସଙ୍କେତ ଦେଇଥିଲେ ‘ରାହୁଲ କହିଲେ ଲଢ଼ିବି’ ଆଉ ଶେଷରେ ପଛଘୁଞ୍ଚା। ଦେଶର ସବୁଠୁ ହଟ୍‌ ସିଟ୍‌ କୁହାଯାଉଥିବା ଉତ୍ତରପ୍ରଦେଶ (ୟୁପି)ର ବାରାଣସୀ ଲୋକ ସଭା ଆସନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଏଭଳି ଯବନିକା ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା ନ କରିବାର କାରଣକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହା ପଛରେ ଏଆଇସିସିର ଭିନ୍ନ ରଣନୀତି ଥିବା କୁହାଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୟୁପିର ଅମେଠି ଓ କେରଳର ଓ୍ବାୟନାଡ୍‌ ଆସନରେ ବିଜୟୀ ହେଲେ ଦୁଇଟିରୁ ଗୋଟିଏ ଆସନ ଭଉଣୀ ପ୍ରିୟଙ୍କାଙ୍କୁ ଛାଡ଼ିଦେବେ। ସେଠାରେ ଉପନିର୍ବାଚନ ହେଲେ ପ୍ରିୟଙ୍କା ସହଜରେ ବିଜୟୀ ହୋଇ ଆନୁଷ୍ଠାନିକ ଭାବେ ନିଜ ରାଜନୈତିକ କ୍ୟାରିୟରର ମୂଳଦୁଆ ପକାଇବାରେ ସକ୍ଷମ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ବିଚାର କରୁଛନ୍ତି। କାରଣ ବାରାଣସୀରେ ମୋଦି ଏକପ୍ରକାର ଅପରାଜେୟ ହୋଇଥିବାରୁ ସେଠାରେ ପ୍ରିୟଙ୍କା ବିଫଳତାର ସ୍ବାଦ ଚାଖି ରାଜନୈତିକ ଜୀବନ ଆରମ୍ଭ କରନ୍ତୁ ବୋଲି ଉଭୟ ଭାଇ ରାହୁଲ ଓ ମା’ ସୋନିଆ ଗାନ୍ଧୀ ଚାହୁଁ ନ ଥିବା ବିଶ୍ଳେଷକମାନେ ମତ ଦେଇଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ନେତା ଅଜୟ ରାୟ। ଏପରି କି ତାଙ୍କ ଅମାନତ ମଧ୍ୟ ରହି ନ ଥିଲା। ମୋଦି ୫,୮୧,୦୨୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଅଜୟ ମାତ୍ର ୭୫,୬୧୪ ଭୋଟ ହାସଲ କରି ଶୋଚନୀୟ ପରାଜୟବରଣ କରିଥିଲେ। ୨,୦୯,୨୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବା ତାଙ୍କର ଭୁଲ ଥିଲା ବୋଲି ସ୍ବୀକାର କରିଥିଲେ। ଏପରି ସ୍ଥଳେ ପୂର୍ବରୁ କେବଳ ରାହୁଲଙ୍କ ଅମେଠି ଓ ସୋନିଆଙ୍କ ରାଏବରେଲି ଲୋକ ସଭା ଆସନରେ ପ୍ରଚାରରେ ସୀମିତ ରହୁଥିବା ପ୍ରିୟଙ୍କା ଗତ ଫେବୃୟାରୀ ୪ରେ ପୂର୍ବ ୟୁପି ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତାଙ୍କର ଆକ୍ରମଣାମତ୍କ ମନ୍ତବ୍ୟ ଓ ପ୍ରଚାର ଶୈଳୀକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା ଯେ, ପ୍ରିୟଙ୍କା ଏଥର ମୋଦିଙ୍କ ବିପକ୍ଷରେ ବାରାଣସୀରୁ ଲଢ଼ିବେ। ଏହାକୁ ନେଇ ରାହୁଲ ଗାନ୍ଧୀ ‘ସସ୍‌ପେନ୍ସ ଇଜ୍‌ ଗୁଡ୍‌’ ବୋଲି କହିବା ପରେ ସମସ୍ତେ ଭାବିଥିଲେ ପ୍ରିୟଙ୍କା ସେଠାରୁ ହିଁ ପ୍ରାର୍ଥୀ ହେବେ। କେହି କେହି ପ୍ରିୟଙ୍କାଙ୍କୁ କଂଗ୍ରେସର ତ୍ରାଣକର୍ତ୍ତା ମନେକରୁଥିଲେ ତ ପୁଣି କେତେକେ ତାଙ୍କୁ ଭାବୀ ପ୍ରଧାନମନ୍ତ୍ରୀ ଭାବେ ଅଭିହିତ କରିବାରେ ଲାଗିଥିଲେ। ହେଲେ ଶେଷରେ ମୋଦି ନାମାଙ୍କନପତ୍ର ଦାଖଲ ଲାଗି ବାରାଣସୀରେ ମେଗା ରୋଡ୍‌ ଶୋ କରିବାର କିଛି ସମୟ ପୂର୍ବରୁ ପୂର୍ବତନ ବିଧାୟକ ତଥା ବାହୁବଳୀ ନେତା ଅଜୟ ରାୟଙ୍କୁ କଂଗ୍ରେସ ସେଠାରେ ପୁଣିଥରେ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ସୁନିଶ୍ଚିତ କରିଛି ବୋଲି ଆଲୋଚନା ହେଉଛି। ସମ୍ଭବତଃ ଏଇଥିପାଇଁ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟ୍‌ଲୀ ନିଜ ବ୍ଲଗ୍‌ରେ ଲେଖିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭୟଭୀତ ହୋଇ ପ୍ରତିଦ୍ୱନ୍ଦ୍ୱିତାରୁ ବାହାରି ଯାଇଛନ୍ତି। ଏବେ ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟଗୁଡ଼ିକରେ କଂଗ୍ରେସର ନିଜ ଗୋଲ୍‌ରୁ ଭାଜପାକୁ ଫାଇଦା ମିଳିବାକୁ ଯାଉଛି। ବିଶେଷକରି ୟୁପିର ଅବଶିଷ୍ଟ ଆସନଗୁଡ଼ିକରେ, ଯେଉଁଠି ସମ୍ଭବତଃ ୨୦୧୯ର ବିଜେତା ସ୍ଥିର ହେବ।
ବାରାଣସୀ ଆସନ ବିରୋଧୀ ମହାମେଣ୍ଟର ସମାଜବାଦୀ ପାର୍ଟି (ଏସ୍‌ପି) ଭାଗରେ ପଡ଼ିଛି। ଏଠାରେ ଶାଳିନୀ ଯାଦବଙ୍କୁ ଏସ୍‌ପି ଟିକେଟ ଦେଇଛି। ପ୍ରିୟଙ୍କା ବାରାଣସୀରୁ ନାମାଙ୍କନପତ୍ର ଦାଖଲ କରିଥିଲେ ମୋଦିଙ୍କୁ ହରାଇବା ପାଇଁ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ହୁଏତ ଖୁସିରେ ଶାଳିନୀଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ କହିଥାନ୍ତେ। ତେବେ ପ୍ରିୟଙ୍କା ନିର୍ବାଚନ ଲଢ଼ିବା ନେଇ ବାହାରେ ଯେତେ କହୁଥିଲେ ମଧ୍ୟ ସୋନିଆ ଓ ରାହୁଲ ଏନେଇ ଗମ୍ଭୀରତା ସହ ଚିନ୍ତା କରିନାହାନ୍ତି ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି। ଏବେ ୟୁପିର ଯେଉଁ ୧୮ ଆସନରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ଭଲ ଅଛି, ସେହି ସିଟ୍‌ଗୁଡ଼ିକରେ ପ୍ରିୟଙ୍କା ଧୂଆଁଧାର ପ୍ରଚାର କରି ଭାଜପାର ଷ୍ଟାର କ୍ୟାମ୍ପେନର ମୋଦିଙ୍କୁ ବାରାଣସୀରେ ବାନ୍ଧିରଖିବାକୁ ଉଦ୍ୟମ କରିବେ। ମେ ୨୩ରେ ନିର୍ବାଚନ ଫଳ ଆସିବା ପରେ କଂଗ୍ରେସ ହାଇକମାଣ୍ଡ ବିଚାର କରିବେ ରାହୁଲ ଅମେଠି କିମ୍ବା ଓ୍ବାୟନାଡ୍‌ କେଉଁ ଆସନରୁ ପ୍ରତିନିଧିତ୍ୱ କରିବେ ଓ କେଉଁ ଆସନ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଦେବେ। ଆସନ ଛାଡ଼ିବାର ୬ ମାସ ମଧ୍ୟରେ ଉପନିର୍ବାଚନ ହେବ। ସେତେବେଳେ ପ୍ରିୟଙ୍କାଙ୍କ ବିରୋଧରେ ଭାଜପା କାହାକୁ ପ୍ରାର୍ଥୀ କରିବ ତାହା ଉପରେ ପ୍ରିୟଙ୍କାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରିବ ବୋଲି ବିଶ୍ଳେଷକମାନେ କହୁଛନ୍ତି।


