ଆବେଙ୍କୁ ଭେଟିଲେ ମୋଦି

ଓସାକା,୨୮।୬ (ପି.ଟି.):ଜି-୨୦ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନ ପ୍ରତିପକ୍ଷ ଶିିଞ୍ଜୋ ଆବେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିଶ୍ୱ ଅର୍ଥନୀତି, ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଓ ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ଆଲୋଚନାରେ ସ୍ଥାନ ପାଇଥିଲା। ଜି-୨୦ରେ ଜାପାନର ନେତୃତ୍ୱକୁ ମୋଦି ପ୍ରଶଂସା କରିଥିଲେ। ଅକ୍ଟୋବରରେ ହେବାକୁ ଥିବା ନାରୁହିଟୋଙ୍କ ରାଜ୍ୟାଭିଷେକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ ବୋଲି ମୋଦି ଏହି ଅବସରରେ କହିଥିଲେ। ବର୍ଷ ଶେଷରେ ହେବାକୁ ଥିବା ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ମୋଦି ଭାରତ ଆସିବା ଲାଗି ଆବେଙ୍କୁ ଆମନ୍ତ୍ରଣ କରିଛନ୍ତି।
ବନ୍ଧୁରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଗଠନମୂଳକ ଓ ସଫଳ ହୋଇଛି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଫେରାର ଆର୍ଥିକ ଅପରାଧୀଙ୍କୁ ଧରିବା ଲାଗି ସଦସ୍ୟ ରାଷ୍ଟ୍ରଙ୍କ ସହଯୋଗ ଲୋଡ଼ିବେ। ଦୁର୍ନୀତି ବିରୋଧୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହାର ଯଥେଷ୍ଟ ଆବଶ୍ୟକତା ରହିଥିବା ସେ କହିଛନ୍ତି। ଏଥିସହ ବିଶ୍ୱ ବାଣିଜ୍ୟ ସମସ୍ୟା, ପାଣିପାଗ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ପ୍ରସଙ୍ଗ ଆଦି ସ୍ଥାନ ପାଇବ। ମୋଦି- ଆବେଙ୍କ ମଧ୍ୟରେ ମୁମ୍ବାଇ- ଅହମଦାବାଦ୍‌ ହାଇସ୍ପିଡ୍‌ ରେଲଓ୍ବେ କରିଡର୍‌ ଓ ବାରାଣସୀରେ ଏକ ସମ୍ମିଳନୀ କେନ୍ଦ୍ର ଖୋଲିବା ନେଇ ଆଲୋଚନା ହୋଇଛି। ପୂର୍ବୋତ୍ତର ଭାରତରେ ଜାପାନର କାର୍ଯ୍ୟକୁ ମୋଦି ପ୍ରଶଂସା କରିଥିଲେ। ପୁନଃ ଥଇଥାନ ଓ ପୁନଃନିର୍ମାଣ ଲାଗି ଦୁଇଦେଶ ଏକହୋଇ କାର୍ଯ୍ୟକରିବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି।
ଡ୍ଟାପାନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ନୂଆ ଭାରତ ଗଠନରେ ଜାପାନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପ୍ରତି ଆସ୍ଥାଭାଜନ ହୋଇଥିବାରୁ ପ୍ରବାସୀ ଭାରତୀୟଙ୍କୁ ମୋଦି ଧନ୍ୟବାଦ ଜଣାଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ସେ ସେଠାରେ ପ୍ରଶଂସା କରିବାକୁ ଭୁଲି ନ ଥିଲେ। ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ଅନ୍ୟ ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ଫେସ୍‌ ଆପ୍‌ର ଚମତ୍କାରିତା: ୩ବର୍ଷ ବୟସରେ ଅପହରଣ ହୋଇଥିବା ଶିଶୁ ମିଳିଲେ ୧୮ବର୍ଷ ପରେ

ବେଜିଂ,୨୦।୭: ଆଜିକାଲି ସୋସିଆଲ ମିଡିଆରେ ନିଜର ବୃଦ୍ଧାବସ୍ଥାରେ କେମିତି ଦେଖାଯିବେ ସେନେଇ ଏକ ଟ୍ରେଣ୍ଡ ଚାଲିଛି। ସମେସ୍ତ ଫେସ୍‌ଆପ୍‌ ବ୍ୟବହାର କରି ବୃଦ୍ଧାବସ୍ଥାର ଫଟୋକୁ ସୋସିଆଲ...

କାଲିଫର୍ନିଆରେ ୫.୬ ତ୍ରୀବତାର ଭୂକମ୍ପ

ୟୁରେକା,୨୩।୬: କାଲିଫର୍ନିଆରେ ଶନିବାର ସନ୍ଧ୍ୟା ପ୍ରାୟ ୮ଟା ୧୩ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୬। ଆମେରିକା ଜିଓଲଜିକାଲ...

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। ଏହାକୁ ଇଣ୍ଡୋନେସିଆ ଶିଳ୍ପୀକାର...

‘ବିକ୍ରମ’ର ସନ୍ଧାନ ପାଇଲେ ଚେନ୍ନାଇ ଇଞ୍ଜିନିୟର

ଓ୍ବାଶିଂଟନ/ନୂଆଦିଲ୍ଲୀ,୪ା୧୨: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବାର ୨୦ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୬ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଉକ୍ତ...

ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌...

ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌...

ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ...

ଇରାନ ଖସାଇଲା ଆମେରିକା ଡ୍ରୋନ୍‌

ତେହେରାନ,୨୦ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନର ରିଭଲ୍ୟୁଶନାରି ଗାର୍ଡ (ଆଇଆର୍‌ଜି)...

Leave a comment

Your email address will not be published. Required fields are marked *