ଅନିଶ୍ଚିତତା ମଧ୍ୟରେ ହାତଲେଖା କଳାକାରଙ୍କ ଭବିଷ୍ୟତ

ଭୁବନେଶ୍ୱର, ୨୮।୬ବ୍ୟୁରୋ) : ହାତଲେଖା କଳାକାରମାନେ ରଙ୍ଗ ତୁଳୀ ଧରି ହାତରେ ନିଜର କଳା ପ୍ରଦର୍ଶନ କରୁଥିଲେ। ହେଲେ ଫ୍ଲେକ୍ସ ଆସିବା ପରଠାରୁ ସେମାନଙ୍କ ସ୍ଥିତି ଦୋହଲି ଯାଇଛି। ସମୟାନୁକ୍ରମେ ଲୋକମାନଙ୍କ ହସ୍ତକଳା ପ୍ରତି ଆଦର ହ୍ରାସ ପାଇବାରେ ଲାଗିଛି। ନମ୍ବର ପ୍ଲେଟ ଡିଜାଇନ୍‌ କରିବା ଅଥବା ବାହାଘର ବେଳେ କାନ୍ଥରେ ଚିତ୍ରକଳା କରି ସେମାନେ ନିଜର ପେଟ ପୋଷୁଥିଲେ। ହେଲେ ଏହି କାରିଗରଙ୍କୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି। ନମ୍ବର ପ୍ଲେଟ ଡିଜାଇନ୍‌ କେବଳ ଜଣେ ଭେଣ୍ଡର କରିପାରିବ ବୋଲି ନିର୍ଦ୍ଦେଶ ଦେବା ପରେ ୨୫ ହଜାର କଳାକାର ଓ ତାଙ୍କ ପରିବାରର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ରାଜ୍ୟ ହାତଲେଖା କଳାକାର ସଂଘ ଓ ଓଡ଼ିଶା ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟ ଆସୋସିଏଶନ ପକ୍ଷରୁ ସୂଚନାଭବନଠାରେ ‘ସାମ୍ପ୍ରତିକ ସ୍ଥିତିରେ ହାତଲେଖା କଳାକାର ଓ ନମ୍ବର ପ୍ଲେଟ ଷ୍ଟିକର ଆର୍ଟିଷ୍ଟଙ୍କ ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଧାୟକ ସୁରେଶ କୁମାର ରାଉତରାୟ, ଖବରଦାତା ପ୍ରଦ୍ୟୁମ୍ନ ଶତପଥୀ, ସାମାଜିକ କର୍ମୀ ସସ୍ମିତା ଦାସ, କିନ୍ନର ସଂଘ ସଭାପତି ମୀରା ପରିଡ଼ା, ଖବରଦାତା ବିଭୂତି ଭୂଷଣ କର, ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ଶଶାଙ୍କଶେଖର ନାୟକ ମତ ରଖିଥିଲେ। ଏହି ଅବସରରେ ଓଡ଼ିଶା ନମ୍ବର ପ୍ଲେଟ ଆଣ୍ଡ ଷ୍ଟିକର ଆସୋସିଏଶନ ଭୁବନେଶ୍ୱର ସମେତ ଭବାନୀପାଟଣାର ଶ୍ୟାମ ଆର୍ଟ କ୍ଷୀରସିନ୍ଧୁ ସାହୁ, ପୋଲିସ୍‌ ଅଧିକାରୀ କୈଳାସ ନାୟକ, ଅଭିନେତା ଜଗବନ୍ଧୁ ପଣ୍ଡା, ଖବରଦାତା ଦୁଷ୍ମନ୍ତ ବେହେରା, ସମାଜିକ କର୍ମୀ ବିନ୍ଦାସ ଚିନୁ, ଧୀରେନ ରାଉତରାୟ, ଅମ୍ବିକା ମହାରଣା, ମେଘନା ସାହୁ, ଖବରଦାତା ସ୍ଥିତପ୍ରଜ୍ଞ ମିଶ୍ରଙ୍କୁ ‘କଳା ଓ କଳାକାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ରାଜ୍ୟ ହାତଲେଖା କଳାକାର ସଂଘର ପ୍ରତିଷ୍ଠାତା ନାରାୟଣ ଓଝା ସଭାପତିତ୍ୱ କରିଥିଲେ। ରାଜ୍ୟ ସଭାପତି ଶିବଶଙ୍କର ଡାକୁଆ ଧନ୍ୟବାଦ ଦେଇଥିଲେ।