All Right Reserved By

ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର

ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି...

ଭାରତକୁ ବିଭାଜନ କରିବା ପାଇଁ ମୋଦି ଲୋକଙ୍କ ମଧ୍ୟରେ ବୁଣୁଛନ୍ତି ଘୃଣାର ବିଷ ମଞ୍ଜି: ରାହୁଲ

ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା...

ସଂରକ୍ଷଣକୁ ନେଇ ବିତର୍କ ଆବଶ୍ୟକ ନାହିଁ: ପାଶ୍ୱାନ

ନୂଆଦିଲ୍ଲୀ,୨୧ା୮(ପି.ଟି.): ସ୍ଥାନ ସଂରକ୍ଷଣ ସମାଜର ଦୁର୍ବଳ ଶ୍ରେଣୀ ଜନତାଙ୍କ ସାମ୍ବିଧାନିକ ଅଧିକାର। ଏହାକୁ ନେଇ ବିତର୍କର କୌଣସି ଆବଶ୍ୟକତା ନାହିଁ ବୋଲି ଭାଜପା ସହଯୋଗୀ ଲୋକ...

୩୬ବର୍ଷ ପରେ ବୃଦ୍ଧାଶ୍ରମରେ ହେଲା ମିଳନ

ଥିରୁଭାନନ୍ତପୁରମ୍‌,୨୬।୯:କେରଳର ବୃଦ୍ଧାଶ୍ରମରେ ଏକ ନିଆରା ମିଳନ ଘଟିଛି। ୩୬ ବର୍ଷ ପରେ ଜଣେ ବୃଦ୍ଧ ଦମ୍ପତିଙ୍କ ବୃଦ୍ଧାଶ୍ରମରେ ପରସ୍ପରକୁ ଅଚାନକ ଭେଟିଛନ୍ତି। ୬୫ ବର୍ଷ ପୂର୍ବେ...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା...

ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ

ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ...

ବୀର ଭୂମିରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ବୀରଭୂମିଠାରେ କଂଗ୍ରେସର ମଧ୍ୟକାଳୀନ ଅଧ୍ୟକ୍ଷ ତଥା ରାଜୀବଙ୍କ ସ୍ତ୍ରୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *