ବିଲ୍‌ଡରଙ୍କ କାମ କରୁଛନ୍ତି ଆର୍‌ଆଇ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ଅମିନ ଓ ଆର୍‌ଆଇ ମରୁଡ଼ି ପଡ଼ିଛି। ଆର୍‌ଆଇ ସର୍କଲରେ ଅମିନ ନାହାନ୍ତି। ଜମିବାଡ଼ି ମପାଚୁପା କାର୍ଯ୍ୟ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଆର୍‌ଆଇ ଏବଂ ଅମିନ ବଡ଼ ବଡ଼ ବିଲ୍‌ଡରଙ୍କ ପାଇଁ କାମ କରୁଛନ୍ତି। ସହର ତଳି ଗ୍ରାମାଞ୍ଚଳ ବାତ୍ୟା ଫନୀରେ ଧ୍ୱଂସ ହୋଇଯାଇଛି। ଆଜିଯାଏ ଘରଭଙ୍ଗା ସର୍ଭେ କରାଯାଇ ପାରୁନାହିଁ। ଆର୍‌ଆଇ ନ ଥିବାରୁ ସର୍ଭେ କାମ ହୋଇପାରୁନି। ସରକାରଙ୍କ ପାଖରେ ରିପୋର୍ଟ ପହଞ୍ଚି ପାରୁନାହିଁ। ସେମାନେ ଘରଭଙ୍ଗା ଟଙ୍କା ପାଇପାରୁ ନାହାନ୍ତି।
ବିଭିନ୍ନ ଜିଲାରେ ଆର୍‌ଆଇ ସର୍କଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପଚାରିଥିବା ୩୧ ନମ୍ବର ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ରାଜସ୍ବ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆର୍‌ଆଇ ସର୍କଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ। ଭଦ୍ରକ ଜିଲାରେ ୭ଟି ତହସିଲରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲିପଡ଼ିଛି, ତାହା କେବେ ସୁଦ୍ଧା ପୂରଣ ହେବ ବୋଲି ସେ ମୂଳ ପ୍ରଶ୍ନରେ ପଚାରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାର ଜବାବରେ କହିଥିଲେ ଯେ, ପ୍ରତ୍ୟେକ ପଞ୍ଚାୟତକୁ ଆର୍‌ଆଇ ସର୍କଲ କରିବା ପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଜନସଂଖ୍ୟା, ଭୌଗୋଳିକ ଅବସ୍ଥିତି ଏବଂ କାର୍ଯ୍ୟର ଗୁରୁତ୍ୱକୁ ବିଚାରକୁ ନେଇ ଆବଶ୍ୟକ ସ୍ଥଳେ ଆର୍‌ଆଇ ସର୍କଲ ଗଠନ କରାଯାଉଛି। ଭଦ୍ରକ ଜିଲାର ୭ଟି ତହସିଲରେ ୮୨ଟି ଆର୍‌ଆଇ ପଦବୀ ମଧ୍ୟରୁ ୩୧ଟି ପଦବୀ ଖାଲି ରହିଛି। ମୋଟ ୫୧ ଅମିନ ପଦବୀରୁ ୨୫ଟି ଖାଲିପଡ଼ିଛି। ଏହା ଶୀଘ୍ର ପୂରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲାରେ ଆର୍‌ଆଇ ପଦବୀ ଖାଲିପଡ଼ିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଏହି ଜିଲାରେ ଆର୍‌ଆଇ ଏବଂ ଅମିନ ପଦବୀ ପୂରଣ ନେଇ ଦୁର୍ନୀତି ହୋଇଥିଲା। ଏହି କଥା ଜଣାପଡିବା ପରେ ନିଯୁକ୍ତିକୁ ସରକାର ରଦ୍ଦ କରିଛନ୍ତି। ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ସୁପ୍ରିମ କୋର୍ଟରେ କେସ କରିଥିଲେ। ସେଠାରେ ସେମାନେ ହାରିଛନ୍ତି। ଖାଲି ପଦବୀଗୁଡ଼ିକ କେବେସୁଦ୍ଧା ପୂରଣ ହେବ, ଜିଲାରେ କେତେ ପଦବୀ ଖାଲି ଅଛି ସେ ସମ୍ପର୍କରେ ମନ୍ତ୍ରୀ ଗୃହରେ ସୂଚନା ଦିଅନ୍ତୁ ବୋଲି ନରସିଂହ କହିଥିଲେ। ନୂତନ ନିଯୁକ୍ତି ହେବା ଯାଏ ଅବସରପ୍ରାପ୍ତ ଅମିନଙ୍କୁ କାମରେ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ବଲାଙ୍ଗୀର ଜିଲାରେ ମୋଟ ମଞ୍ଜୁରୀ ପଦବୀ ୯୪। ସେଥିରୁ ୭୫ଟି ଖାଲି ରହିଛି। ଏହି ଜିଲାରେ ୮୬ଟି ଆର୍‌ଆଇ ପଦବୀ ଥିବାବେଳେ ଖାଲି ରହିଛି ୮୧। ନିର୍ବାଚନ ଯୋଗୁ ନୂତନ ନିଯୁକ୍ତି ହୋଇପାରି ନାହିଁ। ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ଜରିଆରେ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ନୃସିଂହ ସାହୁ, ଅମର ଶତପଥୀ, ସୁବ୍ରତ ତରାଇ, ଭାଜପା ସଭ୍ୟ କେ. ନାରାୟଣ ରାଓଙ୍କ ଅତିରିକ୍ତ ପ୍ରଶ୍ନରେ ଆର୍‌ଆଇ ଓ ଅମିନ ପଦବୀ କେବେ ସୁଦ୍ଧା ପୂରଣ କରାଯିବ।ସେହିପରି ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲାରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲି ରହିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଗ୍ରାମାଞ୍ଚଳରେ ଲୋକମାନେ ଆର୍‌ଆଇ ସେବା ପାଉ ନ ଥିବା ନେଇ ପ୍ରଶ୍ନକାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର ଜମି ରେଟ୍‌ ବଢ଼ିଛି। ଗ୍ରାମାଞ୍ଚଳ ଲୋକଙ୍କ କଥା ଆର୍‌ଆଇ ଶୁଣୁନାହାନ୍ତି। ବଡ଼ ବଡ଼ ବିଲ୍‌ଡରଙ୍କ ପାଖରେ କାମ କରୁଛନ୍ତି। ଆର୍‌ଆଇ ସର୍ଭେ ହୋଇପାରୁ ନ ଥିବାରୁ ଫନୀ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ମିଳିପାରୁ ନାହିଁ। ତୁରନ୍ତ ଆରଆଇ ଏବଂ ଅମିନ ପଦବୀ ପୂରଣ କରି ସେବା ଯୋଗାଇ ଦିଆଯାଉ। ଉତ୍ତରରେ ମନ୍ତ୍ରୀ ମାର୍ଣ୍ଡି କହିଥିଲେ ଯେ, ଓଡ଼ିଶାରେ ୨୪୫୩ ମଞ୍ଜୁରୀପ୍ରାପ୍ତ ଆର୍‌ଆଇ ପଦବୀ ରହିଛି। ସେଥିରୁ ୫୦୩ ଖାଲିପଡ଼ିଛି। ଢେଙ୍କାନାଳ ଜିଲାରେ ୫୫ଟି ପଦବୀରୁ ୧୦ଟି ଖାଲି ପଡ଼ିଥିବା ବେଳେ ଯାଜପୁର ଜିଲାରେ ୮୬ଟି ପଦବୀରୁ ୧୧ଟି ଖାଲି ପଡ଼ିଛି। ସୁନ୍ଦରଗଡ଼ ଜିଲାରେ ୧୧୬ଟି ପଦବୀରୁ ୧୭ଟି ଖାଲି ରହିଥିବା ବେଳେ କେବଳ ଅମିନ ପଦବୀ ୧୧୩ରୁ ୧୬ଟି ଖାଲି ରହିଛି। ପର୍ଯ୍ୟାୟକ୍ରମେ ସେଗୁଡ଼ିକ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