All Right Reserved By

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଜୁନ ୨୫ରୁ ବିଧାନସଭା ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ...

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ସାର୍ଟିଫିକେଟ କୋର୍ସ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଚଳିତ ଶିକ୍ଷାବର୍ଷରୁ ପୁସ୍ତକ ପ୍ରକାଶନ ସମ୍ବନ୍ଧୀୟ ଏକ ସାର୍ଟିଫିକେଟ କୋର୍ସ...

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଖୋର୍ଦ୍ଧା ଅଫିସ/ବାଲୁଗାଁ, ୧୫ା୬(ଡି.ଏନ୍‌.ଏ.): ବାଲୁଗାଁ ଥାନା ନାଭାଲ ଫାଣ୍ଡିର କୋଲକତା-ମାଡ୍ରାସ୍‌ ୧୬ ନଂ. ଜାତୀୟ ରାଜପଥର ସରନଈ ଓଭର ବ୍ରିଜ ତଳେ ଥିବା ଏକ ବଗିଚାରେ...

ମେଡିକାଲ ପାଇଁ ସ୍ପଟ୍‌ ଆଡମିଶନ

ଭୁବନେଶ୍ୱର,୩।୮(ବ୍ୟୁରୋ): ଖାଲିଥିବା ମେଡିକାଲ ଓ ଡେଣ୍ଟାଲ କଲେଜ ପାଇଁ ସ୍ପଟ୍‌ ଆଡମିଶନ ହେବ। ରବିବାରଠାରୁ ୩ ଦିନ ଧରି ଏହି ସ୍ପଟ୍‌ ଆଡମିଶନ ଚାଲିବ। ବର୍ତ୍ତମାନ...

ଆୟକର ଫାଙ୍କି ଅଭିଯୋଗ: ଜେଡ୍‌ ଇଷ୍ଟେଟ ସଂସ୍ଥା ଉପରେ ଚଢ଼ାଉ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆୟକର ଫାଙ୍କିବା ଅଭିଯୋଗରେ ଜେଡ୍‌ ଇଷ୍ଟେଟ ବିଲ୍ଡର ସଂସ୍ଥା ଉପରେ ସୋମବାର ସନ୍ଧ୍ୟାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। କଟକ ଓ...

ସୁଭଦ୍ରାଙ୍କ ରଥ ଚକ ତୁମ୍ବରେ ଫାଟ

ପୁରୀ ଅଫିସ, ୨୯ା୫: ଆସନ୍ତା ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଚାଲିଛି। ସବୁ ରଥର ତୁମ୍ବ ନିର୍ମାଣ ଶେଷ ହୋଇ ଚକ...

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣକଲେ ବି.କେ. ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଥିବା...

ଓଏଚ୍‌ଆର୍‌ସି କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜଷ୍ଟିସ ରଘୁବୀର ଦାଶ : ଶୀଘ୍ର ଫଇସଲା ହେବ ପଡ଼ିରହିଥିବା ସଙ୍ଗିନ ମାମଲା

ଭୁବନେଶ୍ୱର,୧୭।୫(ବ୍ୟୁରୋ)- ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ଥିବା ଜଷ୍ଟିସ୍‌ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗୁରୁବାର କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି। ଏନେଇ ରାଜ୍ୟ ଆଇନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *