ଠିକାଦାରଙ୍କୁ ଅପହରଣ: ସୁନା ଗହଣା ଦେଇ ମୁକୁଳାଇଲେ ସ୍ତ୍ରୀ

ଆସିକା,୨୭ା୪(ଡି.ଏନ୍‌.ଏ.)- ଆସିକା ଥାନାର ଆଲିପୁର ଗ୍ରାମଠାରେ ଗୁରୁବାର ରାତି ପ୍ରାୟ ୮ଟାରେ ଜଣେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। ଅପହୃତ ଠିକାଦାର ଜଣକ କୋଟିବାଡି ଗ୍ରାମର ପ୍ରଶାନ୍ତ ଗୌଡ (୪୭) ଓ ତାଙ୍କ ସହଯୋଗୀ ଆଲିପୁର ଗ୍ରାମର କାଳିଆ ଜେନା (୧୮)। ଅପହରଣକାରୀମାନେ ପ୍ରଶାନ୍ତ ଓ କାଳିଆଙ୍କୁ ମାଡମାରିବା ସହ ପ୍ରଶାନ୍ତଙ୍କ ନିକଟରେ ଥିବା ୧୦ ହଜାର ଟଙ୍କା ନେଇଯାଇଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀଙ୍କୁ ଟେଲିଫୋନ କରି ଟଙ୍କା ଓ ସୁନା ନଦେଲେ ପ୍ରଶାନ୍ତଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଦୁର୍ବୃତ୍ତମାନେ ଠିକାଦାର ଓ ତାଙ୍କ ସହଯୋଗୀଙ୍କୁ ଆଲିପୁର-ବାବନପୁର ଗ୍ରାମ୍ୟ ରାସ୍ତା କଡରେ ଥିବା ଏକ ବଡ ପୋଖରୀ ନିକଟ ଖାଲୁଆ ଚାଷ ଜମିରେ ନେଇ ଅଟକ ରଖିଥିଲେ। ପରେ ଠିକାଦାରଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚତ୍ ୭ଭରି ଓଜନର ୨ଟି ରାଣୀହାର, ଗୋଟିଏ ନାନୁ ଓ ଗୋଟିଏ ମୁଦି ସହ ନଗଦ ୧୦ ହଜାର ଟଙ୍କା ଅପହରଣକାରୀଙ୍କୁ ଦେଇ ସ୍ବାମୀଙ୍କୁ ମୁକୁଳାଇଥିବା ଜଣାଯାଇଛି। ଅପରପକ୍ଷେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଅପହରଣକାରୀଙ୍କ କବଳରୁ ମୁକ୍ତ ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କୁ ରାତି ପ୍ରାୟ ସାଢେ ୧୨ଟାବେଳେ ଥାନାକୁ ଆଣିଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରଶାନ୍ତ ଓ କାଳିଆଙ୍କୁ ଆସିକା ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଆସିକା ପୋଲିସରେ ଅଭିଯୋଗ କରିଛନ୍ତି। ଅପହରଣକାରୀମାନେ ମୁଖା ପିନ୍ଧିଥିବା ଯୋଗୁ ସେ କାହାରିକୁ ଚିହ୍ନିପାରି ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ୩ଟି ବାଇକରେ ୮ଜଣ ଦୁର୍ବୃତ୍ତ ଆସିଥିବା ଓ ସାଥିରେ ଗୋଟିଏ କାର ମଧ୍ୟ ଆଣିଥିବା ସେ କହିଛନ୍ତି। ପ୍ରଶାନ୍ତ ଓ କାଳିଆ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଜଣେ ସହଯୋଗୀ ନାରାୟଣ ପାତ୍ର ମଧ୍ୟ ସାଥିରେ ଥିଲେ। ଦୁର୍ବୃତ୍ତମାନେ ଆଲିପୁର ସ୍କୁଲ ନିକଟରେ ସେମାନଙ୍କୁ ଅଟକାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅପରପକ୍ଷେ ପୋଲିସ ପ୍ରାଥମିକ ତଦନ୍ତରୁ ବଟିକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଇଛି। ପ୍ରଶାନ୍ତ ୨ମାସ ହେଲା ବଟି ନଦେବାରୁ ଦୁର୍ବୃତ୍ତମାନେ ଏଭଳି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ନଂ.୧୩୫/୧୯ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।


All Right Reserved By Dharitri.Com

ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ...

ଆୟ ବହିର୍ଭୂତ ସମ୍ପତ୍ତି :ଜେଲ ଗଲେ ପୌର ନିର୍ବାହୀ ଅଧିକାରୀ

ଫୁଲବାଣୀ ଅଫିସ/ବ୍ରହ୍ମପୁର ଅଫିସ, ୨ା୭-ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଘଟଣାରେ ଛନ୍ଦି ହୋଇ ପଡିଥିବା ଫୁଲବାଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ସୋମବାର...

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶ୍ୱଶୁର ଗିରଫ, ସ୍ବାମୀ ଫେରାର; ଶେରଗଡ଼ ପୋଲିସର ତଦନ୍ତ ଆରମ୍ଭ

ଶେରଗଡ଼, ୮।୬(ଡି.ଏନ୍‌.ଏ.): ଶେରଗଡ଼ ବ୍ଲକ ଗୋବିନ୍ଦପୁର ନୂଆସାହି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଟଙ୍କା ଲାଗି ଜଣେ ବୋହୁଙ୍କୁ...

ଟ୍ରାକ୍ଟର ଡାଲାରୁ ଖସି ଯୁବକଙ୍କ ପ୍ରାଣଗଲା

ତୁମୁଡିବନ୍ଧ,୨୫।୫(ଡି.ଏନ୍‌.ଏ.)- ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଟ୍ରାକ୍ଟର ଡାଲାରୁ ଖସିପଡି ଜଣେ ଯୁବକଙ୍କର ଶନିବାର ମୃତ୍ୟୁ ହୋଇଛି। ସେ ହେଲେ ତୁମୁଡିବନ୍ଧ ପଞ୍ଚାୟତ ଝରିଆପଦା ଗ୍ରାମର ବାଲେଶ୍ୱର...

ଶ୍ରାବଣ ମାସ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ ଭିଡ଼

ବାଲିଗୁଡ଼ା,୨୨।୭(ଡି.ଏନ୍‌.ଏ.): ଶ୍ରାବଣ ମାସ ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଜମିଛି। ପ୍ରତ୍ୟୁଷରୁ ଖଡ଼ଗ ନଦୀ ନିକଟରେ କାଉଡ଼ିଆଙ୍କ ଭିଡ଼...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

କବିସୂର୍ଯ୍ୟନଗର,୧୭ା୮-ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏକ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୬ ବର୍ଷିୟା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ...

ଭଞ୍ଜନଗର ଆର୍‌ଟିଓ ଅଫିସ ପରିସରରୁ ୪ ଗିରଫ

ଭଞ୍ଜନଗର,୨୭।୯(ଡି.ଏନ.ଏ.): ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଦଲାଲଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ଦଲାଲ ଲାଭବାନ ହେଉଥିବାବେଳେ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ଦଲାଲ ଦ୍ୱାରା ଲାଭଖୋର କିଛି...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ବଡବଜାର ଥାନା ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ରାତିପ୍ରାୟ ୧୧ଟା ବେଳେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ ଗୌରବଙ୍କୁ...

Leave a comment

Your email address will not be published. Required fields are marked *