Posted inଖେଳ

ବିଜୟ ଶଙ୍କରଙ୍କ ଉପରେ ରାଗିଲେ ଫ୍ୟାନ୍‌: କହିଲେ, ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ

ମାଞ୍ଚେଷ୍ଟର,୨୮।୬:ଆଇସିସି କ୍ରିକେଟ ବିଶ୍ୱକପର ଏକ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। କେବଳ ବିଜୟ ଶଙ୍କରଙ୍କୁ ଛାଡି ସବୁ ଖେଳିଙ୍କ ପ୍ରଦର୍ଶନ ଭଲ ରହିଛି। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚରେ ପୁଣି ବିଫଳ ହୋଇଥିଲେ। ୧୯ ବଲରୁ ୩ ଚୌକା ସହ ୧୪ ରନ କରିଥିବା ବେଳେ ରୋଚଙ୍କ ବଲରେ ହୋପଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ସୁଯୋଗ ମିଳିବା ସତ୍ତ୍ୱେ ଶଙ୍କର ୪ ନମ୍ବରରେ ଏହାର ସଦ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ବିଶ୍ୱକପରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ମାତ୍ର ୫୮ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ୧୫, ଆଫଗାନିସ୍ତାନ ବିପକ୍ଷରେ ୨୯ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୪ରନ୍‌ କରି ଆଉଟ୍‌ ହୋଇଛନ୍ତି। ବିଜୟ ଶଙ୍କରଙ୍କ ଏଭଳତ ଫ୍ଲପ୍‌ ଇନିଂଶ ଯୋଗୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଛି। ତୁମଠୁ ଭଲ ଲାଲୁ ଜୀ ଖେଳିଥାନ୍ତେ ବୋଲି ୟୁଜର୍ସ ଶଙ୍କରଙ୍କୁ ଟ୍ରୋଲ କରିଛନ୍ତି। କେହି କେହି କ’ଣ କରିବାକୁ ଆସିଥିଲ ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଦଳର ସଦ୍ୟ ଅସୁସ୍ଥ ଖେଳାଳି ସିବ୍‌ଲି

ସେଞ୍ଚୁରୀଅନ୍‌, ୩୦ା୧୨ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ଟୁର୍‌ରେ ଥିବା ଇଂଲଣ୍ଡ କ୍ରିକେଟ ଦଳର ଆଉ ଜଣେ ଖେଳାଳି ଓପନିଂ ବ୍ୟାଟ୍ସମ୍ୟାନ ଡୋମିନିକ୍‌ ସିବ୍‌ଲି ଅସୁସ୍ଥ ହୋଇ...

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି...

ଇମ୍ରାନ ଖାନ୍‌ ଆତଙ୍କବାଦୀଙ୍କ ରୋଲ୍‌ ମଡେଲ୍‌: ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧।୧୦: ଭାରତର ପୂର୍ବତନ ଖେଳାଳି ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଆତଙ୍କବାଦୀଙ୍କ...

ହାର୍ଟ ଆଟାକ୍‌ରେ ତ୍ରିପୁରା କ୍ରିକେଟର୍‌ଙ୍କ ବିୟୋଗ

ଅଗରତାଲା, ୫।୧୨- ଏକ ଅଭାବନୀୟ ଘଟଣାକ୍ରମେ ତ୍ରିପୁରାର ଜଣେ ଯୁବ କ୍ରିକେଟର୍‌ ଅଭ୍ୟାସ କରୁଥିବାବେଳେ ହାର୍ଟ ଆଟାକ୍‌ରେ ପ୍ରାଣ ହରାଇଛନ୍ତି। ମହାରାଜା ବୀର୍‌ ବିକ୍ରମ କ୍ରିକେଟ୍‌...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

ଆଇପିଏଲ ଖେଳାଳିଙ୍କ ରୋଜଗାରଠୁ କୋହଲିଙ୍କ ମାସିକ ଘରଭଡ଼ା ବି ଅଧିକ

ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ଧନୀ କ୍ରିକେଟର। ଏହା କାହାକୁ ଅଜଣା ନ ଥିବ। ମୁମ୍ବାଇରେ ସେ ୩୪ କୋଟି ଟଙ୍କାର ବିଳାସପୂର୍ଣ୍ଣ...

ସୌମ୍ୟଙ୍କୁ ୫୮ତମ ଓପନ୍‌ ଚେସ୍‌ ଟାଇଟଲ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ) ଓ ୟୁନିକ୍‌ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବୋଲଗଡ଼ର ଅସରାଳସ୍ଥିତ ହରିହର ବିଦ୍ୟାପୀଠରେ...

ଫୁଟ୍‌ବଲରୁ ରୋବେନଙ୍କ ଅବସର

ଦି ହେଗ୍‌ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍‌ପି)- ନେଦରଲାଣ୍ଡ୍ସ ଫୁଟ୍‌ବଲ ଷ୍ଟାର୍‌ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮...

Leave a comment

Your email address will not be published. Required fields are marked *