ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା। ସନ୍ଦିଗ୍ଧଙ୍କୁ ଖୋଜିବା ଲାଗି ପୋଲିସ ପକ୍ଷରୁ ତୁରନ୍ତ କେତେଜଣଙ୍କ ଫଟୋ ଜାରି କରାଯାଇଥିଲା। ଏଥିରେ ପୋଲିସ ୩ ପୁରୁଷ ଓ ୩ ମହିଳାଙ୍କ ଫଟୋ ଜାରି କରିଥିଲା। ହେଲେ ସେଥିମଧ୍ୟରୁ ଜଣେ ମହିଳା ସନ୍ଦିଗ୍ଧଙ୍କ ନାଁ ସହ ଆମେରିକାର ଜଣେ ମହିଳାଙ୍କ ଫଟୋ ଭୁଲରେ ଲଗାଇ ଦେଇଥିଲା ପୋଲିସ। ସନ୍ଦିଗ୍ଧ ମହିଳାଙ୍କ ନାଁ ଥିଲା ଅବଦୁଲ କାଦିର ଫାତିମା ଖଜିଆ ହେଲେ ତାଙ୍କ ସ୍ଥାନରେ ଫଟୋ ଲାଗିଥିଲା ଉମାରା ମଜିଦଙ୍କର। ସେ ଆମେରିକାରେ ରହୁଥିବା ବେଳେ ତାଙ୍କ ମାତାପିତା ଶ୍ରୀଲଙ୍କାରେ ରହୁଛନ୍ତି। ଏହାକୁ ଦେଖିବା ପରେ ଉମାରା ତାଙ୍କ ଫେସବୁକ୍‌ ମାଧ୍ୟମରେ ଏହା ଏକ ଭୁଲ୍‌ ଫଟୋ ବୋଲି ଦର୍ଶାଇଥିଲେ। ଏହାପରେ ପୋଲିସ ନିଜର ଭୁଲ୍‌ ସ୍ବିକାର କରିଥିଲା।


All Right Reserved By Dharitri.Com

ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ...

ସଙ୍କଟରେ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି

ଦୁବଇ,୧୫।୧୦: ୟୁନାଇଟେଡ ଅରବ ଏମିରେଟ୍ସ (ୟୁଏଇ)ରେ ଡିପ୍ଲୋମା ଡିଗ୍ରିଧାରୀ ଶହ ଶହ ଭାରତୀୟ ନର୍ସଙ୍କ ଚାକିରି ଏବେ ସଙ୍କଟରେ ବୋଲି ସୂଚନା ମିଳିଛି। ଗଣମାଧ୍ୟମର ସୂଚନା...

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ...

ନିଆଁ ସହ ଖେଳୁଛି ଇରାନ୍‌: ଟ୍ରମ୍ପ୍‌ଙ୍କ ଚେତାବନୀ

ଓ୍ବାଶିଂଟନ,୨।୭: ଇରାନ୍‌ ପରମାଣୁ ଚୁକ୍ତିର ଉଲ୍ଲଂଘନ କରି ନିଆଁ ସହିତ ଖେଳୁଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଇରାନ୍‌ ସୀମାରେ ୟୁରାନିୟମ ପ୍ରବେଶ...

ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ଦେଲେ ଟ୍ରମ୍ପ୍‌

ସିିଓଲ,୩୦।୬: ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ୍‌ ଟ୍ରମ୍ପ୍‌ ଉତ୍ତର କୋରିଆ ମାଟିରେ ପାଦ ଦେଇଛନ୍ତି। ଉତ୍ତର କୋରିଆ ସୁପ୍ରିମ୍‌ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ...

ସମ୍‌ଝୋତା ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ କଲା ପାକିସ୍ତାନ

ଲାହୋର, ୮।୮: ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବୁଧବାର ଭାରତ ସହିତ କୂଟନୈତିକ ତଥା ବ୍ୟବସାୟିକ ସମ୍ପର୍କ ଛିନ୍ନ...

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ...

ପାକିସ୍ତାନ ନାଁ ନେଲେନି ମୋଦି

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇନାହାନ୍ତି। ଜାତିସଂଘରେ ପାକିସ୍ତାନ ନାଁ ନ ନେବା ଗତ ୮ ବର୍ଷ...

Leave a comment

Your email address will not be published. Required fields are marked *