ଖାଦ୍ୟଡବା, ପ୍ୟାକେଟରେ ଦର୍ଶାଇବାକୁ ହେବ ଚିନି, ଚର୍ବି, ଲୁଣ ମାତ୍ରା

ନୂଆଦିଲ୍ଲୀ,୨୮-୬: ଖାଦ୍ୟପଦାର୍ଥ ନିର୍ମାତା ପ୍ରସ୍ତୁତ ଖାଦ୍ୟକୁ ପ୍ୟାକେଟ ଓ ଡବାରେ ବିକ୍ରି କରିବା ବେଳେ ଏଣିକି ନୂଆ ନିୟମ ପାଳନ କରିବାକୁ ବାଧ୍ୟ ରହିବେ। ଏଣିକି ପ୍ୟାକେଟ, ଡବାରେ ଚିପ୍‌, ସୁପ୍‌, ବିସ୍କୁଟ୍‌, ଜୁସ୍‌ ଆଦିକୁ ବିକ୍ରି କରିବା ପୂର୍ବରୁ ଏଥିରେ ଚର୍ବି, ଚିନି, ଲୁଣର ମାତ୍ରା କେତେ ରହିଛି, ତାହାକୁ ନାଲି ରଙ୍ଗର କୋଡ୍‌ରେ ଦର୍ଶାଇବାକୁ ବାଧ୍ୟତାମୂଳକ କରାଯିବ। ଖାଦ୍ୟ ନିୟାମକ ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ପ୍ରସ୍ତୁତ ନୂଆ ନିୟମର ଚିଠାରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ ପ୍ରାଧିକରଣ ପକ୍ଷରୁ ଏହି ଚିଠା ଜାରି କରାଯାଇଛି। ନୂଆ ନିୟମ ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ(ପ୍ୟାକେଜିଂ ଏବଂ ଲେବେଲିଂ) ନିୟମ, ୨୦୧୧ର ସ୍ଥାନ ନେବ। ଡବା ଅଥବା ପ୍ୟାକେଟରେ ଥିବା ଖାଦ୍ୟରେ କେତେ ମାତ୍ରାରେ କେଉଁ ପଦାର୍ଥକୁ ମିଶାଯାଇଛି, ସେ ସମ୍ପର୍କରେ ଖାଉଟିଙ୍କୁ ସୂଚନା ଦେବା ପାଇଁ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏକ ବିବୃତିରେ ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ନୂଆ ଚିଠା ପ୍ରସ୍ତାବ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି କରି ବିକ୍ରି କରୁଥିବା କମ୍ପାନୀ କ୍ୟାଲୋରୀ(ଶକ୍ତି), ଚର୍ବି, ଚିନି ଓ ସୋଡିୟମ(ଲୁଣ)ର ମାତ୍ରା ସହ ଜଡ଼ିତ ସୂଚନାକୁ ପ୍ୟାକେଟ କିମ୍ବା ଡବା ଉପରେ ଉଲ୍ଲେଖ କରିବାକୁ ପଡିବ। ଏହାଛଡ଼ା କମ୍ପାନୀଗୁଡ଼ିକ ରେକମେଣ୍ଡେଡ ଡାଏଟାରି ଆଲାଉନ୍ସ(ଆର୍‌ଡିଏ)ର ଅଂଶ ମଧ୍ୟ ଜଣାଇବାକୁ ବାଧ୍ୟ ରହିବେ। ନାଲି ରଙ୍ଗରେ ଏହିସବୁ ସୂଚନା ଦେବାକୁ ହେବ। ଏହି ନୂଆ ନିୟମକୁ ଆସନ୍ତା ୩ ବର୍ଷ ଭିତରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ। ଚିଠା ଜାରି ହେବାର ୩୦ ଦିନ ଭିତରେ ଅଂଶୀଦାରମାନେ ନିଜ ନିଜର ମତାମତ ଦେଇପାରିବେ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ବିବୃତିରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ କମ୍ପାନୀଗୁଡ଼ିକ ଉତ୍ପାଦର ନିର୍ମାଣ ଏବଂ ଖରାପ ହେବାର ତାରିଖକୁ ଭିନ୍ନ ଭାବେ ଦର୍ଶାଇଥାନ୍ତି। ଗ୍ରାହକଙ୍କୁ ଏହା ଖୋଜିବା ଓ ଦେଖିବାରେ ଅସୁବିଧା ହେଉଛି। ଏଣିକି ନୂଆ ନିୟମ ଅନୁଯାୟୀ, ଖାଦ୍ୟପଦାର୍ଥ ତିଆରି ହେବା ଓ ଖରାପ ହେବାର ତାରିଖ ଗୋଟିଏ ସ୍ଥାନରେ ଉଲ୍ଲେଖ କରିବାକୁ ବାଧ୍ୟତାମୂଳକ କରାଯାଇଛି।