All Right Reserved By

‘ଆମ ମାଟିର କଳା-୨୦୧୯’ ମହୋତ୍ସବ ପାଳିତ: କଳାକାର ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣି

ଭୁବନେଶ୍ୱର,୩।୮(ବ୍ୟୁରୋ): କଳାର ପ୍ରଚାରପ୍ରସାର ସହିତ କଳାକାରକୁ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ। କଳାକାର ହେଉଛନ୍ତି ସଂସ୍କୃତିର ଶ୍ରେଷ୍ଠ ବିନ୍ଧାଣୀ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ...

ମାଉଜର ଦେଖାଇ ସ୍କୁଟି ସହ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ/ ବାଲୁଗାଁ,୭।୭ (ଡି.ଏନ୍‌.ଏ.) : ଖୋର୍ଦ୍ଧା ଜିଲା ବାଣପୁର ଥାନା କୁମାରଙ୍ଗ ରୋଡ୍‌ର ବଡ଼ଶଙ୍ଖଠାରେ ରବିବାର ପୂର୍ବାହ୍ନରେ ମାଉଜର ଦେଖାଇ ଦୁର୍ବୃତ୍ତମାନେ ସ୍କୁଟି ସହ...

ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିଯୋଗୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ଗଞ୍ଜାମ, ଗଜପତି...

ବିରୋଧୀ ଦଳ ନେତା ଚୟନ ପ୍ରସଙ୍ଗ; ଜୟନାରାୟଣ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ: ପ୍ରଦୀପ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟ ରାଜନୀତିରେ ପୂର୍ବାପେକ୍ଷା ଶକ୍ତି ବୃଦ୍ଧି କରି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହାସଲ କରିବାରେ ସଫଳ ହୋଇଛି ଭାଜପା। ଏବେ କିନ୍ତୁ ଦଳରେ...

ପହଞ୍ଚତ୍ଲା ରଥ ଦଉଡ଼ି

ପୁରୀ ଅଫିସ, ୭ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ...

ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ...

ଭିଜିଲାନ୍ସ ଜାଲରେ ପୁରୀ ଡିଇଓ: ୧ ଲକ୍ଷ ୧୧ ହଜାର ଟଙ୍କା, ବୋଲେରୋ ଜବତ

ପୁରୀ ଅଫିସ,୧୩ା୭: ପୁରୀ ଜିଲା ଶିକ୍ଷାଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି ପୁରୀ ଭିଜିଲାନ୍ସ ଦ୍ୱାରା ଶନିବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କ ନିକଟରୁ ୧ ଲକ୍ଷ...

ଫନୀରେ ୩୦ ହଜାରରୁ ଊର୍ଦ୍ଧ୍ୱ ବହି ନଷ୍ଟ: ୧୯ ରେ ଖୋଲିବ ସ୍କୁଲ, ପିଲାଙ୍କ ପାଖରେ ନାହିଁ ପାଠ୍ୟପୁସ୍ତକ

ଗୋପ, ୮।୬(ଡି.ଏନ୍‌.ଏ.)-ଫନୀରେ ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ପାଠ୍ୟପୁସ୍ତକ ନଷ୍ଟ ହୋଇଯାଇଥିବାବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ନେଇ ଆଶଙ୍କା ଉପୁଜିଛି। ୧୯ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *