ଭବାନୀପାଟଣା,୨୮।୬(ଡି.ଏନ୍.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍ଡିଏଙ୍କୁ ଲିଖିତ ଅଭିଯୋଗ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତିା ଟଙ୍କା ମଞ୍ଜୁର, ପଞ୍ଚାୟତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ବ୍ଲକର ସେରଗଡ ପଞ୍ଚାୟତର ସିରିପାଲି ଗ୍ରାମର ୧୨ ଜଣ ଶ୍ରମିକ ଗତ ୨୦୧୮ ମାର୍ଚ୍ଚ ୨୮ ତାରିଖରେ ଏମଜିଏନଆରଇଜିଏସରେ ଉପରମୁଣ୍ଡାରେ ମାଟି କାମ କରିଥିଲେ । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଏ ନେଇ ସେମାନେ ଅନେକଥର ସେରଗଡ ପଞ୍ଚାୟତ ପିଇଓ, ସହକାରୀ ଯନ୍ତ୍ରୀ, ସରପଞ୍ଚ ଓ ଜିଆରଏସ୍ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଟଙ୍କା ମିଳି ନ ଥିବା ଜଣାଇବା ପରେ ସେମାନେ ଶ୍ରମିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସାହେବ ରଣା, ବ୍ରଜବନ୍ଧୁ ବାଗ, ଗଦନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

ବଡ଼ପଡ଼ାରେ ପାନୀୟ ଜଳର ଉତ୍କଟ ଅଭାବ: ଜାତୀୟ ରାଜପଥ ଅବରୋଧ କଲେ ମହିଳା
କୋକସରା,୪।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍ ସଦର ମହକୁମା ବଡ଼ପଡ଼ାଠାରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମଙ୍ଗଳବାର ସ୍ଥାନୀୟ...

ଭାଜପାକୁ ଫେରିଲେ ବିଜୟ
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ...

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର
ଝାରସୁଗୁଡା ଅଫିସ୍/ ଲଖନପୁର, ୨୪।୪(ଡି.ଏନ୍.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍ଆର୍ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ...

ଚିକିସତ୍ା ଲାଗି ଟଁକା ଅଭାବ୍: ଭାଏଗ୍କେ ଆଦ୍ରି ପଡ଼ିରହିଛନ୍ ସୂଯର୍ୟମଣି
ଟିକ୍ରାପଡା, ୨ ା୭ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ କରମତଲା ପଁଚେତ୍ ଅଧୀନ ଭଣ୍ଡାରବାଞ୍ଜି ଗଁାର ସୂର୍ଯ୍ୟମଣି ସୁନାପିରତି(୪୬)। ସେ ଗଲା ୨୦୧୮ ଅକ୍ଟୋବରରେ...

ବଣ୍ଡାଖାଲି ଜଙ୍ଗଲରେ ମାଓବାଦୀ-ଏସ୍ଓଜି ଯବାନ ଗୁଳି ବିନିମୟ
ଭବାନୀପାଟଣା/ଲାଞ୍ଜିଗଡ଼, ୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଜେପୁର ଥାନା ଅନ୍ତର୍ଗତ ବଣ୍ଡାଖାଲି ଜଙ୍ଗଲରେ ବୁଧବାର ସକାଳେ ମାଓବାଦୀ ଓ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି...

୫ବର୍ଷର ଶିଶୁପୁତ୍ରଙ୍କୁ ହତ୍ୟା କଲେ ପିତା
ସୁନ୍ଦରଗଡ଼,୨୪ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲାର ବନ୍ଧମୁଣ୍ଡା ଥାନା ଆର୍ଏସ କଲୋନୀରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜ ୫ ବର୍ଷର ପୁଅଙ୍କୁ...

ସରକାରୀ ପୋରଛାହନ୍ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ
କଲମପୁର, ୧୦।୭ (ଡି.ଏନ୍.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍ ଯୁଗେଇ ଦେଉଛନ୍। ହେଲେ ଆମର ସମାଜରେ ବି ଅନେକ...

ହରିଶଙ୍କରରୁ ନୃସିଂହନାଥକୁ ପାହାଡ ଚଢି ଯିବା ମଜା ନିଆରା
ଖପ୍ରାଖୋଲ, ୧୭ା୫(ଡି.ଏନ.ଏ.):ବଲାଙ୍ଗୀର ଜିଲା ଓ ବରଗଡ ଜିଲା ସୀମାନ୍ତରେ ରହିଛି ଗନ୍ଧମାର୍ଦ୍ଦନ ପାହାଡ ା ପାହାଡର ଦୁଇପାର୍ଶ୍ୱରେ ହରିଶଙ୍କର ଏବଂ ନୃସିଂହନାଥ ପୀଠ ା ବର୍ଷ...