‘ଶ୍ରୀଲଙ୍କା, ବାଂଲାଦେଶଠାରୁ ଜାଣିଶୁଣି ହାରିବ ଭାରତ’

କରାଚୀ,୨୮।୬(ପିଟି)- ପାକିସ୍ତାନ ଦଳକୁ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବିଦା କରିବା ଲାଗି ଭାରତୀୟ ଦଳ ଜାଣିଶୁଣି ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କାଠାରୁ ପରାସ୍ତ ହେବ। ଏଭଳି ଅପମାନଜ୍ଜନକ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ବାସିତ୍‌ ଅଲି। ଏହି ପୂର୍ବତନ କ୍ରିକେଟର ୧୯୯୩ରୁ ୧୯୯୬ ମଧ୍ୟରେ ୧୯ ଟେଷ୍ଟ ଓ ୫୦ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରୁ ବୋଲି ଭାରତୀୟ ଦଳ କଦାପି ଚାହୁଁ ନାହିଁ। ସେମାନଙ୍କୁ ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଛି। ଆଫଗାନିସ୍ତାନ ବିପକ୍ଷରେ ଭାରତ କେଉଁ ଭଳି ଖେଳିଥିଲା, ତାହା ସଭିଙ୍କୁ ଜଣା ବୋଲି ବାସିତ୍‌ ଏକ ବୈଦ୍ୟୁତିକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି। ଅପରାଜେୟ ଭାରତୀୟ ଦଳ ଏପର୍ଯ୍ୟନ୍ତ ସେମିଫାଇନାଲରେ ସ୍ଥାନ ପାଇନାହିଁ। ୬ ମ୍ୟାଚ୍‌ରୁ ୧୧ ପଏଣ୍ଟ ହାସଲ କରିଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ବିରାଟ କୋହଲିଙ୍କ ଦଳ ରବିବାର ଇଂଲଣ୍ଡକୁ ଭେଟିବ। ସେ ଆହୁରି କହିଛନ୍ତି, ଭାରତ ଏପରି ଖେଳିବ ଯେଉଁଳି କୌଣସି ଦଳକୁ ଜଣାପଡ଼ିବ ନାହିଁ। ୧୯୯୨ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଘରୋଇ ଗ୍ରାଉଣ୍ଡରେ ସେମିଫାଇନାଲ ଖେଳିବା ଲାଗି ଜାଣିଶୁଣି ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜୟ ବରଣ କରିଥିଲା।


All Right Reserved By Dharitri.Com

ରୋନାଲ୍ଡୋଙ୍କ ରେକର୍ଡ

ଲିସବନ,୫।୯- ଜୁଭେଣ୍ଟସ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ଦଶମ ଥର ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ପର୍ତ୍ତୁଗୀଜ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଆଟଲେଟିକୋ ମାଡ୍ରିଡ୍‌ର ଜୋଆଓ...

ଛେତ୍ରୀ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୧୦ା୭ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଫୁଟ୍‌ବଲର ଭାବେ ମନୋନୀତ କରିଛି। ସେ ରେକର୍ଡ ୬ଷ୍ଠ...

ଫାଇନାଲ ମ୍ୟାଚ୍‌ ଭାବି ଖେଳିବୁ: ଗୋମ୍ବାଉ

ଭୁବନେଶ୍ୱର, ୧୪।୨(ସ୍ପୋର୍ଟ୍ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ମ୍ୟାଚ୍‌ରେ ଶୁକ୍ରବାର ଘରୋଇ ଓଡ଼ିଶା ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ପରସ୍ପରକୁ ଭେଟିବେ।...

ବିଶ୍ୱ ରେକର୍ଡଠାରୁ ୩୭ ରନ୍‌ ଦୂରରେ କୋହଲି

ମାଞ୍ଚେଷ୍ଟର,୨୬।୬- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଏକ ବିଶ୍ୱରେକର୍ଡର ଅଧିକାରୀ ହେବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ସେ ଦ୍ରୁତତମ...

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର...

ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟର ପୁରସ୍କାର ରାଶି

ବହୁଦିନର ପ୍ରତୀକ୍ଷା ପରେ କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ମେଗା ଇଭେଣ୍ଟ...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ଦ୍ୱିତୀୟ ଟେଷ୍ଟ: ବିଜୟ ଦ୍ୱାରରେ ପାକିସ୍ତାନ

କରାଚୀ, ୨୨।୧୨-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ପ୍ରଥମ ଇନିଂସରେ ୮୦...

Leave a comment

Your email address will not be published. Required fields are marked *