Posted inଜାତୀୟ

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଲାଗିଲା ନିଆଁ: ନୌସେନା ଅଧିକାରୀ ଶହୀଦ

କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ ନିଆଁ ଲିଭାଇବା ସମୟରେ ଲେପ୍ଟନାଣ୍ଟ କମାଣ୍ଡର ଡିଏସ୍‌ ଚୌହାନ୍‌ ଅଣ ନିଶ୍ୱାସି ହୋଇଯାଇଥିଲେ। ତାଙ୍କୁ ତୁରନ୍ତ କନଓ୍ବର ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବାରୁ ଏହାର ଯାଞ୍ଚ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ୨୦୧୪, ଜାନୁୟାରୀରେ ରୁଷରୁ ଭାରତ ଆସିଥିଲା।


All Right Reserved By

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ, ଆସିଲେନି ମମତା

ନୂଆଦିଲ୍ଲୀ, ୨୬।୮: ଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକକୁ ୧୦ ନକ୍ସଲ...

ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ

ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ...

୩୦ ବର୍ଷ ହେବ ୩ ସରକାରୀ ବିଭାଗରେ କାମ କରୁଥିଲେ ଇଞ୍ଜିନିୟର

ପାଟନା,୨୪।୮: ବିହାରର ସୁରେଶ ରାମ ନାମକ ଜଣେ ଇଞ୍ଜିନିୟର ୩୦ ବର୍ଷ ହେବ ଏକାସାଙ୍ଗେ ୩ଟି ବିଭାଗରେ କାମ କରୁଥିବା ଜଣାପଡିଛି। ସେ ୩ଜିଲାର ୨...

ବନ୍ୟାରେ ଫଶିଲା ଜାଗୁଆର କାର: କମ୍ପାନୀକୁ ଟ୍ରଲ କଲେ ଲୋକେ

ମୁମ୍ବାଇ,୬।୯: ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି ମାୟାନଗରୀ। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ସହର ଏବେ ପାଣି ଘେରରେ...

ଗୋଆରେ କଂଗ୍ରେସକୁ ଝଟକା

ପଣଜୀ,୧୧ା୭: ଜାତୀୟସ୍ତରରେ ନେତୃତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ଆକାଶରେ ଯେମିତି କଳାବାଦଲ ଘୋଟି ଆସିଛି। କର୍ନାଟକ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇ କୁମାରସ୍ବାମୀ...

ଆର୍‌ଏସ୍‌ଏସ୍‌ର ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ଯୋଗଦେଲେ ଭାଗବତ

ନାଗପୁର,୮।୧୦: ମହାରାଷ୍ଟ୍ର ନାଗପୁରରେ ମଙ୍ଗଳବାର ଦଶହରା ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ପକ୍ଷରୁ ଆୟୋଜିତ ‘ପଥ ସଞ୍ଚାଳନ ମାର୍ଚ୍ଚ’ରେ ସଂଘ ମୁଖ୍ୟ ମୋହନ ଭାଗବତ...

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *