ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା ଦେଖାଯାଏ। ତେବେ ଯଦି ଆପଣ ସିଗାରେଟ୍‌ ପିଉଛନ୍ତି ତେବେ ସାବଧାନ ହୋଇଯାନ୍ତୁ। କାରଣ ଏହା କେବଳ ପିଉଥିବା ବ୍ୟକ୍ତି ନୁହେଁ ବରଂ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଯେଉଁ ମା’ ବାପା ସିଗାରେଟ ପିଇଥାନ୍ତି ସେମାନଙ୍କ ପିଲାଙ୍କ ଶୁକ୍ରାଣୁ ସଂଖ୍ୟା କମ୍‌ ହୋଇଥାଏ। ଏହା ୧୦ ପ୍ରତିଶତରୁ ଅଧିକ କମ୍‌ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି।
ଗବେଷକ ଡେନିଶ କରିଥିବା ଏହି ଗବେଷଣା ଅନୁଯାୟୀ, ମହିଳାମାନେ ସିଗାରେଟ ପିଇଲେ ସେମାନଙ୍କ ପିଲାଙ୍କ ଶୁକ୍ରାଣୁ ୪୬ ପ୍ରତିଶତରୁ ତଳକୁ ଖସିଥାଏ। ଛୁଆ ଜନ୍ମ ହେବା ପୂର୍ବରୁ ବାପା ସିଗାରେଟ ପିଉଥିଲେ, ତାଙ୍କ ଛୁଆଙ୍କ ଶୁକ୍ରାଣୁ ୮ ପ୍ରତିଶତ କମ୍‌ ହୋଇଥାଏ। ଏଥିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସିଗାରେଟକୁ ସବୁଠୁ କ୍ଷତିକାରକ ବୋଲି କୁହାଯାଇଛି। ଗର୍ଭବତୀ ମହିଳା ଯଦି ସିଗାରେଟ ପିଇଥାନ୍ତି ତେବେ ସେମାନଙ୍କ ଶିଶୁ କମ୍‌ ଓଜନ ହେବା ସହିତ ମଧୁମେହରେ ଆକ୍ରାନ୍ତ ହୋଇଥାନ୍ତି। ଏସବୁ ସମସ୍ୟା ଯୋଗୁ ଗର୍ଭବତୀ ଥିବା ସମୟରେ ମହିଳାମାନେ ସିଗାରେଟ୍‌ ଟାଣିବାକୁ ବନ୍ଦ କରିଦେବା ଉଚିତ। ସେହିପରି ପୁରୁଷମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଦରକାର।


All Right Reserved By Dharitri.Com

ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ...

ଓଜନ କମ୍‌ କରିବା ପାଇଁ ମହିଳା କରିଥିଲେ ଏମିତି କିଛି, ଯେଉଁଥିରେ ସବୁଦିନ ପାଇଁ ଅକାମୀ ହୋଇଗଲା ଏହି ଅଙ୍ଗ

ବର୍ତ୍ତମାନ ସମୟରେ ମେଦବହୁଳତା ଏକ ଜଟିଳ ସମସ୍ୟା ପାଲଟିଛି। ଏହି ସମସ୍ୟା ଦେଇ ଗତିକରୁଛନ୍ତି ବିଶ୍ୱର ଅଧିକାଂଶ ଲୋକ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ...

ହାତର ଶୋଭା ବଢ଼ାଏ ଷ୍ଟାଇଲିଶ୍‌ ରିଙ୍ଗ୍‌

ସୁନ୍ଦର ଦେଖାଯିବାକୁ କିଏ ବା ଇଚ୍ଛା ନ କରେ? ଯୁବତୀ ହୁଅନ୍ତୁ କି ମହିଳା ସମସ୍ତେ ମେକ୍‌ଅପ୍‌ ସହିତ ଶୃଙ୍ଗାର କରିଥାନ୍ତି। ଖାସ୍‌କରି ଯୁବତୀମାନେ ଶୃଙ୍ଗାରକୁ...

ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି...

ଚିକେନ ୟୋଗା

ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ...

ହୃଦ୍‌ଜନିତ ସମସ୍ୟାଠାରୁ ବି ଦୂରେଇ ରଖେ ଅମୃତଭଣ୍ଡା

ଶରୀର ପାଇଁ ଅମୃତଭଣ୍ଡା ବେଶ୍‌ ଉପକାରୀ। ବାଡିବଗିଚାରେ ମଧ୍ୟ ଏହା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ।...

ଯକ୍ଷ୍ମାକୁ ନିୟନ୍ତ୍ରଣ କରିବ ଟି’ ସେଲ୍‌

ଯକ୍ଷ୍ମା ରୋଗୀଙ୍କ ପାଇଁ ଖୁସି ଖବର। ଅବଶ୍ୟ ଏବେ ଏହି ରୋଗକୁ ଅନେକାଂଶରେ ନିୟନ୍ତ୍ରଣ କରାଯାଇସାରିଲାଣି। ଏହାର ସରଳ ଏବଂ ସହଜ ଚିକିତ୍ସା ପ୍ରଣାଳୀ ମଧ୍ୟ...

ମସ୍ତିଷ୍କ ସକ୍ରିୟ ରଖେ ଦହିଭାତ

ଦହିଭାତ ମସ୍ତିଷ୍କକୁ ସକ୍ରିୟ ରଖିବା ସହ ବ୍ୟକ୍ତିକୁ ଖୁସି ରହିବା ପାଇଁ ପ୍ରେରିତ କରିଥାଏ। ସଦ୍ୟ ଗବେଷଣାରୁ ଏହି ତଥ୍ୟ ସମ୍ପର୍କରେ ଆମେରିକୀୟ ବୈଜ୍ଞାନିକମାନେ ଜାଣିବାକୁ...

Leave a comment

Your email address will not be published. Required fields are marked *