Posted inଜାତୀୟ

କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା:ହରିୟାଣାର ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଲେ ରାହୁଲ

ଫରିଦାବାଦ/ନୂଆଦିଲ୍ଲୀ,୨୮।୬ (ପି.ଟି.):ହରିୟାଣାର କଂଗ୍ରେସ ନେତା ବିକାଶ ଚୌଧୁରୀଙ୍କୁ ଗୁରୁବାର ଦିବାଲୋକରେ ଗୁଳିକରି ହତ୍ୟା କରାଯାଇଛି। ପ୍ରଦେଶ କଂଗ୍ରେସର ମୁଖପାତ୍ର ଥିବା ବିକାଶ ସେକ୍ଟର ୯ରେ ଥିବା ଏକ ଜିମ୍‌ ନିକଟରେ ନିଜ କାର୍‌କୁ ପାର୍କିଂ କରୁଥିବାବେଳେ ଦୁର୍ବୃତ୍ତମାନେ ଦୁଇପଟୁ ପ୍ରାୟ ୧୫ଟି ଗୁଳିମାଡ଼ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସର୍ବୋଦୟ ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ବିକାଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ବୋଲି ଏସିପି ଜୟବୀର ସିଂ ରାଠି ପ୍ରକାଶ କରିଛନ୍ତି। ଏଭଳି ଘଟଣାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୀବ୍ର ନିନ୍ଦାକରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି। ଏସିପି କହିଛନ୍ତି, ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇ ଅଛି ଓ ଘଟଣାସ୍ଥଳରୁ ୧୨ଟି କାଟ୍ରିଜ୍‌ ଜବତ ହୋଇଛି। ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିଲା ଓ ଦୁର୍ବୃତ୍ତମାନେ ବିକାଶ କାର୍‌ରେ ଏକୁଟିଆ ଜିମ୍‌ ଯାଉଥିଲେ ବୋଲି ଜାଣିଥିଲେ। ବିକାଶଙ୍କ ବେକ, ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ବୋଲି ଏସିପି ପ୍ରକାଶ କରିଛନ୍ତି। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁକରି ସିସିଟିଭି କ୍ୟାମେରା ଯାଞ୍ଚ କରୁଥିବା ସେ କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ଲାଗି ଏକାଧିକ ପୋଲିସ ଟିମ୍‌ ଗଠନ କରାଯାଇଥିବା ପ୍ରକାଶ।


All Right Reserved By Dharitri.Com

ଜେଏନ୍‌ୟୁ ଛାତ୍ରସଂସଦ ନିର୍ବାଚନ: ବାମ ସଂଗଠନ ପ୍ରାର୍ଥୀ ଆଗରେ

ନୂଆଦିଲ୍ଲୀ,୯ା୯(ଆଇଏଏନ୍‌ଏସ୍‌): ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ରସଂସଦ ନିର୍ବାଚନ ଭୋଟ ଗଣତି ଅଧାରୁ ଅଟକି ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୫୫ରୁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ...

କର୍ନାଟକରେ ହୋଇପାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଦେବଗୌଡା

ବେଙ୍ଗାଲୁରୁ.୨୧।୬: କର୍ନାଟକରେ ଯେକୌଣସି ମୂହୁର୍ତ୍ତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା ହୋଇପାରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସିକ୍ୟୁଲାର୍‌(ଜେଡିଏସ) ନେତା ଏଚଡି.ଦେବଗୌଡା ସୂଚନା ଦେଇଛନ୍ତି।...

୨୮ବର୍ଷ ପରେ ପ୍ରଥମ ଥର ବୁଲେଟପ୍ରୁଫ୍‌ ଟେଣ୍ଟରେ ବିରାଜମାନ ହେବେ ରାମଲଲା

ଅଯୋଧ୍ୟା,୨୫।୨: ଅଯୋଧ୍ୟାରେ ୨୮ବର୍ଷ ପରେ ପ୍ରଥମ ଥର ଏକ ଅସ୍ଥାୟୀ ଟେଣ୍ଟ ତଳେ ରହିବେ ରାମଲଲା। ରାମଲଲାଙ୍କ ମୂର୍ତ୍ତିକୁ ଏକ ବୁଲେଟପ୍ରୁଫ୍‌ର ଫାଇଭର ଷ୍ଟ୍ରକଚର୍‌ ଭିତରେ...

ମୁହଁ ଖୋଲନ୍ତୁ ମୋଦି

ହାଇଦ୍ରାବାଦ,୨ା୩(ଆଇଏଏନ୍‌ଏସ୍‌): ଦିଲ୍ଲୀ ହିଂସା ଏକ ପ୍ରାୟୋଜିତ ଗଣହତ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭଙ୍ଗ କରନ୍ତୁ। ସେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇ ଦୋଷୀଙ୍କୁ ଆଇନର...

ଆନ୍ଧ୍ରପ୍ରଦେଶରୁ ଉଚ୍ଛେଦ ହେବ ବିଧାନ ପରିଷଦ

ଅମରାବତୀ,୨୮ା୧(ପି.ଟି.): ଆନ୍ଧ୍ରପ୍ରଦେଶରୁ ବିଧାନ ପରିଷଦ ଉଚ୍ଛେଦ ହେବାକୁ ଯାଉଛି। ଏ ନେଇ ରାଜ୍ୟ କ୍ୟାବିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନୁରୂପ ପ୍ରସ୍ତାବ ବିଧାନସଭାରେ...

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି।...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ସିଏଏ,ଏନ୍‌ଆର୍‌ସି ପ୍ରତ୍ୟାହାର କର

କୋଲକାତା,୧୨ା୧(ପି.ଟି.): ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ଭେଟିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନର ବିଭିନ୍ନ ପ୍ରସଙ୍ଗ ଉପରେ...

ଚିଲି ବାୟୁସେନା ବିମାନ ନିଖୋଜ: ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ଆଶଙ୍କା

ସାଣ୍ଟିଆଗୋ,୧୧ା୧୨: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ଯାଉଥିବା ଚିଲିର ଏକ ସେନା ବିମାନ ନିଖୋଜ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା...

Leave a comment

Your email address will not be published. Required fields are marked *