ବିଧାନସଭାରେ ଉତ୍ତର ରଖିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ : ‘ଧରିତ୍ରୀ’ ସର୍ବାଧିକ ପ୍ରସାରିତ ଖବରକାଗଜ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ପ୍ରସାରିତ ଖବରକାଗଜଗୁଡିକ ମଧ୍ୟରୁ ‘ଧରିତ୍ରୀ’ ପ୍ରସାରଣ ସର୍ବାଧିକ। ଚଳିତ ବର୍ଷ ଜାନୁୟାରୀ ୨୪ରେ ପ୍ରକାଶିତ ତଥ୍ୟକୁ ଆଧାର କରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ପଚରା ଯାଇଥିବା ଅଣତାରକା ପ୍ରଶ୍ନ ନଂ-୯୮ର ଉତ୍ତର ଦେଇ ମନ୍ତ୍ରୀ ଦାସ ଉପରୋକ୍ତ ତଥ୍ୟ ରଖିଛନ୍ତି। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ପ୍ରଦତ୍ତ ଉତ୍ତର ଅନୁଯାୟୀ, ଅନୁମୋଦିତ ଦୈନିକ ଖବରକାଗଜ ସଂଖ୍ୟା ୮୨, ସାପ୍ତାହିକ ସଂଖ୍ୟା-୬୦, ପାକ୍ଷିକ ସଂଖ୍ୟା-୧୬, ମାସିକ ସଂଖ୍ୟା-୧୯, ତ୍ରୟମାସିକ ସଂଖ୍ୟା-୧ ଏବଂ ଇଂଲିଶ ଖବରକାଗଜ ସଂଖ୍ୟା-୧୭ ଅଟେ।
ସେହିଭଳି ଗ୍ରାମାଞ୍ଚଳ ଖବରଦାତାମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନିମନ୍ତେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ସହରାଞ୍ଚଳର କାର୍ଯ୍ୟରତ ଖବରଦାତାଙ୍କୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଯୋଗାଇ ଦିଆଯାଉଛି। ଖବରଦାତାମାନଙ୍କୁ ପେନ୍‌ସନ ଦେବାର କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।


All Right Reserved By

୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁକୁ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ...

ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪...

ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଘୁଞ୍ଚାଇବାକୁ ଦାବି

ପୁରୀ ଅଫିସ,୨୦।୫ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ମେ’ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ରାଜ୍ୟରେ ହାଇସ୍କୁଲ ଚୁକ୍ତିଭିତ୍ତିକ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ପୁରୀ ଅଫିସ,୨୮।୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।...

ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

କଟକ ରୋଡ,୨୮।୭(ଡି.ଏନ୍‌.ଏ.)- ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ନୟାଗଡ଼ ଜିଲା...

ରାଜ୍ୟରେ ଭାଜପା-ବିଜେଡି ସରକାର ଚାଲିଛି: ତାରା

ଭୁବନେଶ୍ୱର,୩୧।୭(ବ୍ୟୁରୋ): କେନ୍ଦ୍ର ସରକାର ମଙ୍ଗଳବାର ପାର୍ଲାମେଣ୍ଟରେ ‘ତିନି ତଲାକ୍‌ ବିଲ୍‌’ ପାସ୍‌ କରିଛନ୍ତି। ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ହୁଇପ୍‌ ଜାରି କରିଥିଲା।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *