ନୀରବଙ୍କ ହାଜତ ମିଆଦ ୨୫ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି

ଲଣ୍ଡନ,୨୮-୬: ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଗୁରୁବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦକୁ ଜୁଲାଇ ୨୫ ତାରିଖ ଯାଏ ବୃଦ୍ଧି କରିଛନ୍ତି। ସେ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତି ମାମଲାରେ ଜଡ଼ିତ ରହିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଅଦାଲତରେ ମାମଲା ଆଗତ ହୋଇଛି। ୪୮ବର୍ଷୀୟ ନୀରବଙ୍କୁ ଗତ ମାର୍ଚ୍ଚ ୧୯ରେ ଲଣ୍ଡନରେ ଗିରଫ କରାଯିବା ପରେ ଓ୍ବଣ୍ଡର୍ସଓ୍ବର୍ଥସ୍ଥିତ ଜେଲ୍‌ରେ ବନ୍ଦୀ ରହିଛନ୍ତି। ପୂର୍ବରୁ ବ୍ରିଟିଶ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତାଙ୍କ ବିରୋଧରେ ଭାରତରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଥିବା ବେଳେ ଇଣ୍ଟରପୋଲ ପକ୍ଷରୁ ରେଡ୍‌କର୍ନର ନୋଟିସ ଜାରି କରାଯାଇଛି। ଭାରତ ପକ୍ଷରୁ ତାଙ୍କୁ ପ୍ରତ୍ୟର୍ପଣ ଲାଗି ଅନୁରୋଧ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଗୁରୁବାର ତାଙ୍କୁ ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟରେ ହାଜର କରାଯାଇଥିଲା।


All Right Reserved By Dharitri.Com

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ଅକ୍ଟୋବର-ନଭେମ୍ବରରେ ୪.୯ ଲକ୍ଷ କୋଟି ଋଣ ଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ, ୪-୧୨: ପାର୍ବଣ ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୪.୯ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଅର୍ଥନୀତିରେ...

କୋଇଲାରେ ୧୦୦% ଏଫ୍‌ଡିଆଇକୁ ବିରୋଧ;୨୪ରେ ୪ ଟ୍ରେଡ ୟୁନିୟନର ଧର୍ମଘଟ ଡାକରା

କୋଲକାତା,୭-୯: କେନ୍ଦ୍ର ସରକାର କୋଇଲ ଖଣି ସେକ୍ଟରରେ ୧୦୦ ପ୍ରତିଶତ ଫରେନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ(ଏଫ୍‌ଡିଆଇ) ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରାଯିବାକୁ ଘୋଷଣା କରିଛନ୍ତି। ଏହାକୁ...

ତୃତୀୟ ତ୍ରୈମାସ ବିକାଶ ହାର ଖସିବ

ନୂଆଦିଲ୍ଲୀ,୨୬-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ କମିଛି। ଏହା ତୃତୀୟ ତ୍ରୈମାସରେ ଆହୁରି...

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ୟୁଏସ୍‌-ଚାଇନା ବାଣିଜ୍ୟ ଚୁକ୍ତି ଶୀଘ୍ର

ଡାଭୋସ,୨୨-୧: ଦୀର୍ଘ ୧୯ ମାସର ବାଣିଜ୍ୟ ଯୁଦ୍ଧକୁ ଅନ୍ତ କରିବା ଲାଗି ଆମେରିକା ଏବଂ ଚାଇନା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଦୁଇ...

ଆଇବିସିରୁ ଫେରିଛି ୭୦ ହଜାର କୋଟି

ନୂଆଦିଲ୍ଲୀ,୧୫-୫:ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଜରିଆରେ ଫଶିଯାଇଥିବା ଋଣ ଅସୁଲ ସୁବିଧାଜନକ ହୋଇଛି। ୨୦୧୮-୧୯ରେ ୭୦ ହଜାର କୋଟି ଟଙ୍କା ଅନାଦାୟ ଋଣ(ଏନ୍‌ପିଏ) ଫେରି ଆସିଛି।...

Leave a comment

Your email address will not be published. Required fields are marked *