All Right Reserved By Dharitri.Com

ଖୁଲାସା ହେଲା ବୃହତ୍‌ ଇଚ୍ଛାକୃତ ଖିଲାପକାରୀଙ୍କ ନାମ

ମୁମ୍ବାଇ,୨୨-୧୧: ବ୍ୟାଙ୍କଗୁଡିକରୁ ବୃହତ୍‌ ପରିମାଣର ଋଣ ନେଇ ପଇଠ କରି ନ ଥିବା ବୃହତ୍‌ ଇଛାକୃତ ଖିଲାପକାରୀଙ୍କ ନାମକୁ ରିଜର୍ଭ ବ୍ୟାଙ୍କ ଶେଷରେ ଖୁଲାସା କରିଛି।...

ଆସୁଛି ହାଲ୍‌କା ହଳଦିଆ ରଙ୍ଗର ୨୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୨୮-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ୨୦ ଟଙ୍କିଆ ନୂଆ ନୋଟ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ମହାତ୍ମା ଗାନ୍ଧୀ  ସିରିଜର ଏହି ନୂଆ ନୋଟ୍‌ରେ ଗଭର୍ନର...

୧୧ବର୍ଷର ସର୍ବନିମ୍ନ ସ୍ତରରେ ୟୁଆନ

ନୂଆଦିଲ୍ଲୀ,୨୭-୮: ଆମେରିକା ସହ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ କାରଣରୁ ଚାଇନାର ମୁଦ୍ରା ୟୁଆନ ସୋମବାର ଡଲାର ମୁକାବିଲାରେ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି।...

ଗୋଷ୍ଠୀ ଗଠନ କରି ଲୁଟିଛନ୍ତି ଆଇଏଫ୍‌ଆଇଏନ୍‌; ଚାର୍ଜସିଟ୍‌ ଦାଖଲ କଲା ଏସ୍‌ଏଫ୍‌ଆଇଓ

ନୂଆଦିଲ୍ଲୀ,୩-୬: ପ୍ରାୟ ୯୦ ହଜାର କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିବା ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ର ମୂଳ ତଥା ଏକାଧିକ ସହଯୋଗୀ କମ୍ପାନୀରେ...

ରତନ ଟାଟା ମୁମ୍ବାଇ ବିଶ୍ୱବିଦ୍ୟାଳୟ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ

ମୁମ୍ବାଇ,୨୬।୨: ଶିଳ୍ପପତି ରତନ ଟାଟାଙ୍କୁ ମୁମ୍ବାଇ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ରତନଙ୍କୁ ଏହି ପଦରେ...

ବଜେଟ ପ୍ରସ୍ତୁତି ନେଇ ଜେଟ୍‌ଲୀଙ୍କ ବୈଠକ

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର କ୍ଷମତାକୁ ଫେରିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରାଯିବ। ଏଥିଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାସ୍ଥ୍ୟାବସ୍ଥା ଖରାପ...

ପାର୍ବଣରେ ଋଣ ଯୋଗାଣ ଲକ୍ଷ୍ୟ;୩ରୁ ବ୍ୟାଙ୍କଗୁଡିକର ଗ୍ରାହକ ସମ୍ପର୍କ ଅଭିଯାନ

  ନୂଆଦିଲ୍ଲୀ,୧-୧୦:ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଘରୋଇ କ୍ଷେତ୍ର ବିତ୍ତ ପ୍ରତିଷ୍ଠାନଗୁଡିକ ପକ୍ଷରୁ ଋଣ ଯୋଗାଣ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରାହକ ସମ୍ପର୍କ ଅଭିଯାନ ଅକ୍ଟୋବର ୩ରୁ...

ଡିଜିଟାଲ ଇଣ୍ଡିଆରେ ସରକାରଙ୍କୁ ସହାୟତା କରିବ ଗୁଗଲ

ନୂଆଦିଲ୍ଲୀ,୧-୯: କେନ୍ଦ୍ର ସରକାର ‘ବିଲ୍ଡ ଫର୍‌ ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱର ଅନ୍ୟତମ ଶୀର୍ଷ କମ୍ପାନୀ ଗୁଗଲ...

Leave a comment

Your email address will not be published. Required fields are marked *