ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ମହାନ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ଏଥିରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ନିୟମ କାନୁନ ଉଲ୍ଲେଖ ରହିଛି। ଯେପରି କି ତିନିରଥରେ ମୋଟ ୨୧୦ ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ, ଏହାଠୁ ଅଧିକ ରହିପାରିବେ ନାହିଁ। ସେହିପରି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ହିସାବରେ ଘଣ୍ଟୁଆ ସେବାୟତ ରଥ ଉପରେ ରହିପାରିବେ। ରଥବାଡ଼ରେ କେହି ବସିପାରିବେ ନାହିଁ। ଏହାକୁ ଯଦି କେହି ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସ୍ଥାବଳୀରେ ଦର୍ଶାଯାଇଛି।
ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବ୍ୟବସ୍ଥାବଳୀ କରୁଛି। ହେଲେ ଅନେକ ସମୟରେ ଏହାର ଉଲ୍ଲଂଘନ ହେଉଛି। ଚଳିତ ବର୍ଷ ସ୍ନାନଯାତ୍ରା ବ୍ୟବସ୍ଥାବଳୀକୁ ମାନି ନ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ପ୍ରଶାସନ ୨ଜଣ ସେବକଙ୍କୁ ସେବାରୁ ନିଲମ୍ବିତ କରିଛି। ଆଗକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ କେତେକ ନୀତିନିୟମ ରଖିଛି ମନ୍ଦିର ପ୍ରଶାସନ। ରଥ ଉପରେ ଚଳିତବର୍ଷ ମୋଟ ୨୧୦ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ ବୋଲି କୁହାଯାଇଛି। ଛେରାପହଁରା ପରେ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ଶ୍ରୀବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୬୦ଜଣ ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ଜଣ ରହିବେ। ଏହାଠାରୁ ଯେପରି ଅଧିକ ନ ରୁହନ୍ତି ସେଥିପ୍ରତି ଶ୍ରୀମନ୍ଦିର ଶୋଧ ଦଳ ଦୃଷ୍ଟି ଦେବେ। ସେହିପରି ଏଣିକି ମନଇଚ୍ଛା ରଥ ଉପରକୁ ଚଢିପାରିବେନି ଘଣ୍ଟୁଆ ସେବାୟତ। ଏଥିରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଟଣାକୁ ସୁବ୍ୟବସ୍ଥିତ କରିବା ଲାଗି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ସେବାୟତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଯେଉଁ ରଥରେ ଯେତୋଟି ଚକ ସେହି ରଥରେ ତା’ର ଡବଲ ସଂଖ୍ୟକ ଘଣ୍ଟୁଆ ସେବାୟତ ରହିବେ। ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ଛେରାପହଁରା ସେବା ସମାପନ ହେବା ପରେ ଘଣ୍ଟୁଆମାନେ ରଥ ଉପରକୁ ଚଢିବେ। ପ୍ରତି ରଥରେ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ସମ ସଂଖ୍ୟାରେ ରହିବେ। ତିନିରଥର ମୋଟ ଚକ ସଂଖ୍ୟା ୪୨ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦର୍ପଦଳନ ୧୨)। ତେଣୁ ନନ୍ଦିଘୋଷ ରଥରେ ୩୨, ତାଳଧ୍ୱଜ ରଥରେ ୨୮ ଏବଂ ଦର୍ପଦଳନ ରଥରେ ୨୪ ଏହିପରି ମୋଟ ୮୪ଜଣ ଘଣ୍ଟୁଆ ସେବାୟତ ରହିବେ। ଅଧିକ ସଂଖ୍ୟକ ଘଣ୍ଟୁଆଙ୍କୁ ରଥ ଉପରେ ଥିବା ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ସେବକ ଓ ବାଡ଼ଗ୍ରାହୀମାନେ ତଳକୁ ଓହ୍ଲାଇ ଦେବେ। ଘଣ୍ଟୁଆମାନେ ଠାକୁରଙ୍କୁ ଅବରୋଧ ନ କରି ରଥ ଉପରେ ଦୁଇକଡ଼ରେ ରହି ଘଣ୍ଟ ବଜାଇବେ। ଉଭୟ ଘଣ୍ଟୁଆ ଗୋଷ୍ଠୀ ସେମାନଙ୍କ ରଥୱାରି ତାଲିକା ଦେବେ ଏବଂ ପ୍ରଶାସନର ଚୟନ ପରେ ସେମାନଙ୍କୁ ପାସ୍‌ ଦିଆଯିବାର ବ୍ୟବସ୍ଥା କରାଯିବ।


All Right Reserved By

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ...

ପାଟକୁରା ବିଧାନସଭା ନିର୍ବାଚନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡା ଅଫିସ, ୨୧।୭: କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ...

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଗୁରୁବାର ସ୍ବତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି। ୧୪୬୨୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର଼୍ୟାଙ୍କ ମିଳିଛି। ବି.ଟେକରେ ରବୀନ୍ଦ୍ର ବେହେରା...

ପାଟକୁରା ସ୍ବାଭିମାନର ପ୍ରଶ୍ନ, ଏଠାରେ ଟେବୁଲ ତଳ କାରବାର ଚଳିବ ନାହିଁ: ଦାମ

ଭୁବନେଶ୍ୱର,୭।୭(ବ୍ୟୁରୋ): ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜନୈତିକ ବାକ୍‌ ବିତଣ୍ଡା ଆରମ୍ଭ ହୋଇସାରିଛି। କଂଗ୍ରେସ ଭାଜପା ଓ ବିଜେଡିକୁ କଟାକ୍ଷ...

ଅନୁଗୋଳରେ ନାବାଳିକା ବଳାତ୍କାର ଘଟଣା: ୧୫ ଲକ୍ଷ କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ପରିବାର ଲୋକଙ୍କ ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ବଳାକତ୍ାର କରିବା ଘଟଣା ରବିବାର ଅନୁଗୋଳ ସହରକୁ ସ୍ତବ୍ଧ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା : ନ୍ୟାୟ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ

ଭୁବନେଶ୍ୱର, ୨୪ା୬(ବ୍ୟୁରୋ) : କେନ୍ଦ୍ରାପଡା ସଦର ଥାନାଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଅପହରଣ କରିନେବା ସହ ବଳାତ୍କାର କରିଥିଲେ। ଏହି ଘଟଣାରେ ପୋଲିସ...

ଖୁବ୍‌ଶୀଘ୍ର ସୁରଟ୍‌କୁ ଉଡ଼ିବ ବିମାନ: ସପ୍ତାହକୁ ୨ଥର ଚାଲିବ

ଭୁବନେଶ୍ୱର, ୨୩।୭(ବ୍ୟୁରୋ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ସୁରଟ୍‌କୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହରେ ୨ଥର ଏହି ବିମାନ ଚାଲିବ। ଏ...

ଏସ୍‌ସିବି ମେଡିକାଲ: ୭ମାସରେ ଆସିଲେଣି ୨୮ ଜିଲାର ଡେଙ୍ଗୁ ରୋଗୀ

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ଗତ ଜାନୁୟାରୀରୁ ଜୁଲାଇ ୨୨ ମଧ୍ୟରେ ୨୮ଟି ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସା ନିମନ୍ତେ ଆସିଛନ୍ତି। ଏହି ସମୟ ମଧ୍ୟରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *